Agripedia

ଜାଣନ୍ତୁ,ମାଣ୍ଡିଆକୁ କାହିଁକି ମିଳୁଛି ପ୍ରୋତ୍ସାହନ...

ଯେତେବେଳେ ଖାଦ୍ୟ ଓ ପୁଷ୍ଟିକର ଖାଦ୍ୟର କଥା ଉଠିଥାଏ, ସମଗ୍ର ବିଶ୍ୱରେ ସରକାର ପୁଷ୍ଟିକର ଖାଦ୍ୟ ସୁରକ୍ଷା ଖର୍ଚ୍ଚରେ ଖାଦ୍ୟ ସୁରକ୍ଷା ଉପରେ ଧ୍ୟାନ ଦେବା ଆରମ୍ଭ କରିଥାନ୍ତି ।ତୃତୀୟ କୃଷି ବିପ୍ଳବ(Agriculture Revolution) କ୍ଷୁଧାକୁ ହ୍ରାସ କରିବା ପାଇଁ ଅନ୍ୟତମ ନୀତି ଭାବରେ ଅନ୍ୟମାନଙ୍କ ଉପରେ ନିର୍ଦ୍ଦିଷ୍ଟ ଶସ୍ୟର ବ୍ୟବହାରକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

08 March, 2023 11:00 AM IST By: Priyambada Rana

ଯେତେବେଳେ ଖାଦ୍ୟ ଓ ପୁଷ୍ଟିକର ଖାଦ୍ୟର କଥା ଉଠିଥାଏ, ସମଗ୍ର ବିଶ୍ୱରେ ସରକାର ପୁଷ୍ଟିକର ଖାଦ୍ୟ ସୁରକ୍ଷା ଖର୍ଚ୍ଚରେ ଖାଦ୍ୟ ସୁରକ୍ଷା ଉପରେ ଧ୍ୟାନ ଦେବା ଆରମ୍ଭ କରିଥାନ୍ତି ।ତୃତୀୟ କୃଷି ବିପ୍ଳବ(Agriculture Revolution) କ୍ଷୁଧାକୁ ହ୍ରାସ କରିବା ପାଇଁ ଅନ୍ୟତମ ନୀତି ଭାବରେ ଅନ୍ୟମାନଙ୍କ ଉପରେ ନିର୍ଦ୍ଦିଷ୍ଟ ଶସ୍ୟର ବ୍ୟବହାରକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଜ ବିପ୍ଳବ ଆସିବା ପରେ ସମଗ୍ର ବିଶ୍ୱରେ ଗହମ(Wheat) ଏବଂ ଚାଉଳ ଉତ୍ପାଦନ ବୃଦ୍ଧି ପାଇଥିଲା।

ଏହାର ଏକ ଅପ୍ରତ୍ୟାଶିତ ଫଳାଫଳ ଦେଖିବାକୁ ମିଳିଥିଲା ଯେ ମକା, ଜୋୱାର, ବାଜରା ଏବଂ ରାଗି ପରି ପୁଷ୍ଟିକର ସମୃଦ୍ଧ ଫସଲ ଅମଳରେ ହ୍ରାସ ।ଯଦି ଦେଖାଯାଏ ଭାରତରେ ଖ୍ରୀଷ୍ଟପୂର୍ବ ୩୦୦୦ରୁ ମିଲେଟ ଚାଷ କରାଯିବା ସହ ପୃଷ୍ଟିକର ଖାଦ୍ୟ ଭାବେ ଏହାକୁ ଗ୍ରହଣ କରାଯାଇଆସୁଥିଲା ।ଅବଶ୍ୟ, ସବୁଜ ବିପ୍ଳବ ପରେ ଏହି ଧାରା ଓଲଟପାଲଟ ହୋଇଯାଇଥିବାବେଳେ ଭାରତରେ ମିଲେଟ ଅମଳ ୧୯୬୧ ମସିହାରେ ୪୧୪(କିଲୋଗ୍ରାମ/ହେକ୍ଟର)ରୁ ୨୦୨୧ ମସିହାରେ ୧,୩୫୨(କେ.ଜି/ହେକ୍ଟର)କୁ ବୃଦ୍ଧି ପାଇଥିଲା। ସେପଟେ ବିଶ୍ୱ ସ୍ତରରେ ମଧ୍ୟ ସମାନ ଧାରା ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା ।ଯେଉଁଠାରେ ହାରାହାରି ଅମଳ ହେକ୍ଟର ପିଛା ୫୯୨କେ.ଜି ରୁ ହେକ୍ଟର ପିଛା ୯୭୨କୁ ବୃଦ୍ଧି ପାଇଛି ।

ପରିବର୍ତ୍ତିତ ପାର୍ଟନ-

ଗ୍ରାମାଞ୍ଚଳରେ ୧୯୭୨-୭୩ ରୁ ୧୯୮୭-୮୮ ମଧ୍ୟରେ ମିଲର ମୁଣ୍ଡପିଛା ବ୍ୟବହାର ୩୮.୬ ପ୍ରତିଶତ ହ୍ରାସ ପାଇଛି ଏବଂ ସେହି ସମୟ ମଧ୍ୟରେ ଚାଉଳ ଏବଂ ଗହମର ଚାହିଦା ୬.୮ ପ୍ରତିଶତ ଏବଂ ୨୭.୩ ପ୍ରତିଶତ ବୃଦ୍ଧି ପାଇଛି ।୨୦୦୪-୦୫ ରୁ ୨୦୧୧-୧୨ ମଧ୍ୟରେ ଏହି ଅନୁପାତ ୪୫ ପ୍ରତିଶତକୁ ହ୍ରାସ ପାଇଛି ଏବଂ ଗହମର ପରିମାଣ ୩.୪ ପ୍ରତିଶତ ବୃଦ୍ଧି ପାଇଛି ।

ଅତ୍ୟାଧୁନିକ ଉତ୍ପାଦନ ପ୍ରଯୁକ୍ତିବିଦ୍ୟା ଉପଲବ୍ଧ ହେତୁ ଚାଉଳ ଏବଂ ଗହମ ପରି ସୂକ୍ଷ୍ମ ଶସ୍ୟ ଉତ୍ପାଦନରେ ପରିବର୍ତ୍ତନ ହେତୁ ଦେଶରେ ମିଲେଟ ବ୍ୟବହାରରେ ହ୍ରାସ ଘଟିଥିଲା ​​ଏବଂ ସୁନିଶ୍ଚିତ ଜଳସେଚନ ସୁବିଧା, ସର୍ବନିମ୍ନ ସହାୟତା ମୂଲ୍ୟ ଇତ୍ୟାଦି ନୀତିକୁ ସମର୍ଥନ କରାଯାଇଥିଲା।

ପୃଷ୍ଟିହୀନତା ବୃଦ୍ଧି ଏବଂ ବିଶ୍ୱରେ ଶସ୍ୟ ଉତ୍ପାଦନରେ ହ୍ରାସ ପରିପ୍ରେକ୍ଷୀରେ ଖାଦ୍ୟ ନିରାପତ୍ତାର ପ୍ରଭାବ ଅନୁଭବ କରାଯାଇ ସଚେତନତା ପାଇଁ ଜି-20 ମିଲେଟ ଇଣ୍ଟରନ୍ୟାସନାଲ ଇନିସିଏଟିଭ୍ (MIIRA) ମାଧ୍ୟମରେ ମିଲେଟକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ

ସରକାର ପ୍ରସ୍ତାବ ଉପସ୍ତାପିତ କରିଥିଲେ ।କୃଷି ମାର୍କେଟିଂ ଇଣ୍ଟେଲିଜେନ୍ସ ସିଷ୍ଟମ (AMIS) କୁ ମଜବୁତ କରିବା ହେଉଛି ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।

ଏହା କୃଷି ପାଇଁ ଗୁରୁତ୍ୱପୂର୍ଣ୍ଣ ନିବେଶ ଉପରେ ସମୟାନୁବର୍ତ୍ତୀ ସୂଚନା ବଣ୍ଟନକୁ ପ୍ରୋତ୍ସାହନ ଦେଇପାରେ । 2022 ମସିହାରେ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ଦ୍ୱାରା ମିଳିତ ଜି-20 ଅର୍ଥ ଏବଂ କୃଷି ମନ୍ତ୍ରୀ (ଜେଏଫଏମ୍) ଏକ ବୈଠକ ଆୟୋଜନ କରି ଖାଦ୍ୟ ନିରାପତ୍ତା ଏବଂ ପୁଷ୍ଟିହୀନତା ସମସ୍ୟା ଉପରେ ରାଜନୀତିକ ସମର୍ଥନ ହାସଲ କରିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ।

ବିଶ୍ୱ ଯେତିକି ମିଲେଟ ଉତ୍ପାଦନ କରାଯାଇଥାଏ ଏଥି ମଧ୍ୟରୁ ପ୍ରାୟ ୪୧ ପ୍ରତିଶତ ଅଂଶଧନ ସହିତ ଭାରତ ମିଲେଟ ଉତ୍ପାଦକରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଭାରତର ମିଲେଟ ରପ୍ତାନି ୨୦୨୦-୨୧ରେ ୫୯.୭୫ମିଲିୟନ ଡ଼ଲାରରୁ ୨୦୨୧-୨୨ରେ ୬୪.୨୮ମିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ।

ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ୨୦୨୫ ସୁଦ୍ଧା ମିଲେଟ ୯ ବିଲିୟନ ଡଲାରରୁ ୧୨ବିଲିୟନ ଡଲାରକୁ ବୃଦ୍ଧି ପାଇବା ନେଇ ଆକଳନ କରାଯାଉଛି ।ମିଲେଟର ଚାହିଦା ବୃଦ୍ଧି ଏବଂ ଖାଦ୍ୟ ନିରାପତ୍ତାର ଆବଶ୍ୟକତାକୁ ସନ୍ତୁଳିତ କରିବାର ସମ୍ଭାବନାକୁ ଦେଖିଲେ କେନ୍ଦ୍ର ଏହାକୁ ପ୍ରୋତ୍ସାହନ ଯୋଗାଉଥିବା ଦେଖିବାକୁ ମିଳିଛି ।