Agripedia

ଘରର ଅଗଣାରେ ଏହି ୭ଟି ଗଛ ଲଗାଇବା ହୋଇଥାଏ ଶୁଭ, କେବେ ବି ହୁଏ ନାହିଁ ଧନର ଅଭାବ

ଯଦି ଆପଣ ଘରେ କୌଣସି ଗଛ ଲଗାଇବା ପାଇଁ ଚାହୁଁଛନ୍ତି ତେବେ କେଉଁ ଗଛ ଲଗାଇବା ଶୁଭ ଓ କେଉଁଟି ଅଶୁଭ ଆପଣ ଜାଣିଛନ୍ତି କି? ଚିନ୍ତା କରନ୍ତୁନି ଆଜି ଆମେ ଆପଣଙ୍କୁ କେତୋଟି ଗଛ ବିଷୟରେ ଏଠାରେ ଉଲେଖ୍ୟ କରିଛୁ ଯାହା ଆପଣ ଘରେ ମଧ୍ୟ ଲଗାଇପାରିବେ । ଯଦ୍ୱାରା ଆପଣଙ୍କ ଘରେ ଶୁଭଫଳ ଆସିବ । ତେବେ ଚଲାନ୍ତୁ ଜାଣିବା ଘରେ କେଉଁ ଗଛ ଲଗାଇଲେ କଣ ଫାଇଦା ହେବ ।

01 December, 2021 10:36 AM IST By: Sudesna Nayak

ଲୋକମାନେ ଘରର ଅଗଣାରେ ଗଛ ସୁନ୍ଦରତା ଏବଂ ସ୍ବଚ୍ଛ ବାତାବରଣ ପାଇଁ ଲଗାଇଥାନ୍ତି । ଯଦି ଘର ଅଗଣାରେ ବାସ୍ତୁ ହିସାବରେ ଗଛ ଲଗାଯାଏ ତେବେ ଆମର ଖରାପ ଗ୍ରହର ଦଶା ସୁଧୁରିଯାଏ ଏବଂ ଘରେ ଖୁସି,ଧନ, ଶାନ୍ତି ଓ ସମବୃଦ୍ଧି ଆସେ । ତେଣୁ ଗଛ ଲଗାଇବା ଏକ ମହାନ କାର୍ଯ୍ୟ ବୋଲି ବିବେଚନା କରାଯାଏ । ଯଦି ଆପଣ ଘରେ କୌଣସି ଗଛ ଲଗାଇବା ପାଇଁ ଚାହୁଁଛନ୍ତି ତେବେ କେଉଁ ଗଛ ଲଗାଇବା ଶୁଭ ଓ କେଉଁଟି ଅଶୁଭ ଆପଣ ଜାଣିଛନ୍ତି କି? ଚିନ୍ତା କରନ୍ତୁନି ଆଜି ଆମେ ଆପଣଙ୍କୁ କେତୋଟି ଗଛ ବିଷୟରେ ଏଠାରେ ଉଲେଖ୍ୟ କରିଛୁ ଯାହା ଆପଣ ଘରେ ମଧ୍ୟ ଲଗାଇପାରିବେ । ଯଦ୍ୱାରା ଆପଣଙ୍କ ଘରେ ଶୁଭଫଳ ଆସିବ । ତେବେ ଚଲାନ୍ତୁ ଜାଣିବା ଘରେ କେଉଁ ଗଛ ଲଗାଇଲେ କଣ ଫାଇଦା ହେବ ।

ତୁଳସୀ ଗଛ -ପାଖାପାଖି ପ୍ରାୟ ସମସ୍ତଙ୍କ ଘରେ ତୁଳାଶୀ ଗଛ ଦେଖିବାକୁ ମିଳେ । ତୁଳସୀ ଗଛ ଅତ୍ୟନ୍ତ ଶୁଭ ଅଟେ । ଏଥିରେ ବହୁତ ପରିମାଣରେ ଔଷଧୀୟ ଓ ଆୟୁର୍ବେଦିକ ଗୁଣ ରହିଛି । ଏହି ତୁଳସୀ ଗଛକୁ ପ୍ରତ୍ୟେକ ଘରେ ଦେବୀ ବୃନ୍ଦାବତୀ ରୂପରେ ପୂଜା କରାଯାଇଥାଏ ।

ମନିପ୍ଲାଣ୍ଟ ଗଛ -ଏହି ଗଛ ଘରେ ରହିବା ଅତ୍ୟନ୍ତ ଶୁଭ ଅଟେ । ଏହି ଗଛ ଘରେ ଲଗାଇଲେ, ଘରକୁ ସୁଖସମୃଦ୍ଧି ଧନ, ଶାନ୍ତି ଆସିଥାଏ ।

କଦଳୀ ଗଛ - କଦଳୀ ଗଛ ବହୁତ ଶୁଭ ଅଟେ । ପ୍ରତ୍ୟେକ ଗୁରୁବାର ଦିନ କଦଳୀ ଗଛକୁ ପୂଜାର୍ଚ୍ଚନା କରି ଅର୍ଘ୍ୟ ଅର୍ପଣ କଲେ, ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ । ଘରର ପଛରେ କଦଳୀ ଗଛ ଲଗାଇଲେ ବିବାହରେ ଆସୁଥିବା ସମସ୍ଯା ଦୂର ହୋଇଥାଏ ଏବଂ ସୁଖ ଶାନ୍ତି ଲାଗି ରହିଥାଏ ।

 

ହଳଦୀ ଗଛ -ଏହି ଗଛ ଅତ୍ୟନ୍ତ ଶୁଭ ହେବା ସହିତ ଏଥିରେ ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ଏହି ଗଛ ପବନକୁ ସ୍ୱଚ୍ଛ କରିବା ସହିତ ବାତାବରଣକୁ ଶୁଦ୍ଧ ରଖିଥାଏ । ହଳଦୀ ଆମ ଶରୀର ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ଅଟେ ।

 

ଅପରାଜିତା ଗଛ - ପ୍ରାୟତଃ ଲୋକେ ଏହି ଗଛକୁ ଘର ଭିତରେ ବା ବଗିଚାରେ ଲଗାଇ ଥାଆନ୍ତି ।  ଏହି ଗଛ ଘର ପାଇଁ ଅତ୍ୟନ୍ତ ଶୁଭ ଅଟେ ।

 

ପାନ ଗଛ - ପାନ ଗଛକୁ ଅଳ୍ପ ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ ଲଗାଇବା ଉଚିତ । ଏହାକୁ ବିଭିନ୍ନ ପୂଜାରେ ବ୍ୟବହାର କରାଯାଇଥାଏ । ପାନ ଗଛ ଘରେ ଲଗାଇବା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ।

 

ଓସ୍ତ ଗଛ- ଓସ୍ତ ଗଛର ବୁଧ ,ଶନି ଏବଂ ବୃହସ୍ପତିଙ୍କ ସହିତ ସଂଯୋଗ ଥାଏ । ଏହି ଗଛରେ ପ୍ରତିଦିନ ପାଣି ଦେଲେ ଏବଂ ଫୁଲ ଚଢାଇଲେ କୌଣସି ବି ରୋଗ ହୋଇନଥାଏ ଏବଂ ଏହା ସହିତ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)