Agripedia

ଏବେ ଡିମାଣ୍ଡରେ ରହିଛି କଳା ଧାନ, ଚାଷ କରି ଭଲ ରୋଜଗାର କରୁଛନ୍ତି ଚାଷୀ..

ଭାରତୀୟ କୃଷକମାନେ ବର୍ତ୍ତମାନ ବୁଝି ସାରିଛନ୍ତି ଯେ ଯଦି ସେମାନେ ଚାଷ କାର୍ଯ କରି ଲାଭ ପାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଏପରି ଫସଲ ଉତ୍ପାଦନ କରିବାକୁ ପଡ଼ିବ ଯାହା ଚାହିଦା ବଜାରରେ ଖୁବ୍ ଭଲ ରହିଛି ଏବଂ ସେହି ଫସଲକୁ ବିକ୍ରି କରି ଯେପରି ସେମାନେ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଏହିପରି ଫସଲ ମଧ୍ୟରୁ ଗୋଟିଏ ହେଉଛି କଳା ଚାଉଳ, ଏହାକୁ କୃଷି କ୍ଷେତ୍ରରେ ଅନେକ ଲୋକ କଳା ସୁନା ମଧ୍ୟ କୁହନ୍ତି ।

23 June, 2023 11:58 AM IST By: Priyambada Rana

ଭାରତୀୟ କୃଷକମାନେ ବର୍ତ୍ତମାନ ବୁଝି ସାରିଛନ୍ତି ଯେ ଯଦି ସେମାନେ ଚାଷ କାର୍ଯ କରି ଲାଭ ପାଇବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଏପରି ଫସଲ ଉତ୍ପାଦନ କରିବାକୁ ପଡ଼ିବ ଯାହା ଚାହିଦା ବଜାରରେ ଖୁବ୍ ଭଲ ରହିଛି ଏବଂ ସେହି ଫସଲକୁ ବିକ୍ରି କରି ଯେପରି ସେମାନେ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଏହିପରି ଫସଲ ମଧ୍ୟରୁ ଗୋଟିଏ ହେଉଛି କଳା ଚାଉଳ, ଏହାକୁ କୃଷି କ୍ଷେତ୍ରରେ ଅନେକ ଲୋକ କଳା ସୁନା ମଧ୍ୟ କୁହନ୍ତି ।

ଏହି କଳା ଚାଉଳରେ ଅନେକ ପୋଷକ ତତ୍ତ୍ୱ ଓ ଔଷଧୀୟ ଗୁଣ ଭରି ରହିଥାଏ । ଏହି ଚାଉଳରେ ଥିବା ଗୁଣବତ୍ତା ଅନ୍ୟ କୌଣସି ଚାଉଳରେ ଦେଖିବାକୁ ମିଳିନଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଏହି ଚାଉଳର ମହତ୍ତ୍ୱ କାହିଁକି ଏତେ ଅଧିକ ଓ ବଜାର ମଧ୍ୟ ଏହାର ଚାହିଦା କାହିଁକି ବୃଦ୍ଧି ପାଇଛି...

କଳା ଧାନ ଚାଷ ସାଧାରଣ ଧାନ ଭଳି ଚାଷ କରାଯାଇଥାଏ ।ମେ ମାସରେ ଏହି ଧାନ ରୁଆ ଯାଇଥାଏ ଏବଂ ଏହାର ପ୍ରତିରୋପଣ ଜୁନ୍ ମାସରେ ଆରମ୍ଭ ହୁଏ ।ଏଥି ସହିତ, ଏହାର ଫସଲ ପ୍ରାୟ ୫ ରୁ ୬ ମାସ ମଧ୍ୟରେ ଅମଳକ୍ଷମ ହୋଇଥାଏ । ବର୍ତ୍ତମାନ ଭାରତରେ ମଣିପୁର, ଆସାମ, ଉତ୍ତରପ୍ରଦେଶ, ଛତିଶଗଡ, ବିହାର ଏବଂ ଅନ୍ୟାନ୍ୟ ରାଜ୍ୟରେ ଏହି କଳା ଧାନ ଚାଷ ଆରମ୍ଭ ହୋଇଛି। ଏଠାକାର ଚାଷୀ କଳାଧାନ ଚାଷ କରି ବେଶ୍ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।

 ତେବେ ଏହା ମୁଖ୍ୟତଃ ମଣିପୁର ଏବଂ ଆସାମରେ ଚାଷ କରାଯାଏ । କଳା ଧାନରୁ ଉତ୍ପାଦିତ କଳା ଚାଉଳ ବଜାରରେ ଅଧିକ ଚାହିଦା ଥାଏ କାରଣ ଏଥିରେ ଭିଟାମିନ୍ ବି, ଭିଟାମିନ୍ ଇ, କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ମିଳିଥାଏ ।ଯଦି ଆମେ ବଜାରରେ କଳା ଧାନରୁ ଉତ୍ପାଦିତ କଳା ଚାଉଳର ମୂଲ୍ୟ ବିଷୟରେ କହିବା, ତେବେ ଏହା କିଲୋଗ୍ରାମ ପ୍ରତି ୪୦୦ ରୁ ୫୦୦ ଟଙ୍କାରେ ସହଜରେ ବିକ୍ରି ହୋଇଥାଏ । ଅନ୍ୟପକ୍ଷରେ, ଯଦି ଆପଣ ବଜାରରେ ସାଧାରଣ ଚାଉଳ ବିକ୍ରୟ କରିବାକୁ ଯାଆନ୍ତି, ତେବେ ଆପଣ କିଲୋଗ୍ରାମ ପିଛା ୩୦ ରୁ ୪୦ ଟଙ୍କା ପାଇବେ।

ଏହି ଚାଉଳର ଚାହିଦା ବିଶେଷତ ଭାବରେ ଇଣ୍ଡୋନେସିଆ ଏବଂ ଅନ୍ୟ ଏସୀୟ ଦେଶରେମାନଙ୍କରେ ଅଧିକ ରହିଥାଏ ।ତେବେ ଧୀରେ ଧୀରେ ଲୋକମାନେ ଭାରତରେ ମଧ୍ୟ ଏହା ପ୍ରତି ଆକର୍ଷିତ ହେଉଛନ୍ତି। ସେଥିପାଇଁ ବର୍ତ୍ତମାନ ଅନ୍ୟ ରାଜ୍ୟର କୃଷକମାନେ ମଧ୍ୟ ଏହି ଧାନ ଚାଷ କରୁଛନ୍ତି। ଛତିଶଗଡରେ କୃଷକମାନେ ଏଥିପାଇଁ ତାଲିମ ନେଉଛନ୍ତି ଏବଂ ବଜାରର ଚାହିଦା ଅନୁଯାୟୀ ଚାଷ କରୁଛନ୍ତି। ଏହି କୃଷକମାନଙ୍କୁ ସରକାର ପକ୍ଷରୁ ଯଥାସମ୍ଭବ ସହାୟତା ଦିଆଯାଉଛି।

କରନ୍ତୁ ହାଇଡ୍ରୋପୋନିକ୍ ପ୍ରଣାଳୀରେ ଚାଷ, ହୁଅନ୍ତୁ ଲାଭବାନ...