ନାଲି ଲଙ୍କାରେ ଆମିନୋ ଏସିଡ୍‌, ଫୋଲିକ ଏସିଡ୍‌, ସାଇଟ୍ରିକ୍‌ ଏସିଡ୍‌, ମେଲୋନିକ ଏସିଡ୍‌ ରହିଛି l

 images credit : krishi jagran Tanushree Mahapatra

ଏଥିରେ ଅନେକ ପ୍ରକାର ତତ୍ତ୍ୱ ଭରପୁର ରହିଛି l ଯାହା ସବୁଜ ତଥା ସାଧାରଣ ଲଙ୍କାଠାରୁ ଲାଲ୍‌ ଲଙ୍କା ବହୁଗୁଣ ଲାଭ ଦେଇଥାଏ।

କେତେକ କ୍ଷେତ୍ରରେ ଏହି ଲଙ୍କା ଖାଇବାକୁ ବାରଣ । ଅର୍ଶରୋଗୀ ଏବଂ ଗର୍ଭବତୀ ମହିଳାମାନେ ଲାଲ୍‌ ଲଙ୍କା ଖାଇବା ଉଚିତ୍‌ ନୁହେଁ।

ହଳଦୀ, ଲାଲ୍‌ ଲଙ୍କା, ଗୋଲମରିଚ ପରି ମସଲା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହେବା ସହ ଏହା ଓଜନ ହ୍ରାସ କରିଥାଏ।

ଲାଲ୍‌ ଲଙ୍କା ଉପଯୁକ୍ତ ପରିମାଣର ଖାଇବା ଦ୍ୱାରା ଏହା ଗ୍ୟାସ୍‌ଟ୍ରିକ୍‌ ସମସ୍ୟାରୁ ରକ୍ଷା କରେ। କାରଣ ଏହା ଆମର ପାଚନ ଶକ୍ତିକୁ ବୃଦ୍ଧି କରିଥାଏ।

ଲାଲ୍‌ ଲଙ୍କା ଖାଇବା ତ୍ୱଚାରେ ରକ୍ତପ୍ରବାହ ବୃଦ୍ଧି ପାଉଥିବାରୁ ଏହା ତ୍ୱଚାକୁ ସୁସ୍ଥ ରଖିଥାଏ।

ଲାଲ୍‌ ଲଙ୍କା ରକ୍ତ ସଂଚାଳନକୁ ଠିକ୍‌ ରଖିଥାଏ। ତେଣୁ ଏହା ଶୁଷ୍କ ତଥା ଅସମୟରେ ପାଚି ଯାଉଥିବା କେଶର ସୁରକ୍ଷା କରିଥାଏ।

ଅତ୍ୟଧିକ ମଦ୍ୟପାନ କରିଥିବା ବ୍ୟକ୍ତିର ହ୍ୟାଙ୍ଗ୍‌ଓଭର ତୁଟି ନ ଥିଲେ ଏହି ଲଙ୍କା ଖାଇବା ଦ୍ୱାରା ଏଥିରୁ ରକ୍ଷା ମିଳେ।

Read More