Agripedia

ଦେଶୀ ନା ଜର୍ସି ..

ଦେଶୀ ନା ଜର୍ସି ..

18 March, 2019 3:32 PM IST By: KJ Staff


ଦେଖିବାକୁ ଗଲେ ଗାଈ ଦୁଗ୍ଧ ରେ ଏ୧ ପ୍ରକାର ପ୍ରୋଟିନ ଅଧିକ ଥିଲେ ତାହା ବେଶ ଉପଯୋଗୀ ହୋଇଥାଏ କିନ୍ତୁ ଏ୧ ପ୍ରୋଟିନ ଶରୀର ଲାଗି ଗରଳ ବା ଶ୍ଲୋ ପଏସନ ବୋଲି ଜାଣିବେ |ପ୍ରକାରାନ୍ତରେ ସମସ୍ତ ପ୍ରଜାତି ର ଗାଈ ପ୍ରଥମେ ଏ୧ ପ୍ରକାର ପ୍ରୋଟିନ ଯୁକ୍ତ ଦୁଗ୍ଧ ଉତ୍ପାଦନ କରୁଥିଲେ ହେଲେ ସମୟାନୁକ୍ରମେ ଜିନ ରେ ପରିବର୍ତନ ହେତୁ ସେମାନେ ଏ୨ ସହ ଏ୧ ଯୁକ୍ତ ଦୁଗ୍ଧ ମଧ୍ୟ ଉତ୍ପାଦନ କରୁଛନ୍ତି |

ଦେଶୀ ଗାଈ ଦୁଗ୍ଧ ଆପଣଙ୍କ ଶରୀର ଲାଗି କେତେ ଉପଯୋଗୀ ?
ଦେଶୀ ଗାଈ ବା (ବୋଷ ଇଂଡିକ୍ସ )ର ହାରାହାରି ୩୦ ଟି ପ୍ରଜାତି ଅଛି ଏବଂ ଏଥିରୁ କେତେକ ପ୍ରଜାତି ଆପଣ ଆଫ୍ରିକା ରେ ମଧ୍ୟ ଦେଖିବାକୁ ପାଇବେ |ଏହି ଗାଈ ରେ ମୁଖ୍ୟତ ଏ୨ ପ୍ରକାର ର ପ୍ରୋଟିନ ବା କେସିନ ଥାଏ ଯାହା ଶରୀର ଲାଗି ବେଶ ଉପକାରୀ |

 

କଣ ଅଛି ଜର୍ସି ଗାଈ ଦୁଗ୍ଧ ରେ ?

ସମସ୍ତ ଜର୍ସି ଗାଈ ୭୧ ଯୁକ୍ତ ଦୁଗ୍ଧ ଉତ୍ପାଦନ କରୁଛନ୍ତି ଭାବିବା ସମ୍ପୂର୍ଣ ଭୁଲ,କାରଣ ସମସ୍ତ ଗାଈ ଙ୍କ ଦୁଗ୍ଧରେ ଅପିଲ କେତେକ ମାତ୍ର ରେ ୭୧ ଯୁକ୍ତ ପ୍ରୋଟିନ ଦେଖିବାକୁ ନିଶ୍ଚିନ୍ତ ମିଳିଥାଏ |ଏମିତି କି ଏହାର ଅଳ୍ପ ମାତ୍ରା ଆପଣ ଏସି ଗାଈ କ୍ଷୀର ରେ ମଧ୍ୟ ଦେଖିବାକୁ ପାଇବେ |ତେଣୁ ବିଶେଷ କରି ଜର୍ସି ବା ବିଦେଶ ଗାଈ ମାନଙ୍କ ମଧ୍ୟରୁ ହୋଲଷ୍ଟେନ ଫ୍ରୀଏସନ,ସ୍କଟିସ ଶର୍ଟହର୍ନ ଇତ୍ୟାଦି ପ୍ରଜାତି ଅଧିକ ଏ୨ ଯୁକ୍ତ ଦୁଗ୍ଧ ଉତ୍ପାଦନ କରନ୍ତି ମାତ୍ର ଜର୍ସି ,ଗୁଆରଁସି,ଇତ୍ୟାଦି ପ୍ରଜାତି ମାନଙ୍କ ଦୁଗ୍ଧରେ କ୍ଷେତିକାରକ ଏ୧ ଯୁକ୍ତପ୍ରୋଟିନ ଅଧିକ ଦେଖିବାକୁ ମିଳିଥାଏ|

 

କେଉଁଟି ଭଲ?
କେତେକ କ୍ଷେତ୍ର ରେ ଆପଣ ଶୁଣିବାକୁ ପାଇବେ ଯେ ଜର୍ସି କ୍ଷୀର ଅଧିକ ବ୍ୟବହାର କଲେ ହୃଦ୍ରୋଗ ,ହଜମ ଜନିତ ସମସ୍ୟା , ମଲା ତ୍ୟାଗ ସମସ୍ୟା ,ପାକସ୍ଥଳୀ ଫୁଲିବା ,ମଧୁମେହ ଟାଇପ ୧ ଇତ୍ୟାଦି ହେବାର ସମ୍ଭାବନା ରହିଛି |ତେବେ ଏହା ଏପର୍ଯ୍ୟନ୍ତ ଭଲ ଭାବେ ପ୍ରମାଣିତ ହୋଇପାରି ନାହିଁ |ଏସମସ୍ତ ତଥ୍ୟ କେତେ ମାତ୍ରା ରେ ଗ୍ରହଣ କଲେ କ୍ଷେତିକାରକ ହେବ ତାହା ମଧ୍ୟ ଜଣା ପଡ଼ିନାହିଁ

ତେଣୁ ଯଦି ଆପଣ ସ୍ୱାସ୍ଥ୍ୟକର ରହିବାର ପ୍ରୟାସ କରୁଛନ୍ତି ତେବେ ନିଶ୍ଚିନ୍ତ ଦେଶୀ ଗାଈ ଦୁଗ୍ଧ ପାନ କରନ୍ତୁ |ସେହିପରି ମା କ୍ଷୀର ଟି ସମ୍ପୂର୍ଣ ଏ୨ ପ୍ରୋଟିନ ଯୁକ୍ତ,,ତେଣୁ ଆପଣଙ୍କ ଶିଶୁ ଲାଗି ଏହା ସବୁଠାରୁ ଉପଯୁକ୍ତ ଅଟେ |ଏହା ବ୍ୟତୀତ ମଇଁଷି ଏବଂ ଛେଳି କ୍ଷୀର ମଧ୍ୟ ଗାଈ କ୍ଷୀର ଠାରୁ ସ୍ୱାସ୍ଥ୍ୟକର |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)