Agripedia

ସାବଧାନ !ଏହା ନେଇପାରେ ଆପଣଙ୍କ ଜୀବନ !!

ସାବଧାନ !ଏହା ନେଇପାରେ ଆପଣଙ୍କ ଜୀବନ !!

28 January, 2020 10:27 AM IST By: KJ Staff

କୋରନା ଭାଇରସ ର ନୂତନ ଆତଙ୍କ
ଜାଣନ୍ତୁ ଏହାର କାରଣ ,ଲକ୍ଷଣ ଓ ଚିକିତ୍ସା

କୋରନା ଭାଇରସ ସଂକ୍ରମଣରେ ଚୀନ ରେ ହାରାହାରି ୨୫୦ ରୁ ଅଧିକ ଭାରତୀୟ ଅଟକି ରହିଛନ୍ତି |ଏନେଇ ଏବେ ବିମାନବନ୍ଦର ଓ ରେଳ ଷ୍ଟେସନ ରେ ମଧ୍ୟ ବେଶ ସତର୍କତା ଅବଲମ୍ବନ କରାଯାଉଛି |ଭାରତ ର ସୀମାନ୍ତ ନେପାଳ ରେ ଏହି ଭୁତାଣୁ ଚିହ୍ନଟ ହେବା ପରେ ଆମ ଦେଶକୁ ମଧ୍ୟ ଏହାର ବିପଦ ରହିଛି |

 

ଏହି ଭୁତାଣୁ ଚୀନ ରେ ହାରାହାରି ୮୦ ଜଣଙ୍କ ଜୀବନ ନେଲା ପରେ ଭାରତ ରେ ମଧ୍ୟ ଲୋକ ବେଶ ଆତଙ୍କିତ ହୋଇ ରହିଛନ୍ତି |ରିପୋର୍ଟ ଅନୁଯାୟୀ କେରଳ ଓ ମହାରାଷ୍ଟ୍ର ରେ ୧୦୦ ରୁଅଧିକ ବ୍ୟକ୍ତି ଙ୍କୁ ଏନେଇ ଅବଜରଭେସନ ବା କଡାକଡି ନଜର ରେ ରଖାଯାଇଛି |ବର୍ତମାନ ସୁଦ୍ଧା ଏହାର କୌଣସି ନିର୍ଦ୍ଧିଷ୍ଟ କାରଣ ଏବଂ ଏହା କେଉଁ ଠାରୁ ବ୍ୟାପୁଛି ସେନେଇ କୌଣସି ତଥ୍ୟ ବୈଜ୍ଞାନିକ ମାନେ ଜାଣି ପାରିନାହାନ୍ତି ମାତ୍ରା ଏହାର ପ୍ରକୋପ ଏବଂ ଏହାର ପ୍ରଭାବ ଆମେ କିଛି ଦିନ ହେଲା ବେଶ ସ୍ପଷ୍ଟ ଭାବେ ଦେଖିପାରୁଛୁ |ନିଜର ଉଗ୍ର ମୁହଁ ରେ ଏହି ଭାଇରସ ସିଧାସଳଖ ଲୋକଙ୍କ ଜୀବନ ନେବାକୁ ମଧ୍ୟ ପଛଘୁଞ୍ଚା ଦେଉ ନାହିଁ|

ତେବେ ଚାଷୀ ମାନେ ଏହା ଲାଗି ଅଧିକ ସତର୍କତା ଅବଲମ୍ବନ କରଣତୂ କାରଣ ବିଲ ରେ କାମ କରିଲା ବେଳେ ଏମାନେ ବହୁ ପ୍ରକାର ଯିବା ଏବଂ କୀଟ ର ସଂସ୍ପର୍ଶ ରେ ଆସନ୍ତି ଯାହା କି ପ୍ରକାରନ୍ତ ଏହି ଭାଇରସ ର ଭେଙ୍କଟର ବା ସଂକ୍ରମଣ ର କାରଣ ବୋଲି ସନ୍ଦେହ କରାଯାଉଛି |

କୋରନା ଭାଇରସ କଣ ?

ଏହି ଭାଇରସ କୁ ପ୍ରଥମ ଥର ଲାଗି ୧୯୬୦ ରେ ଉଦ୍ଭାବନ କରାଯାଇଥିଲା ଯାହାକି ଭୁତାଣୁ ବା ଭାଇରସ ଜନିତ ବିଭିନ୍ନ ରୋଗ ଯଥା ଥଣ୍ଡା ଏବଂ ଏସ.ଏ.ଆର.ଏସ ପରି ଆହୁରି ଭୟଙ୍କର ରୋଗ ର କାରଣ ହୋଇଥାଏ |ଏହି ଭାଇରସ ଟି କ୍ରାବନ ବା କଂଟାଲିୟା ଆକୃତି ର ହୋଇଥିବାରୁ ଏହାକୁ କୋରନା ଭାଇରସ ବୋଲି ଜଣାଯାଏ |

କିପରି ଏହା ବ୍ୟାପିଥିଲା ?

ସେଣ୍ଟ୍ରାଲ ଚୀନ ର ସହର ଊହାନ ରେ ଏକ ବେଆଇନ ଭାବେ ଚାଲୁଥିବା ଯିବା ଜନ୍ତୁ ବଜାରରୁ ଏହି ରୋଗ ବ୍ୟାପୁଥିବାର ଆଶଙ୍କା କରାଯାଉଛି |ଚୀନ ର ସ୍ୱାସ୍ଥ୍ୟ ବିଭାହ ଏବଂ ଡବ୍ଲୁ .ଏଚ.ଓ ଏହାର ପରୀକ୍ଷା କରୁଥିଲା ବେଳେ ଏହା କିପରି ବ୍ୟାପୁଛି ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ |
ଚୀନ ର ସରକାର ଏହା ଲାଗି ଊହାନ ସହର କୁ ଦାୟୀ କରୁଛନ୍ତି ଯେଉଁଠାରେ ହାରାହାରି ୮୦ ରୁ ଉର୍ଧ ଜୀବନ ନେଇସାରିଲାଣି ଏହି ଭାଇରସ |ଏହି ରୋଗ ଗତ ଡ଼ିସେମ୍ବର ମାସ ରୁ ବ୍ୟାପୁଥିଲେ ବେଳେ ଏହା ବର୍ତମାନ ୟୁ.ଏସ ରେ ଲୋକଙ୍କୁ ଆକ୍ରମଣ କରିଥିବାର ଜଣାପଡିଛି |ତେଣୁ ଭାରତ ଲାଗି ମଧ୍ୟ ଏହା ଭୟ ଓ ଆତଙ୍କ ର କାରଣ |

 

ଏହାର ଲକ୍ଷଣ ଓ ସଂକ୍ରମଣ କାଲି ପ୍ରକାଶ ପାଇବ ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)