Agripedia

Eucalyptus Farming: ଚାଷକୁ ଦେବ ନୂଆ ପରିଚୟ

ପୂର୍ବକାଳରେ ବ୍ରିଟିଶମାନେ ଇନ୍ଧନ ଏବଂ କାଠ ବ୍ୟବହାର ପାଇଁ ଏହି ଗଛକୁ ବ୍ୟବହାର କରୁଥିଲେ | ବ୍ରିଟିଶ ମାନେ ତାମିଲନାଡୁର ନୀଳଗିରି ପାର୍ବତ୍ୟା ଅଂଚଳରେ ପ୍ରାୟ 1843 ମସିହାରେ ଇଉକାଲିପଟାସକୁ ଆବିଷ୍କାର କରିଥିଲେ |

11 July, 2022 12:27 PM IST By: Rajashree

ଇଉକାଲିପଟାସ ଏକ ମଧ୍ୟମ ଉଚ୍ଚତା ବିଶିଷ୍ଟ ଶୀଘ୍ର ବଢୁଥିବା ଗଛ | ଇଉକାଲିପଟାସ (Eucalyptus)ଗଛ ଉଚ୍ଚତା 25 ମିଟରରୁ 50 ମିଟର ଏବଂ ବ୍ୟାସ 2 ମିଟର ବଢିପାରେ | ଏହି ଗଛଟି "ମିରଟାସିଆ" ପ୍ରଜାତିରେ ଅନ୍ତର୍ଭୁକ୍ତ | "ମିରଟାସିଆ" ପ୍ରଜାତିର ପ୍ରାୟ 325ରୁ ଅଧିକ ଗଛ ଦେଖିବାକୁ ମିଳିଥାଏ | ଇଉକାଲିପଟାସ (Eucalyptus)ସାଧାରଣତଃ ଅଷ୍ଟ୍ରେଲିଆ, ତାସମାନିଅ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜରେ ଅଧିକ ପରିମାଣରେ ଦେଖାଯାଇଥାଏ |

ଭାରତରେ ମଧ୍ୟ ଏହି ଗଛ ବିଭିନ୍ନ ଜାଗାରେ ଦେଖାଯାଇଥାଏ | ପୂର୍ବକାଳରେ ବ୍ରିଟିଶମାନେ ଇନ୍ଧନ ଏବଂ କାଠ ବ୍ୟବହାର ପାଇଁ ଏହି ଗଛକୁ ବ୍ୟବହାର କରୁଥିଲେ | ବ୍ରିଟିଶ ମାନେ ତାମିଲନାଡୁର ନୀଳଗିରି ପାର୍ବତ୍ୟା ଅଂଚଳରେ ପ୍ରାୟ 1843 ମସିହାରେ ଇଉକାଲିପଟାସକୁ ଆବିଷ୍କାର କରିଥିଲେ | ଇଉକାଲିପଟାସ (Eucalyptus)ଗଛକୁ "ଗୁଣ୍ଡ ଗଛ", "ନାଲି ଲୁହା ଗଛ" ଏବଂ "ସଫେଡା, "ନୀଳଗିରି ଗଛ" ବୋଲି ମଧ୍ୟ କୁହାଯାଏ | ଭାରତରେ ଏହା ଏକ ପ୍ରମୁଖ ଜାଳେଣି ଗଛ ଭାବରେ ମଧ୍ୟ ବେଶ ଜଣାଶୁଣା |

ଇଉକାଲିପଟାସ (Eucalyptus) ଗଛକୁ ବିଭିନ୍ନ ଦେଶରେ ବ୍ୟବସାୟିକ ଭିତ୍ତିରେ ମଧ୍ୟ ଚାଷ (Eucalyptus Farming)କରାଯାଇଥାଏ | ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଥିବା ଏହାର ପ୍ରମୁଖ ପ୍ରଜାତି ଗୁଡିକ ହେଲା ଇଉକାଲିପଟାସ ଗ୍ରାଣ୍ଡିସ୍ ଏବଂ ଇଉକାଲିପଟାସ ଟେରେଟିକର୍ନିସ୍ (Eucalyptus grandis and Eucalyptus tereticornis) |

ଏହି ଗଛ ପତ୍ରର ତେଲର ବହୁତ ଅଧିକ ଚାହିଦା ରହିଛି | ବିଭିନ୍ନ ଦେଶରେ ଏହି ଗଛ ପତ୍ରର (Eucalyptus leaves)ତେଲକୁ ଚିକିର୍ସା ପଦ୍ଧତିରେ ବ୍ୟବହାର କରାଯାଇଥାଏ | ବିଭନ୍ନ ପ୍ରକାର ହାର୍ବାଲ ସାମଗ୍ରୀ ପ୍ରସ୍ତୁତିରେ ଏହି ଗଛର ଅଂଶକୁ ବ୍ୟବହାର କରାଯାଇଥାଏ |

ଇଉକାଲିପଟାସ;

- ଇଉକାଲିପଟାସ (Eucalyptus)ସାଧାରଣତଃ ଜଙ୍ଗଲ ମାନଙ୍କରେ ଅଧିକ ଦେଖାଯାଇଥାଏ | ଏହି ଗଛ ଗୁଡିକର ବଂଶ ବିସ୍ତାର ଇଉକାଲିପଟାସ ଫଳ(Eucalyptus fruits) ମଞ୍ଜିରୁ ହୋଇଥାଏ | ଅନ୍ୟ ଗଛ ତୁଳନାରେ ଏହି ଗଛ ବହୁତ ଜଲ୍ଦି ବଢେ |

- ସାଧାରଣତଃ ଇଉକାଲିପଟାସ(Eucalyptus) ଗଛ ବୃଦ୍ଧି ପାଇଁ ଆବଶ୍ୟକଠୁ ଉଚ୍ଚ ତାପମାତ୍ରା ଆବଶ୍ୟକ କରନ୍ତି, କିନ୍ତୁ ଏହି ଜାତିର ଅନ୍ୟ ପ୍ରଜାତି ଯେପରିକି ଇ ନେଗ୍ଲେକ୍ଟା ଏବଂ ଇ କ୍ରେନୁଲାଟା ଅର୍ଦ୍ଧ ଛାୟା ଅଞ୍ଚଳରେ ବି ବହୁତ ଭଲ ଭାବରେ ବଢି ପାରନ୍ତି | ଏହି ଗଛ ବୃଦ୍ଧି ପାଇଁ ଅଧିକ ମାତ୍ରାରେ ଜଳ ମଧ୍ୟ ଆବଶ୍ୟକ କରନ୍ତି ନାହିଁ |

- ଇଉକାଲିପଟାସ (Eucalyptus)ବର୍ଷା ଦିନରେ ଚାଷ ଉପଯୋଗୀ ନୁହେଁ | ବସନ୍ତର ମଧ୍ୟଭାଗରେ ଏହି ଗଛ ଚାଷ (Eucalyptus Farming) କରାଯାଇପାରିବ | ଇଉକାଲିପଟାସ ଚାଷ (Eucalyptus Farming) କରୁଥିଲେ ଜଳ ନିଷ୍କାସନ ଦିଗରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ | ସଠିକ ମାତ୍ରାରେ ପାଣି ଦେବା ଏହି ଗଛ ପାଇଁ ଭଲ ହୋଇଥାଏ | ଅଧିକ ପାଣି ଦେବା ଦ୍ୱାରା ଏହାର ଚେର ପଚିଯିବାର ସମ୍ଭାବନା ଥାଏ |

ଚାଷ କରି କୋଟିପତି ହେବାର ସହଜ ଉପାୟ

ଲାଭଦାୟକ କଦଳୀ ଚାଷ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)