ଶିଳ୍ପ ମଧ୍ୟରେ ବାଉଁଶ ଶିଳ୍ପ ଅନ୍ୟତମ l ବାଉଁଶର ବ୍ୟବହାର ଅନେକ କାର୍ଯ୍ୟରେ କରାଯାଏ । ଯାହା ଲୋକଙ୍କୁ ଦେଇଥାଏ ରୋଜଗାର l ବାଉଁଶ ଖାଦ୍ୟ, ବାସଗୃହ, ସୁରକ୍ଷା ପ୍ରଦାନ କରିବା ସହିତ ଏକ ଅର୍ଥକାରୀ ଗଛର ଭୂମିକା ଗ୍ରହଣରେ ଅତୁଳନୀୟ ସାବ୍ୟସ୍ତ ହୋଇପାରିଛି । କିନ୍ତୁ ଏବେ ଧୀରେ ଧୀରେ ଜଙ୍ଗଲ କାଟି ନଷ୍ଟ କରାଯାଉଛି ଯାହାଦ୍ୱାରା ବାଉଁଶ ଗଛ ମଧ୍ୟ ଲୋପ ପାଉଥିବାର ନଜର ଆସୁଛି l
ଯାହାଦ୍ୱାରା ଏବେ ବାଉଁଶ ଶିଳ୍ପ ଲୋପ ପାଇବାକୁ ବସିଲାଣି l ଲୋକଙ୍କ ରୋଜଗାର ମଧ୍ୟ କମି ଯାଉଛି କାରଣ ସେମାନଙ୍କୁ ବାଉଁଶ ସଠିକ ପରିମାଣରେ ଆଉ ମିଳୁନାହିଁ ବାଉଁଶ ପ୍ରସ୍ତୁତ ଜିନିଷ ତିଆରି କରି ବିକ୍ରି କରିବା ପାଇଁ l ଯାହା ଛୋଟ ଛୋଟ ଶିଳ୍ପ କାରିଗରୀଙ୍କୁ ରୋଜଗାର କରିବାରେ ସାହାଯ୍ୟ କରିଥାଏ l ବାଉଁଶରୁ ଅନେକ ଜିନିଷ ତିଆରି ହୁଏ l ଘରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ସବୁଠି ବାଉଁଶ ନିର୍ମିତ ଜିନିଷ ସାଜସଜ୍ଜା ପାଇଁ ବ୍ୟବହାର କରାଯାଏ l
ବାଉଁଶରୁ ଅନେକ ଜିନିଷ ନିର୍ମିତ ହୁଏ ଯେପରି କୁଲା, ବାଉଁଶିଆ, ଡାଲା, ବୋଝ, ଗାଣ୍ଡୁଆ, ଝୁଡ଼ି l କିନ୍ତୁ ଏବେ ଏହି ସାମଗ୍ରୀ ବଜାରରୁ ଧିରେ ଧିରେ ଲୋପ ହେବାକୁ ବସିଲାଣି । ଏଥିରେ ପ୍ରସ୍ତୁତ ଘରକରଣା ଜିନିଷ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ବେଳେ, ଏହାକୁ ବର୍ତ୍ତମାନ ସହଜରେ ଲୋକେ ଆଉ ପାଇ ପାରୁନାହାଁନ୍ତି । ଏହି ବାଉଁଶରୁ ନିର୍ମିତ ଜିନିଷ ତିଆରି କରୁଥିବା କାରିଗର ଏବେ ନିଜର କୌଳିକ ବୃତ୍ତି ଛାଡ଼ି ଅନ୍ୟ ବ୍ୟବସାୟକୁ ଆପଣାଉଥିବା ଦେଖିବାକୁ ମିଳୁଛି । କାରଣ ଜଙ୍ଗଲରେ ବାଉଁଶ ଆଉ ଉଚିତ ପରିମାଣରେ ମିଳୁନାହିଁ l
କୌଳିକ ବୃତ୍ତି ଭାବେ ଗ୍ରହଣ କରିଥିବା ବାଉଁଶ ନିର୍ମିତ ସାମଗ୍ରୀ ବ୍ୟବସାୟ ବଂଶାନୁକ୍ରମେ ଚାଲିଥିବା ବେଳେ, ହଠାତ୍ କିଛି ବର୍ଷ ହେବ ଏହି ବ୍ୟବସାୟ ପ୍ରୟାତଃ ୮୦ ଭାଗ ବନ୍ଦ ହୋଇଯାଇଥିବାର ଦେଖିବାକୁ ମିଳୁଛି । ଏହାର କାରଣ ସମ୍ପର୍କରେ ଅନୁଧ୍ୟାନ କରିବାରେ ଜଣାପଡ଼ିଛି ଯେ, ବାଉଁଶ ନିର୍ମିତ ଜିନିଷ କରୁଥିବା କାରିଗର ବିଭିନ୍ନ ପ୍ରକାର ଉତ୍ତର ଦେଉଛନ୍ତି। ବାଉଁଶର ଘୋର ଅଭାବ, ବାଉଁଶ ଉପରେ ବନ ବିଭାଗର କଟକଣା, ଘରୋଇ ବାଉଁଶ ଗଛ ଲଗାଇଥିବା ବ୍ୟକ୍ତିଙ୍କ ଚଢା ଦର କାରଣରୁ ବାଉଁଶ କାରିଗର ଆଉ ବାଉଁଶ ନିର୍ମିତ ଜିନିଷ ତିଆରି କରିବାକୁ ସକ୍ଷମ ହେଉନାହାଁନ୍ତି। ହେଲେ କାଁ ଭାଁ ବାଉଁଶ ମିଳିଲେ ଏପରି ଘରକରଣା ଜିନିଷ ଯେଉଁମାନେ ତିଆରି କରୁଛନ୍ତି, ତାହା ଆକାଶଛୁଆଁ ଦରରେ ବିକ୍ରି କରୁଛନ୍ତି।
ବଜାରରେ ଏହା ମିଳୁ ନଥିବା ବେଳେ ଏହା ଦର ମଧ୍ୟ ଅଧିକ ହୋଇଛି l ବିଶେଷ କରି ବାହାଘର, ବତ୍ରଘର ଭଳି ଶୁଭ କାର୍ଯ୍ୟରେ ଡାଲା, କୁଲାର ବ୍ୟବହାର ଦରକାର ପଡୁଥିବାରୁ ଯେତେ ଅଧିକ ଦର ହେଲେ ମଧ୍ୟ ଲୋକେ କିଣିବା ପାଇଁ ବାଧ୍ୟ ହେଉଛନ୍ତି । ସେହିପରି ଆପଣମାନେ ଜାଣିଥିବେ ବାଉଁଶ ଚିରିବା ଦାୟିତ୍ୱ ପୁରୁଷ ଲୋକ ନେଉଥିବା ବେଳେ, ମହିଳା ଲୋକ ଉପକରଣ ବୁଣିବା ଦାୟିତ୍ୱ ନେଇଥାନ୍ତି । ହେଲେ କୌଳିକ ବୃତ୍ତିକୁ ଛାଡ଼ି ଏବେ ସ୍ତ୍ରୀ ଲୋକ ସ୍ୱୟଂସହାୟକ ଗୋଷ୍ଠୀରେ ମିଶି ଅନ୍ୟ ଧନ୍ଦାମୂଳକ ବ୍ୟବସାୟ ଆରମ୍ଭ କଲେଣି ଯାହା ସେମାନଙ୍କୁ ଲାଭ ଲାଭ ଦେଉଛି ସତ କିନ୍ତୁ ଏହି ବୃତ୍ତିରୁ ଓହରି ଯାଉଛନ୍ତି । ଯାହା ଫଳରେ ବାହାର ଜାଗାରୁ ଏହି ସାମଗ୍ରୀ କିଣି ଆଣି କେତେକ ବ୍ୟବସାୟୀ ମନଇଛା ଦରରେ ବିକ୍ରି କରୁଥିବା ଦେଖାଯାଇଛି ବେଳେବେଳେ ରାଜ୍ୟ ବାହାର ବିକାଳୀ ମଧ୍ୟ ଏହାର ଫାଇଦା ନେଉଛନ୍ତି । ଆଉ କିଛି ବର୍ଷ ପରେ ବାଉଁଶ ନିର୍ମିତ ସାମଗ୍ରୀ ବଜାରରୁ ଧୀରେ ଧୀରେ ଲୋପ ପାଇଯିବ ।
ଧୀରେ ଧୀରେ ବାଉଁଶ ନିର୍ମିତ ସାମଗ୍ରୀ ବଦଳରେ ପ୍ଲାଷ୍ଟିକ ଜିନିଷର ପ୍ରଚଳନ ବହୁଳ ଭାବେ ଦେଖାଯାଉଛି ବଜାରରେ । ପ୍ରାୟତଃ ଅଧିକାଂଶ ଲୋକଙ୍କ ଘରେ ଏବେ ପ୍ଲାଷ୍ଟିକ କୁଲା ଠାରୁ ଆରମ୍ଭ କରି ପରିବା ରଖିବା ଡାଲା ପର୍ଯ୍ୟନ୍ତ ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ପ୍ଲାଷ୍ଟିକ ନିର୍ମିତ ଉପକରଣର ବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି । ତେବେ ପର୍ବପର୍ବାଣୀ, ବାହାଘର, ବ୍ରତଘରରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ହୋଇ ନଥାଏ , ତେଣୁ ଲୋକେ ଯେତେ ଅଧିକ ପଇସା ହେଲେ ମଧ୍ୟ ବାଉଁଶ ନିର୍ମିତ ସାମଗ୍ରୀକୁ କ୍ରୟ କରିବାକୁ ବାଧ୍ୟ ହେଉଛନ୍ତି ।
ତେବେ କିଛି ବୁଦ୍ଧିଜୀବୀ ମହଲରେ ବାଉଁଶ ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ପ୍ରୋତ୍ସାହନ ଦିଆଗଲେ କାରିଗର ପୂର୍ବଭଳି ଏହି ସାମଗ୍ରୀ ତିଆରି କରିବାକୁ ସକ୍ଷମ ହେବେ ମତପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମାଧ୍ୟମରେ ଲକ୍ଷାଧିକ ଟଙ୍କା ଏସଏସଜି ମହିଳା ଗ୍ରୁପ ମାଧ୍ୟମରେ ମହିଳାଙ୍କ ପାଖରେ ପହଞ୍ଚୁଥିଲେ ମଧ୍ୟ ବାଉଁଶ ତିଆରି ସାମଗ୍ରୀ ଆଉ ତିଆରି ପାଇଁ ସେତେଟା ଆଗ୍ରହ ଦେଖିବାକୁ ମିଳୁନାହିଁ କାରଣ ବାଉଁଶ ମିଳୁନାହିଁ । କିଛି ଲୋକଙ୍କ ମତ ଯେ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ଏବଂ ସେମାନଙ୍କ ଦ୍ୱାରା ସାମଗ୍ରୀକୁ ବିକ୍ରି କରିବାକୁ ବଜାର ଯୋଗାଇ ଦିଆଗଲେ, ପୁଣି ପୂର୍ବାବସ୍ଥା ଫେରିଆସିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ କରାଯାଇଛି ।
Drone Technology: ଡ୍ରୋନ ବ୍ୟବହାର ଉପରେ SOP ଜାରି କଲେ ସରକାର
Golden Opportunity: ଚାଷ କାମ ଜାଣିଥିଲେ କାନାଡାରେ ମିଳିବ ଚାକିରି..