ଗୋଟେ ଓଳି ଭାତ ଖାଇବାକୁ କୁ ଓଡ଼ିଆ ଲୋକ ନିଶ୍ଚିନ୍ତ ଭଲ ପାଆନ୍ତି ଏବଂ ତା ସହ ପଖାଳ ଭାତ ର ତୋରାଣି ମଧ୍ୟ ଘରେ ଘରେ ବେଶ ପରିଚିତ |ତେବେ ଆପଣ ହୁଏତ ଭାତ ରାନ୍ଧିଲା ପରେ ତା ପେଜ କୁ ଫପାଡ଼ି ଦେଉଥିବେ ହେଲେ ଜାଣିଛନ୍ତି କି ବୈଜ୍ଞାନିକ ଗବେଷଣା ଦ୍ୱାରା ପେଜ ବା ତୋରାଣି ର କେତେ ଅଦ୍ଭୁତ୍ତ ଉପକାରିତା ଜ୍ଞାତ ହୋଇଛି?
ପୁରାତନ ଯୁଗରେ ଜାପାନ ର ମହିଳା ମାନେ ଏହି ପାଣି କୁ ନିଜ କେଶ ର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବ୍ୟବହାର କରୁଥିଲେ |ଏହା ସୁନ୍ଦର ଓ ମଜବୁତ କେଶ ରେ ବହୁ ସହାୟକ ହୋଇଥାଏ
ଚମ ପାଇଁ
ଚମ ର ସୌନ୍ଦର୍ଯ୍ୟ ରକ୍ଷା ଏବଂ ସତେଜ ଚମ ଲାଗି ବର୍ତମାନ ତୋରାଣି ପାଣି କୁ ଅଧିକ ବ୍ୟବହାର କରାଯାଉଛି |ଖୁବ ସହଜରେ ମିଳିପାରୁଥିବା ଏହି ତୋରାଣି ପାଣି ତ୍ୱଚା ର ବେଶ ଭଲ ଉପଚାର କରିପାରିବ|ଏକଜେମା ବା ଫୁଟକା ହୋଇଥିଲେ ତୋରାଣି ଦ୍ୱାରା ତାର ଉପଚାର କରି ହେବ |
କେଶ ର ଉପଚାର :
ବୈଜ୍ଞାନିକ ମତରେ ଏହି ତୋରାଣି ରେ ଇନୋସିତଲ ନାମକ ଏକ ରାସାୟନିକ ଦ୍ରବ୍ୟ ଥାଏ ଯାହା କେଶ କୁ ମୂଳ ରୁ ହିଁ ମଜଭୁତ କରିଥାଏ |
କେତେକ ଙ୍କ ମତରେ ନିୟମିତ ତୋରାଣି ପିଇବା ଦ୍ୱାରା ପେଟ ଜନିତ ରୋଗ ଦୂର ହୋଇଥାଏ |ହେଲେ ଅତ୍ୟାଧିକ ମାତ୍ର ରେ ତୋରାଣି ବିଭିନ୍ନ କର୍କଟ ରୋଗ ର କାରଣ ମଧ୍ୟ ହେଇପାରେ |ଏହା ବ୍ୟତୀତ ହୃଦ୍ରୋଗ ,ଅଧିକ ରକ୍ତଚାପ ଇତ୍ୟାଦି ଅତ୍ୟଧିକ ତୋରାଣି ପିଇବା ରୁ ହେଇପାରେ ମାତ୍ର ତୋରାଣି ପିଇବା ର ପରାମର୍ଶ କେତେକ ଡାକ୍ତର ମାନେ ଦେଇଥାନ୍ତି |