Agripedia

କପା ଉତ୍ପାଦନ ପ୍ରବଳ : ୬ଟି ସମବାୟ ସୂତାକଳ ଅଚଳ

ଭୁବନେଶ୍ୱର : ଓଡିଶାରୁ ବର୍ଷକୁ ପାଖାପାଖି ୧୦କୋଟି କିଲୋ କପା ଉପିାଦନ ହେଉଥିବାବେଳେ ଏହାକୁ ବ୍ୟବହାର ଲାଗି କିନ୍ତୁ ଗୋଟିଏ ହେଲେ ସୂତାକଳ ନାହିଁ । ରାଜ୍ୟରେ ଥିବା ୬ଟି ସମବାୟ ଭିତ୍ତିକ ସୂତାକଳରେ ତାଲା ଝୁଲୁଥିବାବେଳେ କଳାହାଣ୍ଡିଠାରେ ଥିବା ମାତ୍ର ଗୋଟିଏ ତୁଳା ଭିଣା ୟୁନିଟ କାମ କରୁଛି । ରାଜ୍ୟର ୧୨ଟି ଜିଲ୍ଲାରେ କପା ଚାଷ ହେଉଥିବାବେଳେ କଳାହାଣ୍ଡି, ବଲାଙ୍ଗୀର, ରାୟଗଡା ଓ ନୂଆପଡା ଜିଲ୍ଲା ଏ କ୍ଷେତ୍ରରେ ଆଗରେ ରହିଛନ୍ତି । ଗତ ଆର୍ଥିକ ବର୍ଷରେ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୨,୨୭,୨୪୦ ବେଲ୍ସ କପା ଉତ୍ପାଦନ ହୋଇଛି । ଉଲ୍ଲେଖନୀୟ ଯେ ଗୋଟିଏ ବେଲ୍ସ କପାର ଓଜନ ହେଉଛି ୧୭୦କିଲୋଗ୍ରାମ ।

05 December, 2020 10:46 AM IST By: KJ Staff

ଭୁବନେଶ୍ୱର :  ଓଡିଶାରୁ ବର୍ଷକୁ ପାଖାପାଖି ୧୦କୋଟି କିଲୋ କପା ଉପିାଦନ ହେଉଥିବାବେଳେ ଏହାକୁ ବ୍ୟବହାର ଲାଗି କିନ୍ତୁ ଗୋଟିଏ ହେଲେ ସୂତାକଳ ନାହିଁ । ରାଜ୍ୟରେ ଥିବା ୬ଟି ସମବାୟ ଭିତ୍ତିକ ସୂତାକଳରେ ତାଲା ଝୁଲୁଥିବାବେଳେ କଳାହାଣ୍ଡିଠାରେ ଥିବା ମାତ୍ର ଗୋଟିଏ ତୁଳା ଭିଣା ୟୁନିଟ କାମ କରୁଛି । ରାଜ୍ୟର ୧୨ଟି ଜିଲ୍ଲାରେ କପା ଚାଷ ହେଉଥିବାବେଳେ କଳାହାଣ୍ଡି, ବଲାଙ୍ଗୀର, ରାୟଗଡା ଓ ନୂଆପଡା ଜିଲ୍ଲା ଏ କ୍ଷେତ୍ରରେ ଆଗରେ ରହିଛନ୍ତି । ଗତ ଆର୍ଥିକ ବର୍ଷରେ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୨,୨୭,୨୪୦ ବେଲ୍‌ସ କପା ଉତ୍ପାଦନ ହୋଇଛି । ଉଲ୍ଲେଖନୀୟ ଯେ ଗୋଟିଏ ବେଲ୍‌ସ କପାର ଓଜନ ହେଉଛି ୧୭୦କିଲୋଗ୍ରାମ । ସେହିଭଳି ବଲାଙ୍ଗୀରରୁ ୧,୧୩,୨୫୦, ରାୟଗଡ଼ାରୁ ୧,୬୨,୨୮୦ ଓ ନୂଆପଡ଼ାରୁ ୩୨,୧୧୦ ବେଲ୍ସ କପା ଉତ୍ପାଦନ ହୋଇଛି । ଅନୁଗୁଳ ଜିଲ୍ଲାର କେତେକ ଅଞ୍ଚଳରେ କପା ଚାଷ ହେଉଥିବାବେଳେ ଏଠାରୁ ମାତ୍ର ୧୬୦ ବେଲ୍ସ କପା ମିଳିଛି । ଏହିଭଳି ଗତ ଆର୍ଥିକ ବର୍ଷରେ ରାଜ୍ୟରୁ ମୋଟ ୫,୭୮,୫୦୦ ବେଲ୍‌ସ କପା ଉପିାଦନ ହୋଇପାରିଛି । ତେବେ ଏତେ ପରିମାଣର କପା ଉପିାଦିତ ହେଉଥିଲେ ମଧ୍ୟ ସୂତାକଳଟିଏ ନଥିବାରୁ କପାର ସିଂହଭାଗ ଅନ୍ୟ ରାଜ୍ୟକୁ ଚାଲିଯାଉଛି । ରାଜ୍ୟରେ ଥିବା ୬ଟି ଯାକ ସୂତାକଳରେ ତାଲା ଝୁଲୁଛି । ଏଗୁଡିକ ହେଲା ବରଗଡ଼ ଜିଲ୍ଲାରେ ଥିବା ଓଡିଶା ବୁଣାକାର ସମବାୟ ସୂତାକଳ, ଢେଙ୍କାନାଳର କଳିଙ୍ଗ ସୂତାକଳ, ଖୋର୍ଦ୍ଧାର ଉତ୍କଳ ସୂତାକଳ, କଟକ ଜିଲ୍ଲାର ଆଗଠଗଡ଼ରେ ଥିବା ଜଗନ୍ନାଥ ସୂତାକଳ, ଜଗତସିଂହପୁର ଜିଲ୍ଲାର ସାରଳା ଓ ବାଲେଶ୍ୱର ଜିଲ୍ଲାର ଶ୍ରୀଗୋପୀନାଥ ବୁଣାକାର ସୂତାକଳ ଇତ୍ୟାଦି ।

ଏହି ୬ଟି ବୁଣାକାର ସୂତାକଳ ମୋଟ ୨୪୦ ଏକର ଜମି ଉପରେ ଥିବାବେଳେ ଏଥିରେ ପ୍ରାୟ ଦେଢ଼ ଲକ୍ଷ ତାକୁଡି ରହିଛି । ହେଲେ ବନ୍ଦ ପଡିଥିବା ଯୋଗୁଁ ଏଠାରେ ଗୋଟିଏ କିଲୋ ସୂତା ବି କାମରେ ଲାଗିପାରୁନାହିଁ । ତେବେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଠାରେ ଥିବା କପା ଉତ୍ପାଦନକାରୀ ସମବାୟ ସୂତାକଳର ତୁଳା ଭିଣା କାର୍ଯ୍ୟ ଚାଲୁଛି । ଏହି କାରଖାନାଟି ୫୦ ଏକର ଜମି ଉପରେ ରହିଛି । ଇତି ମଧ୍ୟରେ ବନ୍ଦ ହୋଇପଡିଥିବା ୬ଟି ବୁଣାକାର ସମବାୟ ସୂତାକଳ ମଧ୍ୟରୁ ୩ଟିର ଘରୋଇକରଣ ମାଧ୍ୟମରେ ପୁନରୁଦ୍ଧାର ପାଇଁ ସ୍ଥିର କରିଛନ୍ତି । ଏହି ତିନିଟି ସୂତାକଳ ହେଲା ବରଗଡ଼ର ଓଡିଶା ସୂତାକଳ, ଢେଙ୍କାନାଳ କଳିଙ୍ଗ ଓ ବାଲେଶ୍ୱରର ଶ୍ରୀଗୋପୀନାଥ ସୂତାକଳ । ଏଥି ମଧ୍ୟରୁ ଶ୍ରୀ ଗୋପୀନାଥ ସୂତାକଳର ଘରୋଇକରଣ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ଜମି ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । କରୋନା ସମୟରେ ପ୍ରବାସରୁ ଫେରିଥିବା କାରିଗରମାନଙ୍କ ମଧ୍ୟରେ ଅନେକ କୁଶଳୀ ସୂତା ଓ ଲୁଗା କାରିଗର ରହିଥିବାରୁ ସେମାନଙ୍କ ହାତକୁ କାମ ଦେବା ପାଇଁ ବନ୍ଦ ହୋଇପଡିଥିବା ସୂତାକଳଗୁଡିକୁ ଚାଲୁ କରିବା ପାଇଁ ମତପ୍ରକାଶ ପାଉଛି । ଏହାଛଡ଼ା ୨୦୧୬ ମସିହାରୁ ରାଜ୍ୟରେ ଓଡିଶା ପୋଷାକ ନୀତି କାର୍ଯ୍ୟକାରୀ ହେବା ସହିତ ରାଜ୍ୟରେ ପୋଷାକ ଓ ଟେକ୍ସଟାଇଲ୍ସ ପାର୍କ ପ୍ରତିଷ୍ଠା ପାଇଁ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା ଥିବାରୁ ତାହାକୁ ଦୃଷ୍ଟିରେ ରଖି ସୂତାକଳଗୁଡିକ ଚାଲୁ କରାଗଲେ ଅନେକ ଲୋକଙ୍କ ହାତକୁ କାମଧନ୍ଦା ଯୋଗା ଯାଇପାରିବ ।