Agripedia

କପା ଉତ୍ପାଦନକାରୀ ଦେଶମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ

କପା ଚାଷ ଉତ୍ପାଦନରେ ଆମ ଦେଶ ବିଶ୍ଵର ଦ୍ୱିତୀୟ ବୃହତମ ଦେଶ ଅଟେ l ଭାରତକୁ ଛାଡ଼ି ଅନ୍ୟ ଦେଶମାନଙ୍କରେ ମଧ୍ୟ କପା ଚାଷର ଅନେକ ଚାହିଦା ରହିଛି l ଯେଉଁଥି ପାଇଁ କପା ଚାଷ ଶୁଦ୍ଧ ସ୍ୱର୍ଣ୍ଣ ନାମରେ ମଧ୍ୟ ଜଣାଯାଏ l କପା ଚାଷ କରିବା ପାଇଁ ଜୁନ ମାସ ଉପଯୁକ୍ତ ହୋଇଥାଏ l

13 September, 2021 2:45 PM IST By: Sugyan Kumar Nayak

କପା ଚାଷ ଉତ୍ପାଦନରେ ଆମ ଦେଶ ବିଶ୍ଵର ଦ୍ୱିତୀୟ ବୃହତମ ଦେଶ ଅଟେ l ଭାରତକୁ ଛାଡ଼ି ଅନ୍ୟ ଦେଶମାନଙ୍କରେ ମଧ୍ୟ କପା ଚାଷର ଅନେକ ଚାହିଦା ରହିଛି l ଯେଉଁଥି ପାଇଁ କପା ଚାଷ ଶୁଦ୍ଧ ସ୍ୱର୍ଣ୍ଣ ନାମରେ ମଧ୍ୟ ଜଣାଯାଏ l କପା ଚାଷ କରିବା ପାଇଁ ଜୁନ ମାସ ଉପଯୁକ୍ତ ହୋଇଥାଏ l ଭାରତରେ କପା ଚାଷ ଖ୍ରୀଷ୍ଟପୂର୍ବ ୧୮୦୦ ରୁ କରାଯାଇ ଆସୁଛି l ସର୍ଦାର ବଲ୍ଲଭ ଭାଇ ପଟେଲ ଅନୁସନ୍ଧାନ କେନ୍ଦ୍ର ଦ୍ୱାରା କପା ଉପରେ ଗବେଷଣା କରାଯାଇଛି ଏବଂ ବହୁତ କମ ଜଳସେଚନ ଦରକାର କରୁଥିବା କପା କିସମ ବାହାର କରାଯାଇଛି l ଏହି କିସମର କପା ଫସଲ ପାଇଁ ନାମମାତ୍ର ଜଳସେଚନ କରିବାକୁ ପଡ଼େ l ଏହା ଦ୍ୱାରା କୃଷକମାନେ ବିଶେଷ ଲାଭ ପାଇ ପାରିବେ l

ଭାରତର କପା ଉତ୍ପାଦନକାରୀ ରାଜ୍ୟ

କପା ଭାରତର ଏକ ମହତ୍ତ୍ୱପୁର୍ଣ୍ଣ ଫସଲ ଅଟେ l କାହିଁକି ନା ରାଷ୍ଟ୍ରୀୟ କୃଷି ଅର୍ଥ ବ୍ୟବସ୍ଥାରେ ଏହାର ଏକ ପ୍ରମୁଖ ଭୂମିକା ରହିଛି l ଭାରତରେ ୧୨ରୁ ଅଧିକ ରାଜ୍ୟରେ କପା ଉତ୍ପାଦନ କରାଯାଏ l କିନ୍ତୁ ଏହି ବର୍ଷ ଗୁଜୁରାଟ ୧୨୫ ଲକ୍ଷ କପା ଉତ୍ପାଦନ କରି ସୂଚୀ ମଧ୍ୟରେ ଏକ ଶୀର୍ଷ ସ୍ଥାନ ପ୍ରାପ୍ତ କରିଛି l ଗୁଜୁରାଟକୁ ଛାଡିଲା ପରେ ମହାରାଷ୍ଟ୍ରକୁ ମଧ୍ୟ କପା ଉତ୍ପାଦନରେ ଦ୍ୱିତୀୟ ସ୍ଥାନ ରୂପେ ଗଣାଯାଏ l କପା ଉତ୍ପାଦନ ବିଷୟରେ ବର୍ତ୍ତମାନ କହିବାକୁ ଗଲେ ଅକ୍ଟୋବର ୨୦୨୦ ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ମୋଟ ୪୫୯.୨୬ ଲକ୍ଷ କପା ବିଭିନ୍ନ ଜାଗାକୁ ଯୋଗାଇ ଦିଆଯାଇସାରିଛି l ଦେଶ ମଧ୍ୟରେ ବି କପାର ଚାହିଦା ଦିନକୁ ଦିନ ବୃଦ୍ଧି ହବାରେ ଲଗୁଛି l

ଜଳବାୟୁ ପରିବର୍ତ୍ତନ ଓ କପା ଚାଷ ଉପରେ ଏହାର ପ୍ରଭାବ

କପା ଚାଷ କରିବାକୁ ଗଲେ ଏହାର ତାପମାତ୍ରା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ l ସାଧାରଣତଃ ୨୧ ଡିଗ୍ରୀ ସେଲସିଅସରୁ ୩୫ ଡିଗ୍ରୀ ସେଲସିଅସ ମଧ୍ୟରେ କପା ଚାଷ କରାଯାଇଥାଏ l ଏହାକୁ ସାଧାରଣତଃ ଟିକେ ଉଚ୍ଚ ତାପମାତ୍ରାର ଆବଶ୍ୟକତା ରହିଥାଏ l ଜଳବାୟୁ ପରିବର୍ତ୍ତନ କାରଣରୁ ଯଦି ୫୦ପ୍ରତିଶତ ଜମି ଶୁଖିଲା ରୁହେ, ତାହା ହେଲେ କପା ଉତ୍ପାଦନ ଦେଶ ଯଥା ଭାରତ, ଆମେରିକା, ଚିନ, ବ୍ରାଜିଲ, ପାକିସ୍ତାନ ଓ ତୁର୍କୀ ଉପରେ ଏହାର ବହୁତ ପ୍ରଭାବ ପଡିପାରେ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)