ଭିନ୍ନ ଭିନ୍ନ ଅଙ୍ଗୁରର ଦାମ୍‌ ଅଲଗା ରହିଥାଏ। କିନ୍ତୁ ଜାପାନ୍‌ରେ ରୁବି ରୋମାନ ନାମକ ଏକ ଅଙ୍ଗୁରର ଦାମ୍‌ ଏବେ ଚର୍ଚ୍ଚାରେ।

Tanushree mahapatra

images credit : pexels 

ଏହି ଅଙ୍ଗୁର ପେନ୍ଥାର ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ୧୨ ଲକ୍ଷ ୟେନ୍‌ ଯାହାକି ଭାରତୀୟ ମୁଦ୍ରାରେ ୭.୫ ଲକ୍ଷ ଟଙ୍କା।

ଏହି ଅଙ୍ଗୁରର ଆକାର ଅନ୍ୟ ଅଙ୍ଗୁର ଅପେକ୍ଷା ବହୁ ବଡ଼ ହୋଇଥିବାବେଳେ ସ୍ବାଦ ଖୁବ୍‌ ମିଠା ଏବଂ ରସାଳଯୁକ୍ତ।

ଜାପାନ ବଜାରରେ ଏହାର ଚାହିଦା ଖୁବ୍‌ ବେଶୀ। ପ୍ରାୟ ଗୋଟିଏ ଅଙ୍ଗୁରର ଓଜନ ୨୦ ଗ୍ରାମରୁ ଅଧିକ।

ଗୋଟିଏ ପେନ୍ଥାରେ ପ୍ରାୟ ୩୦ଟି ଅଙ୍ଗୁର ରହିଥାଏ। ଏହା ଦେଖିବାକୁ ଖୁବ ସୁନ୍ଦର ମଧ୍ୟ l

ଜାପାନର ବଜାରରେ ବିକ୍ରି ହେଉଥିବା ରୁବି ଅଙ୍ଗୁରକୁ ସେଠାକାର ଏକ କମ୍ପାନୀ କିଣି ନେଇଛି।

ପ୍ରତି ଗୁଚ୍ଛରେ ପାଖାପାଖି ୨୪ଟି ଅଙ୍ଗୁର ଥାଏ।ଉଚ୍ଚା ଦର କାରଣରୁ ଏହି ଲାଲ ଅଙ୍ଗୁରକୁ ଧନୀଙ୍କ ଫଳ ବୋଲି ଜଣାଯାଇଥାଏ।

ଏହାର ନିଲାମ କରାଯାଇଥାଏ। ନିଲାମ ବେଳେ ଯିଏ ଅଙ୍ଗୁରର ସର୍ବାଧିକ ମୂଲ୍ୟ ଲଗାଇଥାନ୍ତି, ତାଙ୍କୁ ହିଁ ଏହି ଅଙ୍ଗୁର ମିଳିଥାଏ।

Read More