ବାଉଁଶ କୁ ନେଇ ବହୁତ କିଛି ତଥ୍ୟ ଆପଣ ପୂର୍ବରୁ ମଧ୍ୟ ବହୁ ବାର ଶୁଣିଥିବେ କିନ୍ତୁ ଆପଣ ଜାଣନ୍ତି କି ବାଉଁଶ ଏକ ଗଛ ନୁହେଁ ବରଂ ଏହା ଏକ ଘାସ |ଖୁବ ଶୀଘ୍ର ଏବେ ଅନୁଷ୍ଠିଥା ହେବାକୁ ଯାଉଛି ଓଡିଶା ଠାରେ ବାଉଁଶ ଗବେଷଣା କେନ୍ଦ୍ର |ବାଉଁଶ ର ବହୁତ ତଥ୍ୟ ଏମିତି ଅଛି ଯାହା ହୁଏତ ଆପଣ କେବେ କାହାଠାରୁ ଶୁଣି ନଥିବେ |
ତେବେ ଜଣାନ୍ତୁ ବାଉଁଶ ର ୧୦ ଟି ଗୁରୁତ୍ୱପୂର୍ଣ ତଥ୍ୟ !
୧)ଏହା ଏକ ଘାସ :ଗଛ ପରି କାଠ ଗଣ୍ଡି ଥିବା ବାଉଁଶ କୁ ହୁଏତ ଆଜି ଯାଏ ଆପଣ ଗଛ ବୋଲି ଜାଣିଥିବେ କିନ୍ତୁ ଏହା ଆଶ୍ଚର୍ଯ୍ୟଜନକ ଯେ ଏହା ବିଶ୍ୱ ର ସବୁଠାରୁ ବଡ ଘାସ |ଏହାର ହାରାହାରି ୧୪୫୦ ଟି ବିଭିନ୍ନ ପ୍ରଜେଟୀ ଅଛନ୍ତି |
୨)କେତେ ଲମ୍ବା ???ଆପଣ ଜାଣନ୍ତି କି ବାଉଁଶ ଗଛ ଟି ୨୪ ଘଣ୍ଟା ମଧ୍ୟରେ ହାରାହାରି ୩ ଫୁଟ ଲମ୍ବା ଯାଏ ବଢି ପାରିବ |ଏହି ପରି ଆକସ୍ମିତ ଉଚ୍ଚତା ବୃଦ୍ଧି ଚୀନ ରେ ମିଳୁଥିବା ମୋସୋ ପ୍ରଜାତି ର ବାଉଁଶ ରେ ଆପଣ ଦେଖିବାକୁ ପାଇବେ |ତେବେ ବାଉଁଶ କାଠ କୁ ବ୍ୟବହାର କରିବା ଲାଗି ତାକୁ ୩-୫ ବର୍ଷ ଯାଏ ବଢି ପାକଳ ହେବାକୁ ଦିଅନ୍ତୁ |
୩)ଅମ୍ଳଜାନ :ବାଉଁଶ ଗଛ ବିଶ୍ୱ ର ଅନ୍ୟ ସବୁ ଗଛ ଠାରୁ ସବୁଠାରୁ ଧୃତ ଗତି ରେ ଅମ୍ଳଜାନ ଉତ୍ପାଦନ କରିଥାଏ |ତେଣୁ ଘରେ ଆଜ୍ମା ରୋଗୀ ଥିଲେ ବା ଘର ପାଖରେ ଗାଡି ମାତ୍ର ଅଧିକ ଚଳାଚଳ କରୁଥିଲେ ଘରେ ନିଶ୍ଚିନ୍ତ ଲଗାନ୍ତୁ ବାଉଁଶ ଗଛ |
୪)ପ୍ରକୁତିକ ଯିବାନୁ ରୋଧକ :ଏଥିରେ ପ୍ରାକୃତିକ ଭାବେ ଜୀବାଣୁ ଓ କବକ ରୋଧକ ଶକ୍ତି ରହିଥାଏ ତେଣୁ ଏହାର ତନ୍ତୁ ରେ ତିଆରି କପଡା ,ଗାମୁଛା ଇତ୍ୟାଦି ଆପଣଙ୍କ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ|
୫)ଷ୍ଟିଲ ଠାରୁ ଅଧିକ ମଜଭୁତ:ଧାତୁ ମାନଙ୍କ ମଧ୍ୟରେ ଷ୍ଟିଲ ସବୁଠାରୁ ଅଧିକ ହୋଇଥିଲାବେଳେ ବାଉଁଶ କାଠ ଷ୍ଟିଲ ଠାରୁ ମଧ୍ୟ ଅଧିକ ମଜଭୁତ |ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହାର ଟେନସାଇଲ ସ୍ଟ୍ରେନ୍ତଃ ୨୮୦୦୦ ପି.ଏସ .ଆଇ
୬)ଖାଦ୍ୟ ଯୋଗ୍ୟ : ବାଉଁଶ ର ଛୋଟ କଅଁଳିଆ ସୁଟ ରେ ବହୁତ କାମ କ୍ୟାଲୋରୀ ରହିଛି ଏବଂ ପୋଟାସିଅମ ଓ ଫାଇବର ଭାରି ରହିଛି |ତେଣୁ ଏହା ଖାଇବା ଶରୀର ପ୍ରତି ବେଶ ଉପକାରୀ ହୋଇଥିଲାବେଳେ ପାଣ୍ଡା,ହାତୀ ପରି ଯିବା ମାନଙ୍କର ଏହା ସବୁଠାରୁ ପ୍ରିୟ ଖାଦ୍ୟ
୮)ବାଉଁଶ ରୁ ଔଷଧ :ଚୀନ ରେ ଏହାକୁ ଥଣ୍ଡା ବା ଜ୍ୱର ହେଲେ ଉପଚାର ଲାଗି ବ୍ୟବହାର କରାଯାଏ |ବାଉଁଶ ରସ ରୁ ଉଭୟ ଟନିକ ଏବଂ ବଟିକା ଔଷଧ ତିଆରି ହୁଏ |
୯)ପେପର :ପ୍ରାଚୀନ ଚୀନ ରେ ପେପର ନ ଥିଲା ବେଳେ ,କଅଁଳିଆ ବାଉଁଶ କାଠ କୁ ପେପର ପରି ବ୍ୟବହା କୌରଥିଲେ ଏବଂ ସେଥିରେ ବହି ମଧ୍ୟ ଲେଖାହଉଥିଲା |
୧୦)ବାଉଁଶ ର ସାମଗ୍ରୀ :ବାଉଁଶ କାଠ ହାରାହାରି ଆପଣ ଦେଖୁଥିବା ସମସ୍ତ ପ୍ରକାର ଅସାବାପତ୍ର ନିର୍ମାଣ ରେ କାର୍ଯ୍ୟ ରେ ଲାଗିଥାଏ |ଏହା ବ୍ୟତୀତ ଘର ର କାନ୍ଥ ,ଛାତ,ଫ୍ଲୋର ,ପାଇପ ,କପ ,ବାଲ୍ଟି ,ବାସନ ଇତ୍ୟାଦି ଏପରିକି ଜୈବିକ ଇନ୍ଧନ ମଧ୍ୟ ବାଉଁଶ ରୁ ମିଳିଥାଏ |
ଓଡିଶା ରେ ପ୍ରତିଷ୍ଠା ହେବ ଖୁବ ଶୀଘ୍ର ବାଉଁଶ ଗବେଷଣା କେନ୍ଦ୍ର ….ଜଣାନ୍ତୁ ସମ୍ପୂର୍ଣ ଖବର