Agripedia

ବର୍ଷା ଦିନରେ ଖାଆନ୍ତୁ ଏହି ଫଳ :

ବର୍ଷା ଦିନରେ ଖାଆନ୍ତୁ ଏହି ଫଳ :

19 August, 2019 1:01 PM IST By: KJ Staff

ବର୍ଷା ହେଲେ ଗରମ ଗରମ ପକୁଡି ବା ଭଜା ହୋଇଥିବା ବାଦାମ ର ମଜା ନିଆରା ତେବେ ଏହି ଋତୁ ରେ ଥଣ୍ଡା ,ଜ୍ୱର ପ୍ରଭୃତି ରୋଗ ସଂକ୍ରମଣ ର ସମ୍ଭାବନା ବେଶ ଅଧିକ ରହିଥାଏ |ଏଣୁ ଏହି ରୋଗ ରେ ପୀଡିତ ହେବା ବ୍ୟତୀତ ,ପୂର୍ବରୁ ଏହା ଲାଗି ସଚେତନ ହେବ ଆବଶ୍ୟକ |ବର୍ଷା ଦିନରେ ବିଶେଷ କରି ଅଧିକ ଆଣ୍ଟି ଅକ୍ସିଡାଣ୍ଟ ଥିବା ଫଳ ,ଅଧିକ ଭିଟାମିନ ମିନେରାଲ ଥିବା ଫଳ ଖାଇବା ଶରୀର ପ୍ରତି ବେଶ ଲାଭଦାୟକ ହୋଇଥାଏ କାରଣ ଏହା ଆପଣଙ୍କ ଶରୀର କୁ ଉପଯୁକ୍ତ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ |

୧)ଜାମୁ କୋଳି :

ଅତି ସୁନ୍ଦର ଓ ସ୍ୱାଦିଷ୍ଟ ଜାମୁ କୋଳି ଆପଣ ଖାଇଥିବେ ନିଶ୍ଚିନ୍ତ ହେଲେ ଏହାର ବିଶିଷ୍ଟ ଉପକାରିତା ବିଷୟରେ ହୁଏତ ଜାଣି ନଥିବେ |ଏଥିରେ ପ୍ରଚୁର ମାତ୍ର ରେ ପୋଟାସିଅମ ,ଲୌହ ,ଫାଇବର ଇତ୍ୟାଦି ରହିଛି ଯାହା ଶରୀର ରେ ଶର୍କରା ମାତ୍ରା କୁ ନିୟନ୍ତ୍ରିତ କରିବା ସାଙ୍ଗରେ ,ମୌସୁମୀ ରେ ମଧୁମେହ ରୋଗୀଙ୍କ ଲାଗି ସବୁଠାରୁ ଉତ୍ତମ ଖାଦ୍ୟ ସାବ୍ୟସ୍ତ ହୋଇଥାଏ |

୨)ଡାଳିମ୍ବ :

ଏହା ଚମତ୍କାରୀ ଫଳ ର ମଞ୍ଜି ରେ ରହିଛି ଅତ୍ୟଧିକ ଭିଟାମିନ ବି ଓ ସି ଯାହା ଶରୀରରେ ରକ୍ତ କୋଷିକା ନିର୍ମାଣ ରେ ସାହାଯ୍ୟ କରିଥାଏ |ଉଚ୍ଚ ରକ୍ତ ଚାପ ଏବଂ ଅଧିକ ଚିନ୍ତାଗ୍ରସ୍ତ ରହୁଥିଲେ ଏହାକୁ ନିଶ୍ଚିନ୍ତ ଖାଇବା ଆବଶ୍ୟକ |

୩)ଅମୃତ ଭଣ୍ଡା:

ଅଧିକ ଭିଟାମିନ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ଯୁକ୍ତ ଅମୃତ ଭଣ୍ଡା ରେ ଏକ ବିଶେଷ ରାସାୟନିକ ପଦାର୍ଥ ଦେଖିବାକୁ ମିଳେ ଯାହାକୁ ପାପେନ ବୋଲି କୁହାଯାଏ |ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏବଂ ତ୍ୱଚା କୁ ମଧ୍ୟ ସତେଜ ରଖେ |

୪)ଚେରି କୋଳି :

ଶରୀରରେ କଲେଷ୍ଟେରୋଲ ମାତ୍ରା କୁ ହ୍ରାସ କରୁଥିବା ଏହି ଫଳ ସମସ୍ତଙ୍କର ମନ କୁ ନିଶ୍ଚିନ୍ତ କିଣିଥାଏ |ଏଥିରେ କେତେକ କର୍କଟ ରୋଗ କୁ ପ୍ରତିରୋଧ କରିବାର କ୍ଷମତା ମଧ୍ୟ ଦେଖିବାକୁ ମିଳିଛି |ପ୍ରଚୁର ପୋଟାସିଅମ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥିବା ଏହି ଫଳ ବର୍ଷା ଦିନରେ ବହୁ ରୋଗ ରୁ ମୁକ୍ତ ରଖିବ|

୫)ପିଚ :

ଏହି ଫଳ ଆପଣଙ୍କର ଓଜନ ହ୍ରାସ କରିବାରେ ସକ୍ଷମ ତେଣୁ ଯଦି ଡାଏଟିଙ୍ଗ କରିବାକୁ ଚାହୁଁଛନ୍ତି ତେବେ ଏହାକୁ ନିଜ ଖାଦ୍ୟ ରେ ମଧ୍ୟ ସ୍ଥାନ ଦିଅନ୍ତୁ |ଏହା ବ୍ୟତୀତ ଏଥିରେ ଭିକମିନ ଏ ,ବି ,ସି ପ୍ରବୃତି ଉପକାରୀ ଦ୍ରବ୍ୟ ମଧ୍ୟ ଦେଖିବାକୁ ମିଳେ ଯାହା ଆପଣାକୁ ବହୁ ରୋଗ ରୁ ମୁକ୍ତି ଦେବାରେ ସକ୍ଷମ 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)