Agripedia

ଏହି ବ୍ୟବସାୟ କଲେ ଆୟ କରିବେ ଲକ୍ଷ ଲକ୍ଷ ଟଙ୍କା,ଜାଣନ୍ତୁ...

ଏଠାରେ ଆମେ ଗାଜର ଓ ବିରୁଟ୍‌ର ଚାଷ ବିଷୟରେ କହୁଛୁ । ଯଦି ଆପଣ ଚାଷ ପାଇଁ ଆଗ୍ରହୀ, ତେବେ ଆପଣ ଭଲ ରୋଜଗାର କରିପାରିବେ ।

26 February, 2022 12:38 PM IST By: Sudesna Nayak

ଯଦି ଆପଣ କିଛି କରିବାକୁ ଚାହାଁନ୍ତି, ତେବେ ଆମେ ଆପଣମାନଙ୍କୁ ଏପରି ଏକ ବ୍ୟବସାୟିକ ଧାରଣା ଦେଉଛୁ, ଯାହାକି ଏକ ଭଲ ରୋଜଗାର ବୋଲି ପ୍ରମାଣିତ ହୋଇଛି । ଏହା ଏକ ଉତ୍ପାଦ ଯେଉଁଥିରେ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ବହୁତ ଚାହିଦା ରହିଛି । ଏଠାରେ ଆମେ ଗାଜର (Carrot)ଓ ବିରୁଟ୍‌ର ଚାଷ (Beetroot farming) ବିଷୟରେ କହୁଛୁ । ଯଦି ଆପଣ ଚାଷ ପାଇଁ ଆଗ୍ରହୀ, ତେବେ ଆପଣ ଭଲ ରୋଜଗାର କରିପାରିବେ ।

ଗାଜର (Carrot)ଓ ବିରୁଟ୍‌ର ଚାହିଦା ଦିନକୁ ଦିନ ବଢୁଅଛି । ବଡ଼ବଡ଼ ହୋଟେଲ ମାନଙ୍କରେ ସାଲାଡ଼ କରିବା ପାଇଁ ଏହି ଦୁଇ ପ୍ରକାରର ପରିବା ଆବଶ୍ୟକ ହୋଇଥାଏ । ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ଗାଜର ଆବଶ୍ୟକ ହୋଇଥାଏ । ଗାଜର ଖାଇବା ଦ୍ଵାରା କିଡ଼ନୀ ଭଲ ଭାବରେ କାର୍ଯ୍ୟ କରିଥାଏ ଏବଂ ପରିସ୍ରା ପରିଷ୍କାର ହୁଏ ।

ଲଗାଇବା ସମୟ,ଜାଣନ୍ତୁ...

ଗାଜର (Carrot) ଓ ବିଟରୁଟ୍ (Beetroot farming) ଶୀତଦିନିଆ ଫସଲ । ଖରା ଅଧିକ ହେଲେ ଗାଜର (Carrot) ବା ବିଟରୁଟ୍ (Beetroot) ବଢ଼ିପାରେ ନାହିଁ । ଆମ ରାଜ୍ୟରେ ଅକ୍ଟୋବର ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଗାଜର ଓ ବିଟରୁଟ୍ ଲଗାଯାଇପାରିବ । ତେବେ ପାହାଡ଼ିଆ ଅଞ୍ଚଳରେ ଅଗଷ୍ଟ ମାସ ଠାରୁ ମଧ୍ୟ ଏହା ଚାଷ କରାଯାଇପାରିବ ।

ମାଟି,ଜାଣନ୍ତୁ...

ଗାଜର (Carrot) ଓ ବିଟରୁଟ୍ (Beetroot) ଏହି ଦୁଇଟି ଫସଲ ପାଇଁ ନିଗିଡା ଦୋରସା ମାଟି ଆବଶ୍ୟକ । ଜମିକୁ ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରି ବିଲଟିକୁ ସମାନ କରିବା ଦରକାର । ବିଲରୁ ଯେପରି ଅଧିକ ପାଣି ଗଡ଼ିଯାଇ ପାରିବ, ସେଥିପାଇଁ ମଧ୍ୟ ନାଳ ରଖିବା ନିହାତି ଆବଶ୍ୟକ ।

ଲଗାଇବା ପ୍ରଣାଳୀ,ଜାଣନ୍ତୁ...

ଜମି ଚାଷ କରି ସାରିବା ପରେ ହିଁ ବିଲରେ ପ୍ରତି ଏକଫୁଟ ଛଡ଼ାରେ ସିଆର କରନ୍ତୁ । ଏହି ସିଆରରେ ଏକର ପିଛା ୧୦ ଗାଡ଼ି ହିସାବରେ ଭଲ ଖତ ଦିଅନ୍ତୁ । ଏଥିସହିତ ଏକର ପ୍ରତି 10 କି.ଗ୍ରା. ଯବକ୍ଷାରଜାନ, ୨୦ କି.ଗ୍ରା. ଫସ୍‌ଫରସ୍ ଓ ୩୦ କି.ଗ୍ରା. ପଟାସ୍ ସାର ପ୍ରୟୋଗ କରି ଅଳ୍ପ ମାଟି ବା ଖତ ଘୋଡ଼ାଇ ଦିଅନ୍ତୁ । ତାପରେ ସେହି ସିଆରରେ ମଞ୍ଜି ବୁଣି ମଞ୍ଜିକୁ ମାଟି ଦ୍ୱାରା ଘୋଡ଼ାଇ ପକାନ୍ତୁ । ବିଲରେ ପାଗ ଥିବାବେଳେ ହିଁ ମଞ୍ଜି ଲଗାନ୍ତୁ । ଗଛ ଉଠିବାର ୧୫ ଦିନପରେ ପ୍ରତି ୪ ଇଞ୍ଚ ଛଡ଼ାରେ ଗୋଟିଏ ଲେଖାଏଁ ଗଛ ରଖି ବଳକା ଗଛ ଉପାଡ଼ି ଦିଅନ୍ତୁ ଏବଂ ବିଲରୁ ଅନାବନା ଘାସ ବାଛି ପକାନ୍ତୁ । ଗଛଗୁଡ଼ିକ ୩୦ ଦିନର ହୋଇଗଲେ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାରଜାନ ସାର ଦେଇ ହୁଡ଼ା ଦିଅନ୍ତୁ ।

ବିଟରୁଟ୍ ଚାଷ ବିଷୟରେ,ଜାଣନ୍ତୁ...

ସାଧାରଣତଃ ଅନେକ ପ୍ରକାରର ବିଟରୁଟ୍ (Beetroot) ଚାଷ କରାଯାଇଥାଏ । ତେବେ ସେମାନଙ୍କ ମଧ୍ୟରେ କ୍ରିସନ୍ ଗ୍ଲୋବ, ଡେଟ୍ରଏଟ ଡାର୍କରେଡ଼ କିସମ ଅନ୍ୟତମ ।

ବିଟରୁଟ୍ (Beetroot) ମଧ୍ୟ ସିଆରରେ ବୁଣାଯାଏ । ବିଲକୁ ଭଲ ଭାବେ ଚାଷ କରି ପ୍ରତି ଦେଢ଼ଫୁଟ ବ୍ୟବଧାନ ରେ ସିଆର କରି ସିଆରରେ ମଞ୍ଜି ପୋତି ବା ଦରକାର । ମଞ୍ଜି ପୋତିବା ପୂର୍ବରୁ ଏକର ପିଛା ୧୦ କି.ଗ୍ରା. ଯବକ୍ଷାରଜାନ,୨୦ କି.ଗ୍ରା. ଫସ୍‌ଫରସ୍ ଓ ୪୦ କି.ଗ୍ରା. ପଟାସ୍ ସାର ସିଆରରେ ଦେଇ ମାଟିରେ ମିଶାଇ ଦିଅନ୍ତୁ । ଏକର ପିଛା ପ୍ରାୟ ୨ ରୁ ୩ କି.ଗ୍ରା. ବିହନ ଦରକାର ହୋଇଥାଏ । ଗଛ ଉଠି ସାରିବା ପରେ ପ୍ରତି ୪ ଇଞ୍ଚ ଛଡ଼ାରେ ଗୋଟିଏ ଲେଖାଏଁ ଗଛ ରଖି ଅନ୍ୟ ଗଛକୁ ଉପାଡ଼ି ଦେବା ଦରକାର ।

Hydroponic farming:ବିନା ମାଟିରେ ଚାଷ, ଜାଣିଛନ୍ତି କି ?

ଏହି ବ୍ୟବସାୟ କଲେ ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା, ହେବେ ମାଲାମାଲ୍

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)