Agripedia

ହାଇଡ୍ରୋପନିକ୍ସ କୌଶଳରେ ଶିମଲା ମିର୍ଚି ଚାଷ କରି ଲାଭବାନ ହୁଅନ୍ତୁ !!

ଭାରତ ଭଳି ଦୁନିଆର ଅନେକ ଦେଶରେ ହାଇଡ୍ରୋପୋନିକ୍ସ କୃଷି ଏକ ଚର୍ଚ୍ଚାର ବିଷୟ ଅଟେ l ଏହା ଜୈବିକ କୃଷିର ଏକ ଏଭଳି କୌଶଳ ଯାହା ଫସଲର ଅଧିକ ଉତ୍ପାଦନ, କ୍ୱାଲିଟି ପ୍ରଡକ୍ସନ ତଥା ୯୦ ପ୍ରତିଶତ ପର୍ଯ୍ୟନ୍ତ ଜଳକୁ ବଞ୍ଚାଇବାରେ ମଧ୍ୟ ସାହାଯ୍ୟ କରେ l ଯଦିଓ ଲୋକମାନଙ୍କର କହିବା

30 July, 2021 3:20 PM IST By: Sugyan Kumar Nayak

ଭାରତ ଭଳି ଦୁନିଆର ଅନେକ ଦେଶରେ ହାଇଡ୍ରୋପୋନିକ୍ସ କୃଷି ଏକ ଚର୍ଚ୍ଚାର ବିଷୟ ଅଟେ l ଏହା ଜୈବିକ କୃଷିର ଏକ ଏଭଳି କୌଶଳ ଯାହା ଫସଲର ଅଧିକ ଉତ୍ପାଦନ, କ୍ୱାଲିଟି ପ୍ରଡକ୍ସନ ତଥା ୯୦ ପ୍ରତିଶତ ପର୍ଯ୍ୟନ୍ତ ଜଳକୁ ବଞ୍ଚାଇବାରେ ମଧ୍ୟ ସାହାଯ୍ୟ କରେ l ଯଦିଓ ଲୋକମାନଙ୍କର କହିବା ଅନୁଯାୟୀ ଏହି କୃଷି ପ୍ରଣାଳୀ ଅଧିକ ମହଙ୍ଗା ହୋଇଥାଏ, ମାତ୍ର ସରକାର ଏହି କୃଷି ପ୍ରଣାଳୀ ପାଇଁ କୌଣସି ସବସିଡ ମଧ୍ୟ ପ୍ରଦାନ କରୁନାହାଁନ୍ତି l ତେବେ ଏମିତିରେ ଏହା ଏକ ବଡ଼ ପ୍ରଶ୍ନ ଯେ ଏହି କୌଶଳ କ'ଣ ସଫଳ ହୋଇପାରିବ ? କୃଷକମାନଙ୍କ ପାଇଁ ଏହା କ'ଣ ଫାଇଦା ଯୋଗାଇପାରିବ? ଏହି ତମାମ ପ୍ରଶ୍ନ ଓ ସନ୍ଦେହର ଉତ୍ତର ପାଇବା ପାଇଁ ଜଣେ ଯୁବ କୃଷକ ତଥା ହାଇଡ୍ରୋପନିକ୍ସ କୃଷି ବିଶେଷଜ୍ଞ ରାହୁଲ ରାଜ ଦ୍ରାବିଡ଼ଙ୍କ ସହ ଏକ ବିଶେଷ ଆଲୋଚନା କରାଯାଇଥିଲା l ସେ ଉତ୍ତର ପ୍ରଦେଶର କାନପୁରରେ ଥିବା ଚନ୍ଦ୍ରଶେଖର ଆଜାଦ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଶାଖାରେ ବି.ଟେକ କରିଛନ୍ତି l ଏହି ସମୟରେ ସେ ହାଇଡ୍ରୋପନିକ୍ସ କୃଷି ସମ୍ୱନ୍ଧରେ ତିନି ବର୍ଷ ପର୍ଯ୍ୟନ୍ତ ଅଧୟନ କରିଥିଲେ l 

ହାଇଡ୍ରୋପନିକ୍ସ ଫାର୍ମିଙ୍ଗ ବିଶେଷଜ୍ଞ ରାହୁଲ ରାଜ ଦ୍ରାବିଡ଼ କୃଷି ଜାଗରଣ ସହିତ ହୋଇଥିବା ଏକ ଆଲୋଚନାରେ କହିଛନ୍ତି ଯେ, ହାଇଡ୍ରୋପନିକ୍ସ କୃଷି ବା ବିନା ମାଟିରେ ହେଉଥିବା କୃଷିକୁ ନେଇ ଯୁବ କୃଷକ ମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁଛି l ଅଧିକାଂଶ ଲୋକଙ୍କର କହିବା ଅନୁଯାଇ ଏହି କୃଷି ବର୍ତ୍ତମାନ ସମୟର ଆଧୁନିକ କୌଶଳ ଉପରେ ଆଧାରିତ l ମାତ୍ର ଏହା ବାସ୍ତବରେ ଅନେକ ଶହ ବର୍ଷ ପୁରୁଣା ଅଟେ l ଏହା ବିଶ୍ୱାସ କରାଯାଏକି ୬୦୦ ବର୍ଷ ପୂର୍ବେ ବେବିଲୋନରେ ହାଙ୍ଗିଙ୍ଗ୍ ଗାର୍ଡେନ ବା ଝୁଲନ୍ତା ବଗିଚା ଦେଖିବାକୁ ମିଳିଥିଲା l ଯାହାକି ମୂର୍ତ୍ତିକା ବିହୀନ କୃଷିର ଏକ ଜ୍ୱଳନ୍ତ ଉଦାହରଣ l

ସେ କହିଛନ୍ତି ଯେ, ଆଗାମୀ କିଛି ଦଶକ ମଧ୍ୟରେ ଏହି କୃଷି ସମଗ୍ର ଦେଶରେ ଅଧିକ ଦ୍ରୁତ ଗତିରେ ବିକଶିତ ହୋଇପାରେ l ସେ ଆହୁରି ମଧ୍ୟ କହିଛନ୍ତିଯେ, ଏହି କୌଶଳ ଦେଶର କିଛି ବଡ଼ ବଡ଼ ସହର ଯେମିତିକି ଦିଲ୍ଲୀ, ନୋଏଡା, ମୁମ୍ବାଇ, ବେଙ୍ଗାଲୁରୁ ଆଦି ସହରର ପାଖ ସ୍ଥାନ ମାନଙ୍କରେ ଭଲ ଭବିଷ୍ୟତ ପ୍ରମାଣିତ ହୋଇପାରେ l ସହରରେ ବଢୁଥିବା ଜନସଂଖ୍ୟାକୁ ଦେଖି ଏଠାରେ ବିଭିନ୍ନ ଫଳ ଓ ପନିପରିବାର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି l ଯାହାକୁ ପୂରଣ କରିବା ପାଇଁ ପ୍ରାକୃତିକ କୃଷିର ଏହି କୌଶଳ ହିଁ ସକ୍ଷମ l ତାଙ୍କ କହିବା ଅନୁଯାଇ ଏହା ଏକ ମହଙ୍ଗା କୃଷି ପ୍ରଣାଳୀ ହୋଇଥିଲେ ମଧ୍ୟ ବ୍ୟବସାୟିକ କୃଷି ପାଇଁ ଏହା ଉପଯୁକ୍ତ ଓ ଲାଭଜନକ ପ୍ରମାଣିତ ହୋଇପାରେ l ସେ ଆହୁରି ମଧ୍ୟ କହିଛନ୍ତିଯେ ଏହି କୃଷିକୁ ଆହୁରି ଲାଭଜନକ ପ୍ରମାଣିତ କରିବା ପାଇଁ ଆମକୁ ସେହି ସବୁ କୃଷି କରିବା ଆବଶ୍ୟକ ଯାହାର ବଜାରରେ ଚାହିଦା ଭଲ ରହିଛି l ଯାହାଦ୍ୱାରା ଏହାର ପ୍ରକୃତ ମୂଲ୍ୟ ମଧ୍ୟ ଚାଷୀ ଭାଇଙ୍କୁ ମିଳିପାରିବ ଓ ସେମାନେ ଲାଭବାନ ମଧ୍ୟ ହୋଇପାରିବେ l

ରାହୁଲ ରାଜ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ସମୟରେ ଏହି କୌଶଳ ମହଙ୍ଗା ଅଟେ ମାତ୍ର ଏହା ଏକ ଉତ୍କୃଷ୍ଟ ପ୍ରାକୃତିକ କୃଷି ପ୍ରଣାଳୀ ମଧ୍ୟ ଅଟେ l ଏକ ଏକର ଜମିରେ ହାଇଡ୍ରୋପନିକ୍ସର ସେଟ୍ ଅପ୍ ଲଗାଇବା ପାଇଁ ପାଖାପାଖି ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ l ଏଥିରୁ ଆସୁଥିବା ଆୟକୁ ନେଇ ସେ କହିଛନ୍ତିଯେ, ଯଦି ଏକ ଏକର ଜମିରେ ହାଇଡ୍ରୋପନିକ୍ସ କୌଶଳ ମାଧ୍ୟମରେ ସିମ୍ଲା ମିର୍ଚି ଚାଷ କରାଯାଏ ତେବେ ପ୍ରାୟ ୧୧ ଲକ୍ଷ ଚାରା ଲଗାଯାଇପାରିବ l ପ୍ରତି ଗଛରୁ ୫ କିଲୋ ପର୍ଯ୍ୟନ୍ତ ଉତ୍ପାଦନ ମିଳିଥାଏ ଯାହାର କି ପୁରା ୮ ମାସର ଫସଲ ଚକ୍ର ରହିଥାଏ l ଅର୍ଥାତ ୮ ମାସରେ ପାଖାପାଖି ୫୦ ରୁ ୫୫ ଟନ ଉତ୍ପାଦନ କରାଯାଇପାରିବ l ଏହାର ବଜାର ମୂଲ୍ୟ କିଲୋ ପ୍ରତି ୧୦୦ ରୁ ୧୨୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ l ତେଣୁ ଏଥିରୁ ବର୍ଷେ ମଧ୍ୟରେ ପାଖାପାଖି ୮୦ ଲକ୍ଷରୁ ନେଇ ୧ କୋଟି ପର୍ଯ୍ୟନ୍ତ ରୋଜଗାର କରାଯାଇ ପାରିବ l