ମସଲା କଥା ଆଲୋଚନା କରିବା ବେଳେ ପ୍ରଥମେ ମନକୁ ଆସେ ଲଙ୍କା, କାରଣ ଆମର ପ୍ରତିଦିନର ରୋଷେଇରେ ଲଙ୍କାକୁ ବିଭିନ୍ନ ପ୍ରକାରର ମସଲାରେ ବ୍ୟବହାର କରାଯାଏ l ଲଙ୍କା ବିନା ଖାଦ୍ୟର ସ୍ୱାଦ ଅସମ୍ପୂର୍ଣ୍ଣ ରହିଥାଏ l ଯଦିଓ ଏହା ସାଧାରଣତଃ ଖାଦ୍ୟର ସ୍ୱାଦ ବଢେଇବା ପାଇଁ ବ୍ୟବହୃତ ହୁଏ, କିନ୍ତୁ ନିକଟରେ ଅନେକ ଗବେଷଣା ହୋଇଛି, ଯେଉଁଥିରେ ଦାବି କରାଯାଇଛି ଯେ, ସବୁଜ ଲଙ୍କା ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇଥାଏ l ଏଭଳି ପରିସ୍ଥିତିରେ ଲଙ୍କା ଚାଷରୁ ଭଲ ଟଙ୍କା ରୋଜଗାର ହୋଇପାରିବ l ଉନ୍ନତ ଧରଣର ଲଙ୍କା ଚାଷ କରି ବଜାରରେ ସବୁଜ ଏବଂ ନାଲି ଲଙ୍କା ଭାବରେ ବିକ୍ରି ହୋଇପାରିବ l 9 ରୁ 10 ମାସ ମଧ୍ୟରେ ଏହି ଚାଷରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମିଳିବ l କିନ୍ତୁ ଏହାର ଚାଷରେ ଅନେକ ଜିନିଷର ଯତ୍ନ ନେବାକୁ ପଡିବ l ଜମି କିପରି ହେବା ଉଚିତ, ଜଳସେଚନ ଏବଂ ସାର ଇତ୍ୟାଦି ପ୍ରତି ଧ୍ୟାନ ଦେବାକୁ ପଡ଼ିବ l ଏପରି ପରିସ୍ଥିତିରେ, ଯଦି ଲଙ୍କା ଚାଷ କରି ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି, ତେବେ ଲଙ୍କା ଚାଷ କରି ବ୍ୟବସାୟ କରିବା ମଧ୍ୟ ଏକ ଭଲ ବିକଳ୍ପ ହୋଇପାରେ l
ଲଙ୍କା ଚାଷରେ ଖର୍ଚ୍ଚ
ଏକ ହିସାବରୁ ଜଣାପଡ଼ିଛି ଯେ, ଯଦି ଗୋଟିଏ ହେକ୍ଟରରେ ଲଙ୍କା ଚାଷ ହୁଏ ତେବେ ଏଥି ପାଇଁ ପ୍ରାୟ 7 ରୁ 8 କିଲୋଗ୍ରାମ ଲଙ୍କା ମଞ୍ଜି ଆବଶ୍ୟକ l ଏହି ମଞ୍ଜି ପାଇଁ 20 ରୁ 25 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ l ଯଦି ହାଇବ୍ରିଡ୍ ମଞ୍ଜି ବୁଣନ୍ତି, ତେବେ ଏହାର ମୂଲ୍ୟ 35 ରୁ 40 ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ l ଏହା ପରେ କ୍ଷେତରେ ମଲଚିଂ, ଖତ ପ୍ରୟୋଗ, ଜଳସେଚନ ବ୍ୟବସ୍ଥା, ସାର ପ୍ରୟୋଗ, କୀଟନାଶକ ପ୍ରୟୋଗ, ଅମଳ, ଏବଂ ମାର୍କେଟିଂ କାର୍ଯ୍ୟ କରିବାକୁ ପଡିବ l ଏଭଳି ପରିସ୍ଥିତିରେ ଗୋଟିଏ ହେକ୍ଟର ପ୍ରତି ପ୍ରାୟ 2.5 - 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ l
ବର୍ଷର ଯେ କୌଣସି ସମୟରେ ଲଙ୍କା ଚାଷ ହୋଇପାରିବ l ଏହାର ଚାଷ ଧାଡ଼ି ଧାଡ଼ି କରି କରାଯାଇଥାଏ l ବିଭିନ୍ନ ପ୍ରକାରର ଲଙ୍କାର ଯତ୍ନ ନେବାକୁ ପଡିବ l ଏଥି ପାଇଁ ଜଣେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ପଡ଼ିବ l ବାସ୍ତବରେ, ଗରମ ଏବଂ ଆର୍ଦ୍ର ଜଳବାୟୁ ଲଙ୍କା ଚାଷ ପାଇଁ ଉପଯୁକ୍ତ ଅଟେ l କିନ୍ତୁ ମନେରଖିବାକୁ ହେବ ଯେ ଲଙ୍କା ଚାଷ ପାଇଁ ଉନ୍ନତ କିସମ ବାଛିବା ଉଚିତ୍ l ଯଦି ନିଜେ ଏକ ନର୍ସରୀ ସ୍ଥାପନ କରିବାକୁ ଚାହୁଁନାହାଁନ୍ତି, ତେବେ ଏକ ଭଲ ନର୍ସରୀରୁ ଲଙ୍କା ବିହନ ନେଇପାରିବେ l 2-2 ଫୁଟ ଦୂରରେ ଲଙ୍କା ଗଛ ଲଗାଇବାକୁ ହେବ l ଏହା ସହିତ ଦୁଇଟି ଧାଡ଼ି ମଧ୍ୟରେ ପ୍ରାୟ 2-3ଫୁଟ ସ୍ଥାନ ରଖିବାକୁ ପଡିବ l ଲଙ୍କା ଗଛରୁ ଗଛ ଏବଂ ଧାଡ଼ିରୁ ଧାଡ଼ି ମଧ୍ୟରେ ସ୍ଥାନ ରହିବା ଉଚିତ, ଯାହା ଦ୍ୱାରା ବାୟୁ ଚଳାଚଳ କରିପାରିବ l ଏହା ଫଳରେ ଗଛଗୁଡିକ ମଧ୍ୟ ଶୀଘ୍ର ରୋଗରେ ଆକ୍ରାନ୍ତ ହୁଅନ୍ତି ନାହିଁ l ଏହା ବ୍ୟତୀତ, ପ୍ରତିଦିନ ଗଛଗୁଡିକ ଉପରେ ନଜର ରଖନ୍ତୁ ଯେପରି ସେଗୁଡ଼ିକ କୌଣସି ପ୍ରକାରର କୀଟ ପତଙ୍ଗର ଆକ୍ରମଣର ଶିକାର ହୁଅନ୍ତି ନାହିଁ l ଯଦି ଏପରି ହୁଏ ତେବେ ବିଳମ୍ବ ନକରି ଗଛଗୁଡ଼ିକରେ କୀଟନାଶକ ସ୍ପ୍ରେ କରନ୍ତୁ, ନଚେତ୍ ଫସଲର ଉତ୍ପାଦନ ହ୍ରାସ ପାଇପାରେ l