Agriculture Training

ମହିଳାଙ୍କ ବିକାଶପାଇଁ ସ୍ୱତନ୍ତ୍ର କର୍ମଶାଳା ଅୟୋଜନ କଲା କୃଷି ବିଜ୍ଞାନ କେନ୍ଦ୍ର

ରାଜ୍ୟର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରିଛି କୃଷି ବିଜ୍ଞାନ କେନ୍ଦ୍ର ,ଭଟିଣ୍ଡା | ଏଥିରେ ରାଜ୍ୟର ମହିଳାମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦିତ କରିଥିଲେ |

13 May, 2023 10:00 AM IST By: Omkar Mohanty

ରାଜ୍ୟର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରିଛି କୃଷି ବିଜ୍ଞାନ କେନ୍ଦ୍ର (Krishi Vigyan Kendra) ,ଭଟିଣ୍ଡା | ଏଥିରେ ରାଜ୍ୟର ମହିଳାମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦିତ କରିଥିଲେ | ରାଜ୍ୟରେ ଥିବା କୃଷି ବିଜ୍ଞାନ କେନ୍ଦ୍ର (Krishi Vigyan Kendra) ସଦା ସର୍ବଦା ରାଜ୍ୟର କୃଷିସମ୍ପଦର ଉନ୍ନତି ପାଇଁ ପ୍ରଚେଷ୍ଟରତ l ଏଥିପାଇଁ କୃଷି ବିଜ୍ଞାନ କେନ୍ଦ୍ର ବିଭିନ୍ନ ବିଷୟ ଉପରେ ଧନ୍ଦାମୂଳକ ତାଲିମ ପାଠ୍ୟକ୍ରମ ଆୟୋଜିତ କରିଥାଏ |

ଏହାର ଉଦ୍ଦେଶ୍ୟ ହେଉଛି ବେକାରୀ ସମସ୍ୟାକୁ ହ୍ରାସ କରିବା ଏବଂ ପରିବାରର ଆୟ ବୃଦ୍ଧି କରିବା | ଏହି ପର୍ଯ୍ୟାୟରେ, କେ.ଭି.କେ ଭଟିଣ୍ଡା ମହିଳାମାନଙ୍କ ପାଇଁ ଏକ ତାଲିମ ପାଠ୍ୟକ୍ରମର ଆୟୋଜନ କରାଯାଇଥିଲା | ମହିଳାମାନେ କିପରି ନିଜର ଆର୍ଥିକ ମାନଦଣ୍ଡକୁ ସଦୃଢ଼ କରିବା ସହିତ ଗୁଣାତ୍ମକମାନ ବୃଦ୍ଧିକରିବେ ସେ ସମ୍ପର୍କରେ ଗଭୀର ଭାବରେ ଆଲୋଚନା କରାଯାଇଥିଲା l

17 ଏପ୍ରିଲରୁ 2 ମେ ପର୍ଯ୍ୟନ୍ତ ବିଭିନ୍ନ ପାରମ୍ପାରିକ ତଥା ଆଧୁନିକ ଜ୍ଞାନ କୌଶଳ ସହିତ ପୋଷାକ ସଜାଇବା ଏବଂ ପୋଷାକର ମୂଲ୍ୟ ଯୋଗ (value addition) ଉପରେ ଦଶ ଦିନିଆ ତାଲିମ ପାଠ୍ୟକ୍ରମର ଆୟୋଜନ କରିଥିଲେ। ସେଖୁ, ଚାନଲଥଲ, ବୀର-ବାହମାନ, ଜୁନିର, ଘାସୋଖାନା, ନାହିୟାନୱାଲା, ଚୁଗେ କାଲାନ, ଜାଇଟୋ, ଜାସି ପାଉ ୱାଲି, ପାକ୍କା କାଲାନ, ବାପିଆନା ଏବଂ ଗାଟୱାଲି ଗାଁର ମହିଳାମାନେ ଏଥିରେ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ଜସବିନ୍ଦର କୌର ବ୍ରର କହିଛନ୍ତି ଯେ ଏହି ଧନ୍ଦାମୂଳକ ତାଲିମ ପାଠ୍ୟକ୍ରମରେ ସିଲେଇ, ଏମ୍ବ୍ରୋଡୋରୀ, ପେଣ୍ଟିଂ ଇତ୍ୟାଦି ବିଭିନ୍ନ ବିଷୟରେ ବିସ୍ତୃତ ସୂଚନା ଦିଆଯାଇଥିଲା । ଏହି କୌଶଳଗୁଡିକ ବ୍ୟବହାର କରି ମହିଳାମାନେ ଘରେ ବସି ସେମାନଙ୍କର ରୋଜଗାରର ଉତ୍ସ ବୃଦ୍ଧି କରିପାରିବେ |

ଡେପୁଟି ନିର୍ଦ୍ଦେଶକ ଡକ୍ଟର ଗୁରୁଦୀପ ସିଂ ସିଦ୍ଧୁ ତାଲିମ ସମୟରେ ତାଙ୍କ ଅଭିଭାଷଣରେ ଏହି ପ୍ରଶିକ୍ଷଣକୁ ଏକ ବୃତ୍ତି ଭାବରେ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ ଏବଂ କହିଥିଲେ ଯେ ଏହି ବୃତ୍ତିଗତ ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ଦ୍ଦିଷ୍ଟ ବୃତ୍ତି ବିଷୟରେ ସୂଚନା ଦେଇ ମହିଳାମାନଙ୍କୁ ସେମାନଙ୍କ ନିଜ ଗୋଡ଼ରେ ଠିଆ ହେବାକୁ ସକ୍ଷମ କରିବା |

କୃଷକମାନଙ୍କ ସମସ୍ୟା ସମାଧାନ ପାଇଁ କୃଷି ବିଜ୍ଞାନ କେନ୍ଦ୍ର କୃଷି ବିଶେଷଜ୍ଞ ଏବଂ ବିଭାଗୀୟ ପ୍ରତିନିଧୀ ସରକାରଙ୍କ ଦ୍ୱାରା କାର୍ଯ୍ୟରତ । କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏକ କୃଷି ବିଜ୍ଞାନ କେନ୍ଦ୍ର (Krishi Vigyan Kendra) ଅଛି | କୃଷି କ୍ଷେତ୍ରରେ ଉପୁଜିଥିବା ଯେକୌଣସି ସମସ୍ୟାର ସମାଧାନ ପାଇଁ ଏଠାରେ କୃଷି ବିଶେଷଜ୍ଞମାନେ ଉପସ୍ଥିତ ଅଛନ୍ତି | କୃଷକମାନଙ୍କ ପାଇଁ କୃଷି ବିଜ୍ଞାନ କେନ୍ଦ୍ର (Krishi Vigyan Kendra) ଏକ ସୂଚନା କେନ୍ଦ୍ର ଭାବରେ କାର୍ଯ୍ୟ କରେ | ଏହା ମାଧ୍ୟମରେ କୃଷକମାନେ କୃଷିଯନ୍ତ୍ରପାତି ଠାରୁ ଆରମ୍ଭ କରି ,ମୂର୍ତ୍ତିକ ପରୀକ୍ଷଣ ଏବଂ କୃଷି ବୃତ୍ତିଗତଚାଷ ବିଷୟରେ ଜ୍ଞାନ ପାଇପାରିବେ |

 

ନମସ୍କାର ଭଦ୍ରକ, ଆପଣଙ୍କ ଅଞ୍ଚଳରେ କୃଷି ବିଜ୍ଞାନ କେନ୍ଦ୍ର କିପରି କରୁଛି କାର୍ଯ୍ୟ ?

ନମସ୍କାର ଦେବଗଡ଼ , ଆପଣଙ୍କ ଅଞ୍ଚଳରେ କୃଷି ବିଜ୍ଞାନ କେନ୍ଦ୍ର କିପରି କରୁଛି କାର୍ଯ୍ୟ ?

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)