ବର୍ତ୍ତମାନ ଜୈବିକ ପ୍ରଣାଳୀରେ ହେଉଥିବା ଚାଷକୁ ଅଧିକ ଗୁରୁତ୍ତ୍ଵ ଦିଆଯାଉଛି । ସରକାର ମଧ୍ୟ ଏଥିପାଇଁ ପ୍ରୋତ୍ସାହନ ଦେଉଛନ୍ତି ଚାଷୀମାନଙ୍କୁ । ବିଭିନ୍ନ ଜିଲ୍ଲାରେ ଏଥିପାଇଁ ଚାଷୀଙ୍କୁ ତାଲିମ ମଧ୍ୟ ଦିଆଯାଉଛି । ଜୈବିକ ପ୍ରଣାଳୀରେ ଚାଷ (Organic Farming)କରିବା ଦ୍ୱାରା ଉତ୍ପାଦିତ ହେଉଥିବା ପନିପରିବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ ।
ଜୈବିକ କୃଷି କ'ଣ?
ଜୈବିକ କୃଷିରେ ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର କରାଯାଏ ନାହିଁ। ଏହି ପ୍ରକାରର ଚାଷରେ, ପ୍ରକୃତିରେ ମିଳୁଥିବା ଉପାଦାନଗୁଡ଼ିକୁ ଚାଷରେ ବ୍ୟବହାର କରାଯାଏ ।
ଜୈବିକ ପ୍ରଣାଳୀ(Organic Farming)ରେ ଚାଷ କରିଲେ ଚାଷୀ ଭଲ ଲାଭ ପାଇବେ l
ଜୈବିକ ଚାଷ(Organic Farming)ର ଲାଭ :
1.ଜମିର ଉର୍ବରତା ବୃଦ୍ଧି ପାଇଥାଏ |
2.ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ ହେଲେ ଖର୍ଚ୍ଚ କମିଯାଏ |
3.ଫସଲର ଉତ୍ପାଦନ ବୃଦ୍ଧି ପାଇବ |
4.ବଜାରରେ ଜୈବିକ ପଦାର୍ଥର ଚାହିଦା ବଢ଼ିବା ସହିତ ଚାଷୀଙ୍କ ଆୟ ମଧ୍ୟ ବଢ଼ିଥାଏ |
ପ୍ରକାଶ ଥାଉ ଯେ, ବର୍ତ୍ତମାନ, ଚାଷ ପ୍ରଣାଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି, ଯାହାର ଏକମାତ୍ର କାରଣ ହେଉଛି ବର୍ଦ୍ଧିତ ଜନସଂଖ୍ୟା। ଯାହା ଯୋଗୁଁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। ଯାହା ଯୋଗୁଁ ଚାଷରେ ଅଧିକ ରାସାୟନିକ ପଦାର୍ଥ ବ୍ୟବହାର ହେଉଛି। ଲୋକମାନେ ଜୈବିକ କୃଷିକୁ ଭୁଲି ଯାଉଛନ୍ତି ଯାହା ଫଳରେ ଆମେ ଭଲ ଖାଦ୍ୟ ପାଇପାରୁନାହୁଁ। ରାସାୟନିକ ପଦାର୍ଥର ଅତ୍ୟଧିକ ବ୍ୟବହାର ଯୋଗୁଁ ଆମର ଖାଦ୍ୟ ମଧ୍ୟ ବିଷାକ୍ତ ହେବାରେ ଲାଗିଛି । ଯେତେବେଳେ ଜୈବିକ କୃଷି (Organic Farming) ଭାରତୀୟ କୃଷିର ଏକ ପ୍ରାଚୀନ ପଦ୍ଧତି ଯାହା ଆମକୁ ଭୂମିର ପ୍ରାକୃତିକ ଗୁଣକୁ ବଜାୟ ରଖି ରାସାୟନିକ ମୁକ୍ତ ଭଲ ଖାଦ୍ୟ ଯୋଗାଇଥାଏ।