Agriculture Training

Preserve Wheat: ଖରାପ ହେବନି ଘରର ଗହମ !

ଲମ୍ବା ସମୟ ଧରି ଗହମ ରହିଲେ ଏଥିରେ କୀଟ ଲାଗିବାର ଆଶଙ୍କା ମଧ୍ୟ ଅଧିକ ଥାଏ !

21 August, 2024 11:42 AM IST By: Tanushree Mahapatra

ବର୍ଷା ଦିନରେ ଘରେ ଅନେକ କିଛି ଖାଦ୍ୟ ପଦାର୍ଥ ଖରାପ ହୋଇଯାଇଥାଏ l ତେବେ ସେ ସମସ୍ତ ଖାଦ୍ୟ ଜିନିଷକୁ ସାଇତି ରଖିବାକୁ ପଡେ l ରୋଷେଇ ଘରେ ଥିବା ବିଭିନ୍ନ ମସଲା, ଚାଉଳ ତଥା ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଖରାପ ହୋଇଯାଏ ବର୍ଷା ଦିନରେ । ତେବେ ଏହାରି ମଧ୍ୟରେ ଗହମ ଖୁବ ଶୀଘ୍ର ନଷ୍ଟ ହୋଇଥାଏ ବର୍ଷା ଦିନରେ l ଗହମରୁ ତିଆରି ରୁଟି ଖାଇବାକୁ ସମସ୍ତେ ପସନ୍ଦ କରନ୍ତି l ତେବେ ଘରେ ଥିବା ଗହମ ଖରାପ ହୋଇଯାଇଥାଏ ବର୍ଷା ଦିନରେ । ଲମ୍ବା ସମୟ ଧରି ଗହମ ରହିଲେ ଏଥିରେ କୀଟ ଲାଗିବାର ଆଶଙ୍କା ମଧ୍ୟ ଅଧିକ ଥାଏ । ତେବେ ଏହା କିପରି ଖରାପ ହେବ ନାହିଁ, ସେଥିପାଇଁ କିଛି ଉପାୟ ଆପଣାନ୍ତୁ l

ଅମଳ ପରେ ଗହମ ଘରେ ରହିଥିଲେ ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଥାଏ । ଏଭଳି ପରିସ୍ଥିତିରେ ଆପଣ ସପ୍ତାହକୁ ଖରାରେ ୨ ଥର ଗହମକୁ ରଖନ୍ତୁ । ଯାହାଦ୍ୱାରା ଏହା ଖରାପ ହେବ ନାହିଁ । ଏଥିରେ କୀଟ ମଧ୍ୟ ଲାଗିବେ ନାହିଁ ଏବଂ ଏହା ଅନେକ ଦିନ ଧରି ସୁରକ୍ଷିତ ରହିବ । ଯେଉଁ ଜାଗାରେ ଆପଣ ଗହମ ରଖିଛନ୍ତି ସେହି ସ୍ଥାନକୁ ସଫା ରଖନ୍ତୁ । କିଛି ଦିନର ବ୍ୟବଧାନରେ ଏହାକୁ ଅଧିକ ତାପମାତ୍ରାରେ ଧୋଇକରି ଶୁଖାଇ ଦିଅନ୍ତୁ । ଫଳରେ ଗହମ ଗୁଡିକ ତାଜା ରହିବ । ଯାହାଦ୍ୱାରା ଏହା ଶୀଘ୍ର ଖରାପ ହେବ ନାହିଁ ।

ଯେଉଁ ସ୍ଥାନରେ ଆପଣ ଗହମ ରଖୁଛନ୍ତି, ସେଠାରେ ମଝିରେ ମଝିରେ ଯାଞ୍ଚ କରନ୍ତୁ । ପାଣି ଯେମିତି ନ ଲାଗେ ଗହମରେ ତାହାପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଗହମ ରଖୁଥିବା କୋଠରୀକୁ ଶୁଖିଲା ରଖନ୍ତୁ । ନ ହେଲେ ଗହମରେ କୀଟ ଲାଗିବାର ଆଶଙ୍କା ଅଧିକ । ବିଶେଷ କଥା ହେଉଛି ବର୍ଷା ସମୟରେ କୌଣସି ବି ଶସ୍ୟକୁ ଆଲୁମିନିୟମ କଣ୍ଟେନରରେ ରଖନ୍ତୁ । କାରଣ ଏଥିରେ ଫଙ୍ଗସ୍‌, ବ୍ୟାକ୍ଟେରିଆ ତଥା ଅନ୍ୟ କୀଟ ଲାଗିବା ସମ୍ଭାବନା ଖୁବ ଅଳ୍ପ । ଯାହାଦ୍ୱାରା ଆପଣଙ୍କ ଗହମ ଅନେକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ ।

ତେବେ ମଝିରେ ମଝିରେ ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରନ୍ତୁ l କୁ ଗହମକୁ ନଷ୍ଟ ନ ହେବାକୁ ଦେବା ପାଇଁ । ଗହମରେ ନିମ୍ବପତ୍ର ତଥା କର୍ପୂର ମଧ୍ୟ ଦେଇ ରଖିପାରିବେ । ଯାହା ଫଳରେ ତାହା ଖାଇବା ଯୋଗ୍ୟ ହୋଇ ରହିବ ଅନେକ ଦିନ ପର୍ଯ୍ୟନ୍ତ ।

ଅଧିକ ପଢ଼ନ୍ତୁ

Heavy rain: ଆଜି ପ୍ରବଳ ବର୍ଷିବ !

ଆନ୍ଧ୍ରର ବାନବାସିରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)