Agripedia

ଚାଷୀଙ୍କ ପାଇଁ ୨୪ ହଜାର କୋଟି..

ବିଧାନସଭାରେ(Assembly) ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ ହୋଇଛି । ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Pattnaik) । ଆଲୋଚନା ପରେ ଦୁଇ ବିଭାଗର ଖର୍ଚ୍ଚ ଦାବି ମଂଜୁରୀ ଲାଭ କରିବ ।

22 March, 2023 11:25 AM IST By: Priyambada Rana

ବିଧାନସଭାରେ(Assembly) ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ ହୋଇଛି । ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Pattnaik) । ଆଲୋଚନା ପରେ ଦୁଇ ବିଭାଗର ଖର୍ଚ୍ଚ ଦାବି ମଂଜୁରୀ ଲାଭ କରିବ । 

ଚାଷୀଙ୍କ ଆୟ କିପରି ବୃଦ୍ଧି ପାଇବ ଏ ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି । ଧାନ ଫସଲ ବ୍ୟତୀତ ଅନ୍ୟ ଅର୍ଥକାରୀ ଓ ଅଣଦାନ ଫସଲ ଚାଷ ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି ସରକାର। ଲଗାତାର ୨ ବର୍ଷ ଧରି ଡାଲିଜାତୀୟ, ତୈଳବୀଜ, ଫଳ ଓ ଫୁଲ ଚାଷ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ମିଲେଟ ମିଶନ(Millet Mission) ପରି, ଛତୁ ମିଶନ, ପଣସ ମିଶନ ଜରିଆରେ ଚାଷୀଙ୍କ ଆୟବୃଦ୍ଧି ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି । ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ କୃଷି ବଜେଟ ଆକାର ୨୪ ହଜାର ୮୨୯ କୋଟିର ପ୍ରସ୍ତାବ ରଖାଯାଇଛି ।

ଆଜି ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କୃଷି ବିଭାଗର(Agriculture Department) ଖର୍ଚ୍ଚଦାବି ଆଗତ କରିବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଖର୍ଚ୍ଚଦାବିର ପରିମାଣ ୭ ହଜାର ୧୩୫ କୋଟି ୮୯ ଲକ୍ଷ ୪୮ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ପ୍ରଶ୍ନକାଳରେ କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶ୍ରମ, ସମବାୟ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।

ଏହି ପଞ୍ଜୀକରଣ ସମୟସୀମା ମାର୍ଚ୍ଚ ୨୦ ତାରିଖ ଯାଏଁ ଥିଲା। ଏହାକୁ ଆଉ ୭ ଦିନ ଅର୍ଥାତ୍‍ ଆସନ୍ତା ୨୭ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଚାଷୀମାନେ ପାକ୍ସ କିମ୍ବା ସମବାୟ ଅନୁଷ୍ଠାନଗୁଡ଼ିକରେ ଏହି ନିର୍ଦ୍ଧାରିତ ସମୟ ଭିତରେ ନାମ ପଞ୍ଜୀକରଣ କରି ରବିଧାନ ବିକ୍ରୟର ସୁଯୋଗ ନେବାକୁ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ ଅନୁରୋଧ କରିଛନ୍ତି।

ଜାଣିଛନ୍ତି କି କ’ଣ ଏହି ସବୁଜ ବିପ୍ଳବ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)