Agripedia

ଗୋଖାଦ୍ୟ ପାଇଁ ପୌଷ୍ଟିକ ଶସ୍ୟ ବିଲସୁଆଁ ବା ଜାଡ଼ି ...!

ପାଣି ସହ୍ୟ କରିପାରେ । ୪୦୦-୫୦୦ ମି.ମି. ବର୍ଷା ହେଉଥିବା ଅଞ୍ଚଳରେ ଚାଷ କରାଯାଇପାରେ । ଜଳ ନିଷ୍କାସନର ସୁବିଧା ଥିଲେ ୧୨୦୦-୧୪୦୦ ମି.ମି. ବର୍ଷା ହେଉଥିବା ଅଞ୍ଚଳରେ ଚାଷ କରାଯାଇପାରେ ।

08 May, 2025 10:13 AM IST By: Tanushree Mahapatra

ବିଲ ସୁଆଁ ଏକ ଛୋଟ ଦାନା ପୌଷ୍ଟିକ ଶସ୍ୟ ଅଟେ । ଏହାର ବୈଜ୍ଞାନିକ ନାମ ହେଲା– Echinochloa frumentacea.  ଏହା ଦାନା ଓ ଗୋଖାଦ୍ୟ ପାଇଁ ଭାରତବର୍ଷରେ ୪୦୦୦ ବର୍ଷ ପୂର୍ବରୁ ଚାଷ ହୋଇ ଆସୁଅଛି । ଏହାର ୧୦୦ ଗ୍ରାମ ଶସ୍ୟରେ  ପୁଷ୍ଟିସାର ୧୧.୬  ଗ୍ରାମ, ଶ୍ଵେତସାର ୭୪.୩ ଗ୍ରାମ , ଖଣିଜ ଲବଣ ୪.୭ ଗ୍ରାମ , କ୍ୟାଲସିୟମ ୧୪ ମି.ଗ୍ରା., ସ୍ନେହସାର ୫.୮ ଗ୍ରାମ, ଖାଦ୍ୟ ଜାତୀୟ ତନ୍ତୁ ୧୩.୫ ଗ୍ରାମ  ଓ ଫସଫରସ ୧୨୧ ମି.ଗ୍ରା.  ଖାଦ୍ୟ ଗୁଣ ରହିଅଛି ।

ଜଳବାୟୁ :- ଏହାର ମୁଗୁଡ଼ି ସହଣୀ ଶକ୍ତି ରହିଅଛି । ଏହା ପୁଣି ପାଣି ସହ୍ୟ କରିପାରେ । ୪୦୦-୫୦୦ ମି.ମି. ବର୍ଷା ହେଉଥିବା ଅଞ୍ଚଳରେ ଚାଷ କରାଯାଇପାରେ । ଜଳ ନିଷ୍କାସନର ସୁବିଧା ଥିଲେ ୧୨୦୦-୧୪୦୦ ମି.ମି. ବର୍ଷା ହେଉଥିବା ଅଞ୍ଚଳରେ ଚାଷ କରାଯାଇପାରେ ।

ବିହନ କିସମ:-  VL-172, VL-181, VI-29, PRS-1, RAU-11

ବିହନ ପରିମାଣ:- ୩-୪ କି.ଗ୍ରା. |ଏକର (ଧାଡ଼ିବୁଣା) ୫ କି.ଗ୍ରା. / ଏକର (ଛଟାବୁଣା)

ଖତ:- ଏକର ପ୍ରତି ୨ଟନ କମ୍ପୋଷ୍ଟ ଖତ

ସାର:- ୮-୮-୦ କି.ଗ୍ରା. |ଏକର ଯଥାକ୍ରମେ ଯବକ୍ଷାରଜାନ, ଫସଫରସ, ପୋଟାସ । ସମସ୍ତ ସାର ମୂଳସାର ଭାବେ ବିହନ ବୁଣା ପୂର୍ବରୁ ପ୍ରୟୋଗ କରନ୍ତୁ । ବିହନକୁ PSB ଓ ଆଜୋସ୍ପିରିଲମ୍ ଜୀବାଣୁ ସାରରେ ଉପସ୍ତର କରି ବୁଣିଲେ ବିଶେଷ ଲାଭ ହୁଏ |  

ଲଗାଇବା ଦୂରତା:- ଧାଡ଼ିରେ ବୁଣିଲେ ଧାଡ଼ିକୁ ଧାଡ଼ି ୨୫ସେ.ମି. ଓ ଗଛକ ଗଛ ୧୦ସେ.ମି. ଦୂରତରେ ଲଗାନ୍ତୁ । ବର୍ଗ ମିଟର ପ୍ରତି ଗଛ ସଂଖ୍ୟା ୪୦ |

ଅନ୍ତଃ ଚାଷ :- ଧାଡ଼ିରେ ବୁଣା ଫସଲରେ ୨ଥର ହାତରେ ଘାସବାଛି ଘାସ ନିୟନ୍ତ୍ରଣ କରନ୍ତୁ ।

ବିହନ ବିଶୋଧନ:- ୨ ଗ୍ରାମ କାର୍ବୋଣ୍ଡାଜିମ/କି.ଗ୍ରା. ବିହନ

ପୋକରୋଗ:- ବିହନ ବିଶୋଧନ କରି ସହଳ ବିହନ ବୁଣିଲେ ପୋକ (କାଣ୍ଡମାଛି) ଓ ରୋଗ (ସ୍ମଟ ରୋଗ) କୁ ନିୟନ୍ତ୍ରଣ କରାଯାଇପାରେ ।

ଅମଳ :- ୨ ରୁ ୩ କ୍ବିଣ୍ଟାଲ /ଏକର ।

ବିପିନ କୁମାର ପ୍ରଧାନ
ଉପନିର୍ଦେଶକ ସମ୍ପ୍ରସାରଣ (ୟୁ.ଇ.ବି .ପି )
ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର - ୭୫୧୦୦୩