Agriculture Training

Pm Kisan Fpo Yojana: ଅନଲାଇନ କରନ୍ତୁ ଆବେଦନ

ଏହା ମାଧ୍ୟମରେ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ହିତାଧିକାରୀଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ l

03 July, 2024 2:09 PM IST By: Tanushree Mahapatra

କୃଷକମାନଙ୍କୁ ନିଜ ବ୍ୟବସାୟ ବିସ୍ତାର କରିବାରେ ଅର୍ଥ ଆବଶ୍ୟକ ହୋଇଥାଏ l ସରକାର ଏହି ସହାୟତା କରିବାକୁ ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ କୃଷକ ପିଛା ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । କୃଷକମାନଙ୍କୁ ଏକାଠି ହୋଇ ଏକ ସଂସ୍ଥା ଗଠନ କରିବାକୁ ପଡ଼ିବ l

ଯେଉଁଥିରେ ଅତି କମରେ ମୋଟ ୧୧ ଜଣ କୃଷକ ରହିଥିବେ l ସରକାର ପ୍ରତି ସଂସ୍ଥା କିମ୍ବା କମ୍ପାନୀ ପାଇଁ ୧୫ ଲକ୍ଷ ଟଙ୍କା ଯୋଗାଇ ଦେବେ l ଏହି ସଂଗଠନର ନାମ " କୃଷକ ଉତ୍ପାଦକ ସଂଗଠନ " । ଏହା ମାଧ୍ୟମରେ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ହିତାଧିକାରୀଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ l ଏହି ଯୋଜନାରେ ଚାଷୀଙ୍କୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । କୃଷକମାନଙ୍କୁ ସେମାନଙ୍କର ଆୟ ବୃଦ୍ଧି, ଋଣ ପରିଶୋଧ ଏବଂ ବ୍ୟବସାୟକୁ ଅଧିକ ରୁ ଅଧିକ ବିସ୍ତାର କରିବା ପାଇଁ ଏହି ଯୋଜନା ଆରମ୍ଭ କରିଛନ୍ତି ।

କଣ ରହିଛି ଲାଭ :-

ସରକାରଙ୍କ କୃଷକମାନଙ୍କୁ ପ୍ରଦାନ କରୁଥିବା ଆର୍ଥିକ ସହାୟତା ସେମାନଙ୍କୁ କୃଷି ସମ୍ବନ୍ଧୀୟ ଉପକରଣ କିଣିବା , ସାର / ବିହନ କିଣିବାରେ ଆର୍ଥିକ ସାହାଯ୍ୟ କରିବ । ବର୍ତ୍ତମାନ ସେମାନେ ଅଧିକରୁ ଅଧିକ କୃଷି ସମ୍ବନ୍ଧୀୟ ଉପକରଣ କ୍ରୟ କରି ସେମାନଙ୍କର ଅମଳ ଉତ୍ପାଦନ ବୃଦ୍ଧି କରିପାରିବେ l ଯେଉଁଥିପାଇଁ ସେମାନେ ଅଧିକ ଲାଭ ପାଇବେ l ଏହା ସହିତ କୃଷକମାନଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ l ସେମାନଙ୍କର ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବ ଏବଂ ଏହା ସହିତ ସେମାନେ ସରକାର କିମ୍ବା ଅନ୍ୟ କାହାଠାରୁ ନେଇଥିବା ଋଣକୁ ଉଚିତ ସମୟରେ  ପରିଶୋଧ କରିବାକୁ ସକ୍ଷମ ହେବେ l

କିପରି ପାଇବେ ଲାଭ :-

-ଏହି ଲାଭ ପାଇବା ପାଇଁ କୃଷକମାନଙ୍କୁ ଜାତୀୟ କୃଷି ବଜାରର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡ଼ିବ ଏବଂ ସେଠାରେ ଆବେଦନ କରିବାକୁ ପଡିବ l

-ଆବେଦନ କରିବାକୁ, ଚାଷୀ ଅଫିସିଆଲ୍ ୱେବସାଇଟ୍ କୁ ଯିବେ ଏବଂ ହୋମପେଜରେ FPO ର ବିକଳ୍ପ ଦେଖାଯିବ, ସେଥିରେ କ୍ଲିକ୍ କରିବେ l

-ଏହା ପରେ, ପରବର୍ତ୍ତୀ ପୃଷ୍ଠାରେ ଆପଣଙ୍କୁ ଏକ ‘ପଞ୍ଜୀକରଣ ଏବଂ ଏଠାରେ ଲଗଇନ୍’ ବିକଳ୍ପ ମିଳିବ l ଯେଉଁଥିରୁ ପଞ୍ଜୀକରଣ ବିକଳ୍ପ ଉପରେ ଆପଣ କ୍ଲିକ୍ କରିବେ l

-ଏହା ପରେ, ଆପଣଙ୍କୁ କିଛି ସୂଚନା ପୂରଣ କରିବାକୁ ହେବ l ଆଇଡି ପ୍ରୁଫ୍ ଏବଂ ବ୍ୟାଙ୍କ ସୂଚନା ଡକ୍ୟୁମେଣ୍ଟ ଆଧାରରେ ଅପଲୋଡ୍ କରିବାକୁ ପଡିବ l

-ଏହା ପରେ ଶେଷରେ ଦାଖଲ ବଟନ୍ ଉପରେ କ୍ଲିକ୍ କରିବାକୁ ହେବ l ଏହା ସହିତ ଆପଣ ଏଠାରେ ପଞ୍ଜୀକୃତ କରିବେ ନିଜ କାମକୁ l ଶେଷରେ ଆପଣଙ୍କୁ ଏଥିରେ ଲଗ୍ଇନ୍ କରିବାକୁ ପଡିବ l

-ଲଗଇନ୍ କରିବାକୁ, ମୂଳପୃଷ୍ଠାକୁ ପୁଣିଥରେ ଯାଆନ୍ତୁ, FPO ଚୟନ କରନ୍ତୁ ଏବଂ ଲଗଇନ୍ ଉପରେ କ୍ଲିକ୍ କରନ୍ତୁ l

-ଲଗଇନ୍ ୟୁଜର୍ ନେମ୍, ପାସୱାର୍ଡ ଏବଂ କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ l ଶେଷରେ ଲଗଇନ୍ ବଟନ୍ ଦବାଇ ଆପଣ ଲଗ୍ ଇନ୍ କରିବେ l

-ଲଗଇନ୍ ପରେ, ଆପଣଙ୍କୁ ଏହି ସ୍କିମ୍ ରେ ଆବେଦନ କରୁଥିବା ଫର୍ମ ପୂରଣ କରିବାକୁ ପଡିବ l ଏଥିପାଇଁ ଆପଣଙ୍କୁ ପ୍ରଧାନମନ୍ତ୍ରୀ କିସାନ FPO  ସ୍କିମ୍ ଉପରେ କ୍ଲିକ୍ କରିବାକୁ ହେବ l

-ଆବେଦନ କରିବାକୁ ଥିବା ଫର୍ମ ଆପଣଙ୍କ ସାମ୍ନାରେ ଖୋଲିବ l ପରେ ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ୍ ପୁରଣ କରି ଅପଲୋଡ଼ କରନ୍ତୁ l

ଅଧିକ ପଢ଼ନ୍ତୁ

PM KISAN: ପ୍ରକାଶ ପାଇଲା କିସାନ ସମ୍ମାନ ନିଧି ଯୋଜନା ଲିଷ୍ଟ

Anganwadi Job: ଅନଲାଇନ୍‌ ଆବେଦନ ଆରମ୍ଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)