ନଡ଼ିଆ, ଏତେ ଲାଭଦାୟକ ଗୁଣ ଭରି ରହିଛି ଯେ ଆପଣ ଜାଣିଲେ ବିଶ୍ୱାସ କରିବେନି। ବିଭିନ୍ନ ଖାଦ୍ୟରେ ଆମେ ଏହାକୁ ବ୍ୟବହାର କରିଥାଉ l

Tanushree mahapatra  images credit : pexels 

ଭିଟାମିନ ଏବଂ ମିନେରାଲସରେ ଭରପୂର ଥିବା କାରଣରୁ ନଡ଼ିଆକୁ ଏକ ‘ସୁପରଫୁଡ଼’ କୁହାଯାଇଥାଏ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ l

ଏଥିରେ ଅନେକ ପୋଷାକ ତତ୍ତ୍ୱ ରହିଛି, ଯାହା ଉଭୟ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଲାଭଦାୟକ। ତ୍ୱଚାକୁ ଭଲ ରଖିଥାଏ ଏହା l

ଶରୀର ଏବଂ ପେଟ ଗରମକୁ କମ କରିବା ପାଇଁ ନଡ଼ିଆ ଖାଆନ୍ତୁ। ନଡ଼ିଆ ପାଣି ପିଇଲେ ଏହା ଆଶ୍ଚର୍ଯ୍ୟଜନକ ଫାଇଦା ଦେଇଥାଏ।

ଯଦି ଆପଣଙ୍କୁ ଅନିଦ୍ରା ସମସ୍ୟା ରହିଛି, ତେବେ ରାତିରେ ଖାଦ୍ୟ ଖାଇସାରିବାର ଅଧ ଘଣ୍ଟା ପରେ ଖଣ୍ଡେ ନଡ଼ିଆ ନିଶ୍ଚିତ ଖାଆନ୍ତୁ। 

ଫାଇବରରେ ଭରପୂର ନଡ଼ିଆ ଆପଣଙ୍କ ପାଚନ ତନ୍ତ୍ରକୁ ଠିକ କରି କବଜ ଭଳି ସମସ୍ୟାକୁ ଦୂର କରିଦେଇଥାଏ। ଫଳରେ ପେଟ ଭଲ ସଫା ହୋଇଯାଏ।

ପ୍ରତିଦିନ ନଡ଼ିଆ ସେବନ କଲେ ଏହା ଆପଣଙ୍କ ଭୋକକୁ କଣ୍ଟ୍ରୋଲ କରି ମେଟାବଲିଜମକୁ ବଢ଼ିଆ କରିବ। ଏହାସହ ଫ୍ୟାଟକୁ ଜଳାଇବାରେ ସାହାଯ୍ୟ କରିବ ଏହା ।

ନଡ଼ିଆ ସାଚୁରେଟେଡ ଫ୍ୟାଟରେ ଭରପୂର। ଯଦି ଆପଣ ପ୍ରତିଦିନ ଖଣ୍ଡେ ନଡ଼ିଆ ଖାଇବେ, ତେବେ ଏହା ଭଲ କୋଲେଷ୍ଟ୍ରୋଲକୁ ବଜାୟ ରଖିବ ।

Read More