ଗୁଆ ଗଛ ଲମ୍ବା ଏବଂ ଉଚ୍ଚ ହୋଇଥାଏ । ହିନ୍ଦୁ ଧର୍ମରେ ବିଭିନ୍ନ ପୂଜା ପାଠରେ ମଧ୍ଯ ଗୋଟା ଗୁଆର ବ୍ୟବହାର କରାଯାଇଥାଏ ।
ପତ୍ରର ତଳଭାଗରେ ଏକ ପ୍ରକାର ଆବରଣ ରହିଥାଏ । ଫଳଗୁଡ଼ିକ ଝୁଲି ହୋଇ ରହିଥାଏ । ଫଳ ୩.୮ରୁ ୫ ସେଣ୍ଟିମିଟର ଲମ୍ବ । ଏସବୁ ଦେଖିବାକୁ ଚିକ୍କଣ ଓ ନାରଙ୍ଗୀ ରଙ୍ଗର ହୋଇଥାଏ । ଏହା ପାଚିଗଲେ ଅଳ୍ପ ଧୂସରିଆ ମିଶା ନାରଙ୍ଗୀ ରଙ୍ଗ ପାଲଟିଯାଇଥାଏ । ଫଳରେ ରହିଥିବା ମଞ୍ଜିକୁ ଗୁଆ କୁହନ୍ତି । ଗୁଆ ଔଷଧୀୟ ଗୁଣରେ ଭରପୁର ।
ଜଳବାୟୁ, ମୃତ୍ତିକା
ଆର୍ଦ୍ର ଜଳବାୟୁ ଓ ଲୁଣି ପବନରେ ଗୁଆ ଗଛ ଭଲ ବଢ଼େ । ନିଗିଡା, ବଳିଆ,ଦୋରସା ମାଟିରେ ଗୁଆ ଗଛ ଭଲ ବଢ଼େ । ଜୁନ - ଜୁଲାଇ ମାସରେ ଗୁଆ ଗଛ ଲଗାଇବା ଉଚିତ ।
ଜଳସେଚନ - ଶୀତଦିନେ ଓ ଖରାଦିନେ ଦରକାର ଅନୁଯାୟୀ ଜଳସେଚନ କରାଯାଏ ।