Agriculture Training

ବାୟୋ ଇ-ଥ୍ରୀ ନୀତି ଉପରେ ବାର୍ତ୍ତାଳାପ କାର୍ଯ୍ୟକ୍ରମ

କେନ୍ଦ୍ର ସରକାର ପତ୍ର ସୂଚନା କାର୍ଯ୍ୟାଳୟର ବାର୍ତ୍ତାଳାପ କାର୍ଯ୍ୟକ୍ରମ ଜରିଆରେ ବିଜ୍ଞାନ ଭିତ୍ତିକ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛନ୍ତି ।

01 October, 2024 3:40 PM IST By: Tanushree Mahapatra

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଆଜି କେନ୍ଦ୍ର ସରକାରଙ୍କ ବାୟୋ-ଇଥ୍ରୀ ନୀତି ଉପରେ ଏକ ବାର୍ତ୍ତାଳପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ବିଆରଆଇସି- ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ ସାଇନ୍ସେସ୍‌ ସହଯୋଗ କରିଥିଲେ । ଆଇଏଲଏସ୍ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତାମାନେ ‘ବାୟୋ ଇ-ଥ୍ରୀ  ଉଚ୍ଚ ପ୍ରଦର୍ଶନକାରୀ ଜୈବ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ନୀତି’ ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଓଡ଼ିଶା କ୍ଷେତ୍ର ଅତିରିକ୍ତ ପ୍ରେସ୍ ରେଜିଷ୍ଟ୍ରାର୍ ଜେନେରାଲ୍ ଅଖିଳ କୁମାର ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ, ଦେଶର ବିକାଶରେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଦିଗରେ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଏକ ସହଭାଗୀ ମଞ୍ଚ ପ୍ରଦାନ କରିଥାଏ। କେନ୍ଦ୍ର ସରକାର ପତ୍ର ସୂଚନା କାର୍ଯ୍ୟାଳୟର ବାର୍ତ୍ତାଳାପ କାର୍ଯ୍ୟକ୍ରମ ଜରିଆରେ ବିଜ୍ଞାନ ଭିତ୍ତିକ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛନ୍ତି । ସରକାରଙ୍କ ବାୟୋ -ଇଥ୍ରୀ ନୀତିକୁ କିଭଳି ଅଧିକ ପ୍ରଚାରପ୍ରସାର କରାଯାଇପାରିବ ସେ ଦିଗରେ ଗଣମାଧ୍ୟମ ଯତ୍ନବାନ ହେବାକୁ ସେ ନିବେଦନ କରିଥିଲେ।

ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା ତଥା ବୈଜ୍ଞାନିକ ଡକ୍ଟର ନୀତିନ ଜୈନ ବାୟୋ ଇଥ୍ରୀ ନୀତି ଦେଶକୁ କିଭଳି ସକ୍ରିୟ ଔଷଧିୟ ଉପାଦାନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଏହି ନୀତି ଦ୍ୱାରା ଦେଶ ଏସବୁ ସାମଗ୍ରୀର ରପ୍ତାନି କରିବାକୁ ସକ୍ଷମ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ବାୟୋ-ଇଥ୍ରୀ ନୀତି ସମ୍ପର୍କରେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ୨୪ ଅଗଷ୍ଟ ୨୦୨୪ରେ ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରସ୍ତାବ କ୍ରମେ ‘ବାୟୋ-ଇଥ୍ରୀ (ଅର୍ଥବ୍ୟବସ୍ଥା, ପରିବେଶ ଓ ରୋଜଗାର ପାଇଁ ଜୈବ ପ୍ରଯୁକ୍ତିବିଦ୍ୟା)- ଉଚ୍ଚ ପ୍ରଦର୍ଶନକାରୀ ଜୈବଉତ୍ପାଦନ ର ପ୍ରୋତ୍ସାହନ ନୀତି’କୁ ମଞ୍ଜୁର କରିଥିଲା।

ବାୟୋ-ଇଥ୍ରୀ ନୀତିର ପ୍ରମୁଖ ବିଶେଷତ୍ୱଗୁଡ଼ିକ ମଧ୍ୟରେ ବିଷୟଗତ କ୍ଷେତ୍ରରେ ଗବେଷଣା ଓ ବିକାଶ ନିମନ୍ତେ ଉଦ୍ଭାବନ ପରିଚାଳିତ ସମର୍ଥନ ସାମିଲ ରହିଛି। ଏହା ବାୟୋମେନ୍ୟୁଫେକ୍ଚରିଂ ଏବଂ ବାୟୋ-ଏଆଇ କେନ୍ଦ୍ର ତଥା ବାୟୋଫାଉଣ୍ଡ୍ରି ପ୍ରତିଷ୍ଠା କରି ପ୍ରଯୁକ୍ତିବିଦ୍ୟାର ବିକାଶ ଏବଂ ବ୍ୟବସାୟୀକରଣକୁ ତ୍ୱରାନ୍ୱିତ କରିବ। ସବୁଜ ବିକାଶର ପୁନଃସୃଷ୍ଟିକାରୀ ଜୈବଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଇ ଏହି ନୀତି ଭାରତର ଦକ୍ଷ କାର୍ଯ୍ୟବଳକୁ ବିସ୍ତାର ସୁବିଧା ପ୍ରଦାନ କରିବ ଏବଂ ବ୍ୟାପକ ରୋଜଗାର ସମ୍ଭାବନା ସୃଷ୍ଟି କରିବ।

ଆଧୁନିକ ଜୈବପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରକ୍ରିୟାର ସମନ୍ୱୟ ଜରିଆରେ ଔଷଧ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଉତ୍ପାଦନ କରିବା, କୃଷି ଓ ଖାଦ୍ୟ ସମସ୍ୟାର ସମାଧାନ କରିବା ଏବଂ ଜୈବ ଆଧାରିତ ଉତ୍ପାଦର ନିର୍ମାଣକୁ ପ୍ରୋତ୍ସାହିତ କରିବା ଲାଗି ଉଚ୍ଚପ୍ରଦର୍ଶନକାରୀ ଜୈବ ଉତ୍ପାଦନ ବା ବାୟୋମେନ୍ୟୁଫେକ୍ଚରିଂର କ୍ଷମତା ରହିଛି ।

 

ଜାତୀୟ ପ୍ରାଥମିକତା ଅନୁରୂପ, ବାୟୋ-ଇଥ୍ରୀ ନୀତି ନିମ୍ନୋକ୍ତ ରଣନୀତିକ/ବିଷୟଗତ କ୍ଷେତ୍ର ଉପରେ ଧ୍ୟାନ ଦେବ:

୧) ଉଚ୍ଚ-ମୂଲ୍ୟ ଆଧାରିତ ଜୈବ-ଆଧାରିତ ରାସାୟନିକ, ବାୟୋପଲିମର୍ସ ଓ ଏଞ୍ଜାଇମ୍ସ

୨) ସ୍ମାର୍ଟ ପ୍ରୋଟିନ୍‌ ଓ ଫଙ୍କସନାଲ୍‌ ଖାଦ୍ୟ

୩) ସଠିକ୍‌ ବାୟୋଥେରାପି

୪) ଜଳବାୟୁ ସହନଶୀଳ କୃଷି

୫) କାର୍ବନ ସଂଗ୍ରହ ଓ ଏହାର ଉପଯୋଗ; ଏବଂ ସାମୁଦ୍ରିକ ଓ ମହାକାଶ ଗବେଷଣା।

ଅଧିକ ପଢ଼ନ୍ତୁ

Lpg Gas Price: ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା!

Chinese Garlic: କିପରି ଜାଣିବେ ନକଲି ରସୁଣ ?