Agripedia

ଆଖୁ ଚାଷ କରନ୍ତୁ, ଲାଭବାନ୍ ହୁଅନ୍ତୁ

ଆଖୁ ଏକ ଅର୍ଥକାରୀ ଫସଲ l ଏହା ବହୁତଗୁଡ଼ିଏ ଉତ୍ପାଦ ପ୍ରସ୍ତୁତିରେ ବ୍ୟବହାର କରାଯାଏ ଯଥା ଚିନି, ଗୁଡ଼ ଇତ୍ୟାଦି l ଏହା ଏକ ଏପରି ଫସଲ ଯାହାକୁ କେତେବି ବିଷମ ପରିସ୍ଥିତି ହେଉ ମଧ୍ୟ ପ୍ରଭାବିତ କରିପାରେ ନାହିଁ l ଏହି ସବୁ କାରଣରୁ ଆଖୁ ଚାଷକୁ ଏକ ଲାଭଦାୟକ ଓ ସୁରକ୍ଷିତ କୃଷି ମଧ୍ୟ କୁହାଯାଏ l ଆଖୁ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥକାରୀ ଫସଲ ହୋଇଥିବାରୁ ଦେଶର ଅର୍ଥ ବ୍ୟବସ୍ଥାରେ ମଧ୍ୟ ଏହା ବିଶେଷ ଭୂମିକା ଗ୍ରହଣ କରେ l

29 July, 2021 2:42 PM IST By: Sugyan Kumar Nayak

ଆଖୁ ଏକ ଅର୍ଥକାରୀ ଫସଲ l  ଏହା ବହୁତଗୁଡ଼ିଏ ଉତ୍ପାଦ ପ୍ରସ୍ତୁତିରେ ବ୍ୟବହାର କରାଯାଏ ଯଥା ଚିନି, ଗୁଡ଼ ଇତ୍ୟାଦି l ଏହା ଏକ ଏପରି ଫସଲ ଯାହାକୁ କେତେବି ବିଷମ ପରିସ୍ଥିତି ହେଉ ମଧ୍ୟ ପ୍ରଭାବିତ କରିପାରେ ନାହିଁ  l ଏହି ସବୁ କାରଣରୁ ଆଖୁ ଚାଷକୁ ଏକ ଲାଭଦାୟକ ଓ ସୁରକ୍ଷିତ କୃଷି ମଧ୍ୟ କୁହାଯାଏ l ଆଖୁ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥକାରୀ ଫସଲ ହୋଇଥିବାରୁ ଦେଶର ଅର୍ଥ ବ୍ୟବସ୍ଥାରେ ମଧ୍ୟ ଏହା ବିଶେଷ ଭୂମିକା ଗ୍ରହଣ କରେ l ଦେଶର ଏହି ବଢୁଥିବା ଜନସଂଖ୍ୟାର ବଢୁଥିବା ଚିନିର ଆବଶ୍ୟକତାକୁ ପୁରଣ କରିବା ପାଇଁ ୨୦୩୦ରେ ପ୍ରାୟ ୨୫ ନିୟୁତ ଟନ ଚିନିର ଆବଶ୍ୟକତା ପଡ଼ିପାରେ l ଲଗାତାର ସଘନ କୃଷି ଓ ବାରମ୍ବାର ରାସାୟନିକ ସାରର ପ୍ରୟୋଗ କାରଣରୁ ଭାରତୀୟ ଭୂମିରେ ଆବଶ୍ୟକୀୟ ପୋଷକତତ୍ତ୍ୱ ମଧ୍ୟ ହ୍ରାସ ହେବାକୁ ଲାଗିଛି  l ତେଣୁ ଆଖୁର ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ ପାଇଁ ଭୂମିରେ ଆବଶ୍ୟକ ଥିବା ପୋଷକ ତତ୍ତ୍ୱ ଉଚିତ ମାତ୍ରାରେ ରହିବା ଜରୁରୀ l 

ଯଦି କୌଣସି ଗୋଟିଏ ପୋଷକ ତତ୍ତ୍ୱ କମ୍ ଥାଏ ତେବେ ଅନ୍ୟ ସମସ୍ତ ପୋଷକ ତତ୍ତ୍ୱ ଠିକ ପରିମାଣରେ ଥିଲେ ମଧ୍ୟ ଏହା ଉତ୍ପାଦନକୁ ପ୍ରଭାବିତ କରିଥାଏ l  ଆଖୁର ଗଛକୁ ବଢିବା ପାଇଁ ସାଧରଣତଃ ୧୭ଟି ପୋଷକ ପଦାର୍ଥର ଆବଶ୍ୟକତା ଥାଏ କାର୍ବନ, ହାଇଡ୍ରୋଜେନ ଓ ଅକ୍ସିଜେନ ବାୟୁମଣ୍ଡଳରୁ ମିଳୁଥିବା ବେଳେ ନାଇଟ୍ରୋଜେନ, ଫସଫରସ ଓ ପୋଟାସ ପ୍ରମୁଖ ପୋଷକତତ୍ତ୍ୱ ମଧ୍ୟ ଆଖୁ ଚାଷ ପାଇଁ ଆବଶ୍ୟକ ଥାଏ  l କ୍ୟାଲସିୟମ, ମ୍ୟାଗନେସିଅମ, ସଲଫର ଆଦିକୁ ଗୌଣ ତଥା ଦ୍ୱିତିୟକ ପୋଷକ ତତ୍ତ୍ୱ କୁହାଯାଏ l ଏହାଛଡା ଜିଙ୍କ, ଆଇରନ, ଵୋରନ, ମାଙ୍ଗାନିଜ, କପର ଆଦି ପୋଷକତତ୍ତ୍ୱ ମଧ୍ୟ ଆଖୁ ଚାଷ ପାଇଁ ଜରୁରୀ ହୋଇଥାଏ l ଏହି ପୋଷକତତ୍ତ୍ୱମାନଙ୍କ ମଧ୍ୟରୁ କୌଣସି ଗୋଟିଏର ଅଭାବ ମଧ୍ୟ ଉତ୍ପାଦନ ଓ ଗୁଣବତ୍ତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ଏବଂ ପର୍ଯ୍ୟାପ୍ତ ଫସଲ ମିଳିନଥାଏ l କୃଷକ ଭାଇମାନେ ଆପଣମାନେ ମଧ୍ୟ ଫସଲ ଆରମ୍ଭ କରିବା ପୂର୍ବରୁ ମାଟି ପ୍ରସ୍ତୁତି ବେଳେ ପ୍ରଥମେ ମାଟିର ଯାଞ୍ଚ କରିନିଅନ୍ତୁ ଓ ଏହା ପରେ ଆବଶ୍ୟକ ପୋଷକତତ୍ତ୍ୱ ପ୍ରୟୋଗ କରନ୍ତୁ ଏହା ଦ୍ୱାରା ଫସଲର ଉତ୍ପାଦନ ଓ ଗୁଣବତ୍ତା ବଢିଥାଏ l

ଏହିପରି ଉର୍ବରକ ମିଶାଇବା ଆଗରୁ ମୂର୍ତ୍ତିକା ଯାଞ୍ଚ କରିବା ଦ୍ୱାରା ଅଳ୍ପ ବିନିଯୋଗରେ ଅଧିକ ଫସଲ ଉତ୍ପାଦନ କରାଯାଇପାରିବ l ଆଖୁର ପରିପକ୍ଵତା ଲାଭ କରିବାର ସମୟ ଅଧିକ ହୋଇଥିବାରୁ ଏହି ଫସଲ ପାଇଁ ଅଧିକ ପୋଷକତତ୍ତ୍ୱର ଆବଶ୍ୟକତା ହୋଇଥାଏ  l ଆଖୁ ଫସଲ ଆରମ୍ଭ କରିବା ପୂର୍ବରୁ ପ୍ରାୟ ୨୦ ଟନ କମ୍ପୋଷ୍ଟ ଖତ ସମାନ ଭାବରେ ମିସାଇଦେବା ଆବଶ୍ୟକ  l ଏହା ଛଡ଼ା ୩୦୦ କିଲୋଗ୍ରାମ ନାଇଟ୍ରୋଜେନ ଓ ୬୦ କିଲୋଗ୍ରାମର ପୋଟାସ ପ୍ରତି ହେକ୍ଟର ପକାଇଦେବା ଜରୁରୀ l ବହୁତ ଅଧିକ ରାସାୟନିକ ସାରର ପ୍ରୟୋଗ କାରଣରୁ ମୂର୍ତ୍ତିକାରେ ଆବଶ୍ୟକୀୟ ଜୈବିକ ପୋଷକର ଅଭାବ ହୋଇଯାଇଛି l ତେଣୁ ଧ୍ୟାନ ରଖିବେ ଯେମିତି ବହୁତ ବେଶୀ ରାସାୟନିକ ସାରର ପ୍ରୟୋଗ କରା ନଯାଏ l ଜୈବିକ ପୋଷକତତ୍ତ୍ୱର ଅଭାବ ଆଖୁର ଗୁଣବତ୍ତା ଓ ଉତ୍ପାଦନ ପ୍ରତି ପ୍ରତିକୂଳ ପ୍ରଭାବ ପକାଇପାରେ l ତେଣୁ ଆପଣଙ୍କୁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ମଧ୍ୟ ଜରୁରୀ l

୧. କୃଷକ ନିଜ କ୍ଷେତରେ ବିଭିନ୍ନ ଫସଲକୁ ଉତ୍ପାଦନ କରିବା ଆବଶ୍ୟକ l

୨. କ୍ଷେତରେ ଗଭୀର ଚେର ବିଶିଷ୍ଟ ଫସଲ ପରେ ପରେ ହାଲୁକା ଚେର ବିଶିଷ୍ଟ ଫସଲ ମଧ୍ୟ କରିବା ଆବଶ୍ୟକ l

୩. କ୍ଷେତରେ ଅଧିକ ଜଳ ବିଶିଷ୍ଟ ଫସଲ ପରେ ପରେ କମ୍ ଜଳବିଶିଷ୍ଟ ଫସଲ ମଧ୍ୟ କରିବା ଆବଶ୍ୟକ l

୪. କ୍ଷେତରେ ଅଧିକ ସମୟ ବିଶିଷ୍ଟ ଫସଲ ପରେ କମ୍ ସମୟ ବିଶିଷ୍ଟ ଫସଲ କରିବା ଜରୁରୀ l

୫. ମାଟିର ଉର୍ବରତାକୁ ବଜାୟ ରଖିବା ପାଇଁ ବଡ଼ ବଡ଼ ଗଛବିଶିଷ୍ଟ ଫସଲ ପରେ ପରେ ଛୋଟ ଛୋଟ ଗଛବିଶିଷ୍ଟ ଫସଲ କରନ୍ତୁ, ନଚେତ ମୂର୍ତ୍ତିକାର ଉର୍ବରତା ଉପରେ ପ୍ରଭାବ ପଡିପାରେ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)