ସମସ୍ତ ବ୍ୟଞ୍ଜନରେ ପ୍ରାୟତଃ ଲଙ୍କା ବ୍ୟବହୃତ ହୋଇଥାଏ । ଖାଲି ସେତିକି ନୁହେଁ ଲଙ୍କାରେ ଅନେକ ଔଷଧିୟ ଗୁଣ ରହିଛି । ଲଙ୍କା ଏକ ଅର୍ଥକାରୀ ଫସଲ । ଏସବୁକୁ ଦୃଷ୍ଟିରେ ରଖି ଲଙ୍କା ଚାଷ ଏକ ଲାଭଦାୟକ ଚାଷ ବୋଲି କହିପାରିବା । ଓଡିଶାରେ ବର୍ତମାନ ପ୍ରାୟତଃ ୭୫୭୨୩ ହେକ୍ଟର ଜମିରେ ଲଙ୍କା ଉତ୍ପାଦନ ହେଉଥିଲେ ମଧ୍ୟ ଲଙ୍କା ଚାଷ ପାଇଁ ଚାରା ଉତ୍ପାଦନ କୌଶଳ ଓ ଜମି ପ୍ରସ୍ତୃତ ଠିକ ସମୟରେ ହୋଇପାରୁ ନାହିଁ । ତେବେ ଆସନ୍ତୁ ଜାଣିବା ବୈଜ୍ଞାନିକ ପଦ୍ଧତିରେ କେମିତି କରିବେ ଲଙ୍କା ଚାଷ(chili cultivation)...
ଲଙ୍କା ଚାଷ ପାଇଁ ଜଳବାୟୁ
ଲଙ୍କା ଚାଷ ପାଇଁ ସାଧାରଣତଃ ଦୋରସା ଓ ନିଗିଡା ମାଟି ଦରକାର ହୋଇଥାଏ । କାରଣ ଲଙ୍କା ଚାଷ ପାଇଁ ମାଟିର ଅମ୍ଳତା 6ରୁ 7 ଭିତରେ ରହିବା ଦରକାର । ସେହିପରି ଲଙ୍କା ଚାଷ ପାଇଁ 20ରୁ 25 ଡିଗ୍ରୀ ଭିତରେ ତାପମାତ୍ରା ରହିବା ଆବଶ୍ୟକ ।
ଲଙ୍କା କିସମ
କିସମକୁ ଯଦି ଦେଖିବା ତେବେ ଲଙ୍କାର ଅନେକ ଭଲ ଓ ଉନ୍ନତ କିସମ ରହିଛି । ଲଙ୍କାର ଉନ୍ନକ କିସମ ହେଉଛି ପୁଷାଜ୍ବାଲା, ଜ୍ବାଲାମୁଖୀ, ଭି.ଏନ.ଆର 305, ଉତ୍କଳ ଆଭା ।
ବିହନ ପରିମାଣ
ହାଇବ୍ରିଡ ଚାଷରେ 500 ଗ୍ରାମ ମଞ୍ଜି ହେକ୍ଟର ପିଛା ଆବଶ୍ୟକ । ଲଙ୍କା ମଞ୍ଜି ଦ୍ଵାରା ବଂଶ ବିସ୍ତାର କରିଥାଏ । ଏହାର ମଞ୍ଜିରୁ ତଳିଘରାରେ ଚାରା ପ୍ରସ୍ତୁତ କରାଯାଏ । ଏକ ହେକ୍ଟର ଜମିରେ ଲଗାଇବା ପାଇଁ ୬୦୦ ରୁ ୭୫୦ ଗ୍ରାମ ବିହନ କିମ୍ବା ୬୨,୦୦୦ରୁ ୬୫,୦୦୦ ତଳି ବା ଚାରା ଆବଶ୍ୟକ । ଶଙ୍କର କିସମ ଚାଷ କରୁଥିଲେ ହେକ୍ଟର ପ୍ରତି ୨୫୦ ଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ଥିରାମ କିମ୍ବା ୨ ଗ୍ରାମ କର୍ବେଣ୍ଡାଜିମ କିମ୍ବା ୧୦ ଗ୍ରାମ ଟ୍ରାଇକୋଡର୍ମା ମିଶାଇ ବିଶୋଧନ କରନ୍ତୁ ।
ବ୍ୟବସାୟିକ ପଦ୍ଧତିରେ ଲଙ୍କା ଚାଷ କରନ୍ତୁ, ଅଧିକ ଟଙ୍କା ରୋଜଗାର କରନ୍ତୁ !!
ଲଙ୍କା ଚାଷ ବିଷୟରେ ଜାଣିଛନ୍ତି କି ??
ଲଙ୍କା ଚାଷ ପାଇଁ ଜମି ପ୍ରସ୍ତୁତି କେମିତି କରିବେ ?
ତଳି ପଦ୍ଧତିରେ ଏହି ଚାଷ କରାଯାଏ । ପ୍ଲାଷ୍ଟିକ ଟ୍ରେରେ ମଧ୍ୟ ଆପଣ ତଳି ଉତାରି ପାରିବେ । ତଳି 35ରୁ 40 ଦିନର ହୋଇଗଲେ, ମୁଖ୍ୟ ଜମିରେ ରୋପ ପାଇଁ ଉପଯ଼ୁକ୍ତ ହୋଇଥାଏ ।
ଲଙ୍କା ଚାଷ ପାଇଁ 45 ସେଣ୍ଟିମିଟର ଧାଡିକୁ ଧାଡି ଓ 30 ସେଣ୍ଟିମିଟର ଗଛକୁ ଗଛ ରହିବା ଦରକାର । ମୁଖ୍ୟ ଜମିରେ ଲଗାଇବା ପୂର୍ବରୁ ଜମିକୁ 4ରୁ 5 ଥର ଓଡ ଚାଷ କରି ଶେଷ ଓଡ ଚାଷ କରି 24 ଟନ ସୋଢା ଗୋବର ଖତ ପ୍ରୟୋଗ କରିବା ।
ଲଙ୍କା ଚାଷ ପାଇଁ କେଉଁ ସାର ଆବଶ୍ୟକ
ଲଙ୍କା ଚାଷ ପାଇଁ ମୁଖ୍ୟତଃ ଖତ ସାର ଭାବରେ 30 କିଲୋଗ୍ରାମ ଯବକ୍ଷାରଜାନ, 60 କିଲୋଗ୍ରାମ ଫସଫରସ ଏବଂ 30 କିଲୋଗ୍ରାମ ପଟାସ ଆମକୁ ନିହାତି ଆବଶ୍ୟକ ହୋଇଥାଏ । 30 ଦିନ ବ୍ୟବଧାନରେ ଯବକ୍ଷାରଜାନ ଦେବା ଉଚିତ ।
ଯେତେବେଳେ ଗଛ ଲଗାଉଛନ୍ତି, ସେତେବେଳେ ଧାଡି ଧାଡି ବ୍ୟବଧାନ ରଖିବା ଦରକାର । ଗଛଟି ଯେତେବେଳେ 30 ଦିନର ହୋଇଯିବ ସେବେ ଗଛ ମୁଳରୁ ଅନାବାଦି ଘାସ ଓପାଡି ସଫା କରିଦେବେ । ଅଣୁସାର ହିସାବରେ ଜିଙ୍କ ସଲଫେଡ ଦେଇପାରିବେ ।
ଲଙ୍କା ଚାଷରେ ମୁଖ୍ୟ ସମସ୍ୟା ହେଉଛି ଫୁଲଟି ଶୀଘ୍ର ଝଡିପଡେ । ଫୁଲ ଝଡିବାରୁ ରକ୍ଷା କରିବା ପାଇଁ ସାଧାରଣତଃ 1 ଲିଟର ପାଣଇରେ 10 ମିଲିଗ୍ରାମ ନାପଥାଲିନ ଏସିଟିକ ଏସିଡକୁ ବ୍ୟବହାର କରିପାରିବା । ଏହାଦ୍ବାରା ଫୁଲ ଆଉ ନଝଡିବା ସହ ଫଳର ମାନ ମଧ୍ୟ ଅବିବୃଦ୍ଧି ହେବ ।
ଜଳସେଚନ
ଜଳ ସେଚନ ପାଇଁ ବିଶେଷ ଭାବରେ ଧ୍ୟାନ ଦେବାକୁପଡିଥାଏ । ଗୋଟିଏ ସପ୍ତାହ ବ୍ୟବଧାନରେ 2ରୁ 3 ଥର ପାଣି ଦିଅନ୍ତୁ ।
ରୋଗପୋକ
ଲଙ୍କାର ମୁଖ୍ୟ ପୋକ ହେଉଛି ଥିପ୍ସ(Thrips)। ଲଙ୍କା ଥ୍ରିପ୍ସ ଏକ ଶୋଷକ ପୋକ । ଜୈବିକ ପଦ୍ଧତିରେ ଏହାକୁ ରୋକିବା ପାଇଁ yellow sticky traps ବ୍ୟବହାର କରିପାରିବେ । ଏଥିରେ ଥିବା ଅଠାଳିଆ ଅଂଶ ପୋକଙ୍କୁ ଆକୃଷ୍ଟ କରି ମାରିଦେଇଥାଏ । ଏହା ଛଡା ଲଙ୍କାକୁ ଖାଇଯାଉଥିବା ପଡ ବୋରରକୁ ରୋକବା ପାଇଁ ଲିମ୍ବ ତେଲର ପ୍ରୟୋଗ କରିପାରିବା । ସେହିପରି ମୁଖ୍ୟ ସମସ୍ୟା ସୃଷ୍ଟି କରୁଥିବା ଜଉ ପୋକ ପାଇଁ ଥାୟୋମିଥୋକ୍ସନ ସିଞ୍ଚନ କରିପାରିବା । ଆନ୍ଥାକନସ ପାଇଁ କପର ଅକ୍ସିକ୍ଲୋରାଇଡ ସିଞ୍ଚନ କରିପାରିବା ।