Agripedia

ବିଲାତି ଚାଷ କରି ୫ ମହିଳା ଲକ୍ଷପତି,ଜାଣନ୍ତୁ...

ପାଞ୍ଚ ମହିଳା ହୋଇଛନ୍ତି ଲକ୍ଷପତି । ତାହା ପୁଣି ବିଲାତି ଚାଷ (Cultivating tomato) କରି । କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ କଥା । ନାନା ଅଡୁ ଭିତରେ ଛନ୍ଦି ହୋଇପଡ଼ିଥିବା ଚାଷୀମାନେ ଚାଷଠାରୁ ଦୂରେଇ ଯାଉଥିବା ବେଳେ କେନ୍ଦୁଝରରେ ଜିଲ୍ଲାରୁ ଆସିଛି ଏପରି ଭଲ ଖବର ।

25 January, 2022 5:12 PM IST By: Sudesna Nayak

ପାଞ୍ଚ ମହିଳା ହୋଇଛନ୍ତି ଲକ୍ଷପତି । ତାହା ପୁଣି ବିଲାତି ଚାଷ (Cultivating tomato) କରି । କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ କଥା । ନାନା ଅଡୁ ଭିତରେ ଛନ୍ଦି ହୋଇପଡ଼ିଥିବା ଚାଷୀମାନେ ଚାଷଠାରୁ ଦୂରେଇ ଯାଉଥିବା ବେଳେ କେନ୍ଦୁଝରରେ ଜିଲ୍ଲାରୁ ଆସିଛି ଏପରି ଭଲ ଖବର ।

ପାଞ୍ଚ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଋଣ ଆଣି ହିଁ ଅଦିନରେ ବିଲାତି ଚାଷ (Cultivating tomato) କରି ଲକ୍ଷପତି ହେବା ସହିତ ଅନ୍ୟମାନଙ୍କ ପାଇଁ ଏକ ବଡ ଉଦାହରଣ ପାଲଟିଛନ୍ତି ।

କେନ୍ଦୁଝର (Keonjhar) ସଦର ବ୍ଲକ ବରଦାପାଳର ତଳ କୁସୁମିତା ଗାଁର ପାଞ୍ଚ ମହିଳାମାନେ ନିରୁପମା ମହାନ୍ତ, ଗମୀ ମୁଣ୍ଡା, ସେବତୀ ମହାନ୍ତ, ମଞ୍ଜୁ ମହାନ୍ତ ଓ ସସ୍ମିତା ମହାନ୍ତି । ପରିବାରର ଆର୍ଥିକ ସ୍ଥିତ ଭଲ ନାହିଁ । ତଥାପି ସେମାନେ ହାର ମାନି ନାହାନ୍ତି । ନୂଆ କିଛି କରିବାର ଜିଦ ହିଁ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ସାହସ ଦେଇଥିଲା ।

ଲିଜ୍‌ ସୂତ୍ରରୁ ଜମି ନେଇ ବିଲାତି ଚାଷ କରିବାକୁ ମନ ବଳାଇଥିଲେ । ସେଥିପାଇଁ ମାଆ ମଙ୍ଗଳା ସ୍ୱୟଂସହାୟକ ଗୋଷ୍ଠୀରୁ ୬୦,୦୦୦ ଓ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟରରୁ ୪୦,୦୦୦ ଟଙ୍କା ଋଣ ଆଣି ଟମାଟୋ ଚାଷ (Tomato farming) ଆରମ୍ଭ କଲେ ।

ଜୁଲାଇ ମାସରେ ଚାରା ପ୍ରସ୍ତୃତ କଲେ । ପ୍ରାୟ ୪.୫ ଏକର ଜମିରେ ସେହି ଚାରାକୁ ରୋପଣ କରିଥିଲେ । ଏଥିପାଇଁ ଆବଶ୍ୟକ ହେଉଥିବା ଜ୍ଞାନ କୌଶଳ ଆଇଡିଆଲ୍‌ ଡେଭଲପ୍‌ମେଣ୍ଟ ଏଜେନସି (ଆଇଡିଏ) ସ୍ୱେଚ୍ଛାସେବୀର ସଦସ୍ୟମାନେ ଦେଉଥିଲେ ।

ରୋପଣ ହୋଇଥିବା ବିଲାତି ଚାରା ଗତ ଅକ୍ଟୋବର ମାସରୁ ହିଁ ଫଳିବା ଆରମ୍ଭ କରିଥିଲା । ସେମାନେ ବର୍ତ୍ତମାନ ସୁଦ୍ଧା କହିବାକୁ ଗଲେ, ୬ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାର ବିଲାତି ବିକ୍ରୟ କରିସାରିଲେଣି । ଆଉ କିଛି ମଧ୍ୟ ବିକ୍ରି ପାଇଁ ରଖିଛନ୍ତି । କିଛିଦିନ ତଳେ ହୋଇଥିବା ଲଗାଣ ବର୍ଷା ସେମାନଙ୍କୁ ଅସୁବିଧାରେ ପକାଇଥିଲା । ନଚେତ୍‌ ଚଳିତବର୍ଷ ଅଧିକ ଅମଳ ହୋଇଥାଆନ୍ତା ବୋଲି ଚାଷୀମାନେ କହିଛନ୍ତି ।

ପ୍ରକାଶ ଥାଉ ଯେ, ୫ ମହିଳା ଲକ୍ଷପତି ହେବା ଘଟଣା ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି । ହେଲେ ଏହି ଅଞ୍ଚଳରେ ବହୁ ପରିବା ଚାଷ ହେଉଥିବାରୁ ଶିତଳ ଭଣ୍ଡାର ଅଭାବରୁ ଚାଷୀ କମ ଦରରେ ପରିବା ବିକିବାକୁ ବାଧ୍ୟ ହେଉଛନ୍ତି । ଯଦି ଏଠାରେ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇ ପାରନ୍ତା, ତାହା ହେଲେ ଚାଷୀ ଅଧିକ ଦୁଇ ପଇସା ଲାଭ ପାଇ ପାରନ୍ତେ ବୋଲି ଚାଷୀ କ୍ଷୋଭର ସହ କହିଛନ୍ତି । ଅନ୍ୟପଟେ ଅଧିକା ମହିଳା ଗୋଷ୍ଠୀଙ୍କୁ ଚାଷ ପ୍ରତି ଆକୃଷ୍ଟ କରିବାକୁ ଆଇଡିଏ ଚେଷ୍ଟା ଜାରି ରଖିଥିବା କହିଛି ।

ଏହି ବ୍ୟବସାୟ କଲେ ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା, ହେବେ ମାଲାମାଲ୍

୧୫ ହଜାର ଟଙ୍କା ବିନିଯୋଗ କରି ଆରମ୍ଭ କରନ୍ତୁ ଏହି ବ୍ୟବସାୟ ; ଆୟ କରିପାରିବେ ଲକ୍ଷ ଲକ୍ଷ ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)