କ୍ଷୀର ସହ କେଉଁ କେଉଁ ଖାଦ୍ୟ ଏକତ୍ରିତ ଖାଇବା ଉଚିତ୍‌ ନୁହେଁ, ତାହା ଜାଣିବା ନିତାନ୍ତ ଆବଶ୍ୟକ । 

Tanushree mahapatra

 images credit : pexels 

କ୍ଷୀର ସହ ମାଛକୁ ଏକାଠି କିମ୍ବା କିଛି ସମୟ ବ୍ୟବଧାନ ମଧ୍ୟରେ ଖାଆନ୍ତୁ ନାହିଁ । ଏହାଦ୍ୱାରା ପାଚନ ତନ୍ତ୍ର ଉପରେ ପ୍ରଭାବ ପଡ଼ିପାରେ l

ଖଟା ଫଳ ଯେପରି କମଳା, ଲେମ୍ବୁ, ପିଜୁଳିକୁ କଦାପି କ୍ଷୀର ସହ ଏକତ୍ରିତ ଖାଆନ୍ତୁ ନାହିଁ ।

କ୍ଷୀର ସହ ଲୁଣ ଏକତ୍ରିତ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ୍‌, ବଦହଜମି, ପେଟରେ ଯନ୍ତ୍ରଣା ଆଦି ସମସ୍ୟା ହୋଇଥାଏ ।

ବିରି ଡାଲି ଓ କ୍ଷୀରକୁ କଦାପି ଏକାଠି ଖାଆନ୍ତୁ ନାହିଁ । ଏହାଦ୍ୱାରା ତ୍ୱଚା ଜନିତ ସମସ୍ୟା ହୋଇଥାଏ ।

ଦହି ଓ କ୍ଷୀରକୁ ଏକତ୍ରିତ ଖାଇବା ଉଚିତ୍‌ ନୁହେଁ । ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଏ ।

ପଣସ ଓ କ୍ଷୀରକୁ ଏକତ୍ରିତ ଖାଇବା ଦ୍ୱାରା ପେଟରେ ଏସିଡିଟି, ଗ୍ୟାଷ୍ଟ୍ରିକ୍‌ ଆଦି ସମସ୍ୟା ହୋଇଥାଏ ।

କ୍ଷୀର ଓ ତରଭୁଜକୁ ଏକାଠି ଖାଇବା ଦ୍ୱାରା ପାଚନ ତନ୍ତ୍ର ଦୁର୍ବଳ ହେବା ସହ ବଦହଜମି ସମସ୍ୟା ହୋଇଥାଏ ।

Read More