Agripedia

ରୋଗ ପୋକ କବଳରେ ରେ ଭାରତୀୟ ମକା ଚାଷ !

ରୋଗ ପୋକ କବଳରେ ରେ ଭାରତୀୟ ମକା ଚାଷ !

24 July, 2019 3:07 PM IST By: KJ Staff

ଚଳିତ ବର୍ଷ ମକା ଚାଷ ଦେଶବ୍ୟାପୀ ରୋଗ ପୋକ ଦାଉରୁ ନଷ୍ଟ କ୍ଷେତିଗ୍ରସ୍ତ ହୋଇଛି |ଏହି ପରି ସମସ୍ୟା ଚଳିତ ବର୍ଷ ପ୍ରଥମ ଥର ଲାଗି ଦେଖିବାକୁ ମିଳିଛି |ମକା ଫସଲ ରେ ଧାନ ଅପେକ୍ଷା କମ ପାଣି ଖର୍ଚ୍ଚ ହେଉଥିବାରୁ ଚାଷୀମାନେ ଦ୍ଵିତୀୟ ବିକଳ୍ପ ଭାବେ ମକା କୁ ଚୟନ କରିଥାନ୍ତି |ଏହା ବ୍ୟତୀତ ମକା ର ଗୋଖାଦ୍ୟ ଭାବେ ଏବଂ ସେହିପରି ସୁଇଟ କର୍ନ ବା ମିଠା ମକା ର ବଜାରରେ ବେଶ ଅଧିକ ଚାହିଦା ରହିଛି |


ହେଲେ ଚଳିତ ବର୍ଷ ମକା ରେ ଅକସ୍ମାତ ଭାବେ ଆର୍ମି ୱାର୍ମ ପ୍ରଥମ ଲାଗି ଅତ୍ୟଧିକ ମାତ୍ର ରେ ଆକ୍ରମଣ କରଥିବାରୁ ,ମକା ଛୋଟ ଥିଲା ବେଳେ ହିଁ ପ୍ରଭୂତ କ୍ଷେତି ହେବାର ଜଣାପଡିଛି |ଏପରିକି କେତେକ ଅଂଚଳରେ ମାସେ ବା ତା ପୂର୍ବରୁ ରୋପଣ ହୋଇଥିବା ମକା ଫସଲ ଅଧା ରୁ ଅଧିକ ପରିମାଣର କ୍ଷେତିଗ୍ରସ୍ତ ହୋଇଥିବାର କେନ୍ଦୁଝର ଜିଲା ଯୋଡ଼ା କୃଷି ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସଫଳ ଯୁବ ଚାଷୀ ସୁଧାଂଶୁ ଶେଖର ସାମାଡ଼ ଅଭିଯୋଗ କରିଛନ୍ତି |

କଣ କରିପାରିବେ ?

କୀଟନାଶକ ,ବିଭିନ୍ନ ଯନ୍ତା ,ଇତ୍ୟାଦି ଯାହା ଫସଲ ସୁରକ୍ଷା ରେ ଉପକାରୀ ହେବ ,ତାହା ଉପରେ ପୂର୍ବରୁ ଥିବା ଜି ଏସ ଟି କୁ ଛଡା କରାଯିବାର ଯୋଜନା ରହିଛି ବୋଲି କହିଛନ୍ତି ,ଏସ ଏ ବି ସି ର ନିର୍ଦେଶକ ଭାଗିରଥି ଚୌଧରୀ |ଏହା ଉପରେ ପୂର୍ବରୁ ୧୮ % ଜି.ଏସ୍.ଟି ଲାଗୁ ହୋଇଥିଲା |
ଚାଷୀ ଭାଈ ମାନେ ନିଜର ଜମି ରେ ଫେରମୋନ ଯନ୍ତା ର ବ୍ୟବହାର କରନ୍ତୁ |ଏହା ଦ୍ୱାରା ଆପଣଙ୍କ ଫସଲ କେତେ ଦୂର ଆକ୍ରାନ୍ତ ହୋଇଛି ତାହା ଜଣ ପଡିବା ସାଙ୍ଗରେ ପୋକ ମାନେ ଆକର୍ଷିତ ହୋଇ ସେଇ ଯନ୍ତା ରେ ପଡିଯିବେ |ଏହା ସବୁଠାରୁ ଉତ୍ତମ ଉପାୟ |
ଏହା ବ୍ୟତୀତ ଏସ.ଏ.ବି.ସି ପ୍ରୋଜେକ୍ଟ ସଫଳ ନାମକ ଏକ ଅଭିଯାନ ର ଆରମ୍ଭ କରିଛନ୍ତି ଯେଉଁଥିରେ ବିଭିନ୍ନ ରାଜ୍ୟ ର ଚାଷୀ ମାନଙ୍କୁ ଏହିପରି କୀଟ ସୁରକ୍ଷା ର ଜୈବିକ ଉପାୟ ରେ ସୁରକ୍ଷା ,ଏବଂ ଏନେଇ ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ର ସୂଚନା ଦିଆଯାଉଛି |

କାହିଁକି ହେଲା ଏହି ପରି ପରିସ୍ଥିତି ?


ଏହି କୀଟ ଗତ ବର୍ଷ ପ୍ରଥମ ଥର ଲାଗି କର୍ଣ୍ଣାଟକ ରେ ଦେଖିବାକୁ ମିଳିଥିଲା ଏବଂ ଖୁବ ଶୀଘ୍ର ଏହା ଦକ୍ଷିଣ ସ୍ଥିତ ରାଜ୍ୟ ମାନଙ୍କରେ ବ୍ୟାପିବା ସାଙ୍ଗରେ ଉତ୍ତର ପୂର୍ବ ରାଜ୍ୟ ସମେତ ଓଡିଶା ରେ ମଧ୍ୟ ଭୀଷଣ କ୍ଷେତି କରିଛି |ତେବେ ଏହାର ନିବାରଣ ହେତୁ କେନ୍ଦ୍ର ସରକାର ବିଶେଷ ପଦକ୍ଷେପ ନେବା ସାଙ୍ଗରେ ,ଏହାର ନିୟନ୍ତ୍ରଣ ଲାଗି ୩ ଟି ରାସାୟନିକ କୀଟନାଶକ ଯଥା ସ୍ପାଇନେଟୋରାମ ୧୧.୭% ଏସ .ସି ,କ୍ଲୋରାଣଟ୍ରେନିଲିପ୍ରଲ ୧୮.୫% ଏସ ସି ର ପ୍ରୟୋଗ କରିବା ଏ ଉପଦେଶ ଜାରି କରଯାଇଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)