ଡାଳିମ୍ବରେ ପୋଷକ ତତ୍ତ୍ୱ ରହିଥାଏ l ଯାହା ଶରୀରରେ ରକ୍ତ ବଢ଼ାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । 

Tanushree Mahapatra

images credit : pexels

ଏଥିରେ ଡାଏଟାରୀ ଫାଇବର, ଜିଙ୍କ, ପୋଟାସିୟମ୍ ଏବଂ ଓମେଗା -୬ ଫ୍ୟାଟି ଏସିଡ୍ ମିଳିଥାଏ । ଡାଳିମ୍ବରେ ଭଲ ପରିମାଣର ଆଇରନ୍ ଥାଏ । 

ଚା’ ତିଆରି କରିବା ପାଇଁ ଡାଳିମ୍ବ ଚୋପାକୁ ପାଣିରେ ଧୋଇ ଦିଅନ୍ତୁ । ପରେ ଚୋପାକୁ ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ । 

ଚୋପା ଶୁଖିଗଲେ ସେଗୁଡିକୁ ଗ୍ରାଇଣ୍ଡିଂ କରି ପାଉଡର ତିଆରି କରନ୍ତୁ । ଏବେ ଚା’ ତିଆରି କରିବା ସମୟରେ ଡାଳିମ୍ବ ଚୋପାକୁ ସେହି ପାଣିରେ ପକାଇ ଫୁଟାନ୍ତୁ । 

ପରେ ସେଥିରେ ମହୁ ଏବଂ ଲେମ୍ବୁ ରସ ମିଶାନ୍ତୁ । ଏହାକୁ ଛାଣିବା ପରେ ଚା’ ପରି ଗରମ ଗରମ ପିଅନ୍ତୁ ।

ଡାଳିମ୍ବ ଚୋପା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥାଏ l ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଡାଳିମ୍ବ ଚୋପାରେ କୋଲେଷ୍ଟ୍ରଲ ହ୍ରାସ କରାଯାଇପାରିବ ।

ଡାଳିମ୍ବରେ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ମିଳିଥାଏ l ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । 

ଏହି ଚା’ ପିଇବା ଦ୍ୱାରା ଆପଣ ଅନେକ ରୋଗରୁ ବଞ୍ଚି ପାରିବେ । ଡାଳିମ୍ବ ଚୋପାରେ ରହିଛି ଅନେକ ଉପକାରୀ ଗୁଣ l

Read More