Agripedia

ଜୈବିକ ପ୍ରଣାଳୀରେ ଅଦା ଚାଷ

ଅଦାଚାଷ ପାଇଁ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ବିହନ ଓ ରାସାୟନ ମୁକ୍ତ ଜମି ନିତାନ୍ତ ଆବଶ୍ୟକ । ତେବେ ଏଭଳି ଜମି ଆଭ୍ୟନ୍ତରୀଣ ଜିଲ୍ଲାରେ କାଁ ଭାଁ ଉପଲବ୍ଧ । ହଠାତ୍ ଏତେ ଗୁଡ଼ିଏ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ବିହନ ସଂଗ୍ରହ ପାଇଁ ଯଥେଷ୍ଟ ଆର୍ଥିକ ସମ୍ବଳ ଆବଶ୍ୟକ । ଏଣୁ ଆଗ୍ରହୀ ଚାଷୀ ଅଳ୍ପ ପରିମାଣର ଏହି ବିହନ କିଣି ତାକୁ ଜୈବିକ ପ୍ରଣାଳୀରେ ବାରମ୍ବାର ଚାଷ କରି ୪ ରୁ ୫ ବର୍ଷ ମଧ୍ୟରେ ବ୍ୟବସାୟିକ ଅଦା ଉତ୍ପାଦନ ମଧ୍ୟ କରିପାରିବେ ।

05 December, 2020 11:02 AM IST By: KJ Staff

ଦାଚାଷ ପାଇଁ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ବିହନ ଓ ରାସାୟନ ମୁକ୍ତ ଜମି ନିତାନ୍ତ ଆବଶ୍ୟକ । ତେବେ ଏଭଳି ଜମି ଆଭ୍ୟନ୍ତରୀଣ ଜିଲ୍ଲାରେ କାଁ ଭାଁ ଉପଲବ୍ଧ । ହଠାତ୍ ଏତେ ଗୁଡ଼ିଏ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ବିହନ ସଂଗ୍ରହ ପାଇଁ ଯଥେଷ୍ଟ ଆର୍ଥିକ ସମ୍ବଳ ଆବଶ୍ୟକ । ଏଣୁ ଆଗ୍ରହୀ ଚାଷୀ ଅଳ୍ପ ପରିମାଣର ଏହି ବିହନ କିଣି ତାକୁ ଜୈବିକ ପ୍ରଣାଳୀରେ ବାରମ୍ବାର ଚାଷ କରି ୪ ରୁ ୫ ବର୍ଷ ମଧ୍ୟରେ ବ୍ୟବସାୟିକ ଅଦା ଉତ୍ପାଦନ ମଧ୍ୟ କରିପାରିବେ ।

ଜମି ପ୍ରସ୍ତୁତି : ଜମିରେ ଅନେକ ରୋଗ ସୃଷ୍ଟିକାରୀ କବକ ଥାଆନ୍ତି । ସେମାନଙ୍କ ଦମନ ପାଇଁ ପଟାଳି ଗୁଡ଼ିକରେ ଅଦା ଲଗାଇବାର ୫/୬ ଦିନ ପୂର୍ବରୁ ବୋର୍ଡ ମିକ୍ସଚର (୧୦୦ ଗ୍ରାମ୍ ତୁତିଆ ସହ ୧୦୦ ଗ୍ରାମ ଚୂନ ଓ ୨୦ ଲିଟର ପାଣିରେ ପ୍ରସ୍ତୁତ ଦ୍ରବତା) ଭଲ ଭାବରେ ସିଞ୍ଚନ କରନ୍ତୁ । ୧ କିଗ୍ରା ଟ୍ରାଇକୋଡର୍ମା ଭିରିଡ଼ି ନାମକ କବକକୁ ୨୦ କିଗ୍ରା ଖତ ସହ ମିଶାଇ ୩ଦିନ ଛାଇରେ ଓଦା କରି ସିଆର ଓ ପଟାଳିରେ ପ୍ରୟୋଗ କଲେ ଜମିରେ ଥିବା ଅଦାର ରୋଗ ସୃଷ୍ଟିକାରୀ କବକ ଗୁଡ଼ିକ ନଷ୍ଟ ହୋଇଥାନ୍ତି । ଜମିରେ ଅମ୍ଳତା ଅଧିକ ରହିଲେ ରୋଗ ସୃଷ୍ଟିକାରୀ କବକ ଓ ଜୀବାଣୁ ଗୁଡ଼ିକର ପାଦୁର୍ଭାବ ଫସଲ ଉପରେ ଅଧିକ ପଡ଼େ । ଏଣୁ ଜମିରେ ମାଟି ପରୀକ୍ଷା ପରେ ଅନୁମୋଦିତ ପ୍ରଣାଳୀରେ ଚୂନ ଓ ଖତ ପ୍ରୟୋଗ ମାଧ୍ୟମରେ ଅମ୍ଳତା ଦୂର କରାଯାଇପାରେ । ଗାଈ ମୂତ୍ର, କଞ୍ଚା ଗୋବର ଲିମ୍ବପତ୍ର ଓ ବେଲ ପତ୍ର ବଟା ପ୍ରତ୍ୟେକ ୧ କିଗ୍ରା ହିସାବରେ ଗୋଳାଇ ତା ସାଙ୍ଗରେ ୧୦ ରୁ ୧୨ଟି ଅରଖ ପତ୍ର ବଟା ଗୋଳାଇ ସେଥିରେ ୫୦ ଗ୍ରାମ୍ ଗୁଡ଼ ମିଶାଇବା ପରେ ଭଲଭାବରେ ପବନ ନିରୋଧକ ପଲିଥିନ ବାନ୍ଧି ୩-୮ ଦିନ ରଖି ଏକ ପୋଚ ପ୍ରସ୍ତୁତ କରନ୍ତୁ । ଉକ୍ତ ପୋଚକୁ ୧୦୦ ଲିଟର ପାଣିରେ ମିଶାଇ ଦ୍ରବତା କରି ୧/୨ ଏକର ଅଦା ପଟାଳିରେ ସିଞ୍ଚନ କଲେ ଏହା ରୋଗ ଓ କୀଟନାଶକ ରୂପେ କାର୍ଯ୍ୟକରେ ।

ଅଦା ବିହନ ବିଶୋଧନ :- ସଦ୍ୟ କଟା ଯାଇଥିବା ଅଦା ଖଣ୍ଡ ଗୁଡ଼ିକୁ ସଜ ଗାଈ ମୂତ୍ର, ସଦ୍ୟ ଗୋବର ଉଇମାଟି ଦୁଇ କିଗ୍ରା ହିସାବରେ ନେଇ ସେଥିରେ ୧୦୦ ଏମ.ଏଲ୍‌. ଲିମ୍ବ ତେଲ ମିଶାଇ ସମସ୍ତ ଦ୍ରବଣକୁ ୫୦ କି.ଗ୍ରା. ଅଦାଖଣ୍ଡ ଗୁଡ଼ିକରେ ଗୋଳାଇ ଛାଇରେ ଶୁଖାଇ ଲଗାଯାଇପାରେ । ବିହନଗୁଡ଼ିକୁ ଗାଈ ମୂତ୍ରରେ ଗୋଳାଇ ଲଗାଇଲେ ଏହା ଶୀଘ୍ର ସଢ଼ିବ ନାହିଁ । ଜୀବାଣୁ ଜନିତ କନ୍ଦା ସଢ଼ା ରୋଗରୁ ଫସଲକୁ ମୁକ୍ତ ରଖିବା ପାଇଁ ୨୦ କିଗ୍ରା ଖତ ସାଙ୍ଗରେ ଏକ କିଗ୍ରା ସୁଡୋମୋନାସ ଗୋଳାଇ ୩ ଦିନରେ ପ୍ରୟୋଗ କରାଯାଇପାରେ ।

ଜମିରେ ଜୈବିକ ସାର ପ୍ରୟୋଗ :- ଅଦା ଏକ ୧୦ ମାସିଆ ଦୀର୍ଘସ୍ଥାୟୀ ଫସଲ । ଏଣୁ ଏହି ଫସଲକୁ ସମ୍ପୂର୍ଣ୍ଣ ଜୈବିକ ଉପାୟରେ ଚାଷ କରିବାକୁ ହେଲେ ମାଟିରେ ଯଥେଷ୍ଟ ପରିମାଣରେ ଜୈବିକ ଖତ ପ୍ରୟୋଗ ନିତାନ୍ତ ଆବଶ୍ୟକ । ଏଥିପାଇଁ ଚାଷୀ ଉନ୍ନତ ମାନର କମ୍ପୋଷ୍ଟ ପ୍ରସ୍ତୁତ କରିବା ନିତାନ୍ତ ଜରୁରୀ । ଅଧିକାଂଶ ଚାଷୀ ଅନ୍ୟଠାରୁ ଅଦା ସଢ଼ା ଗୋବର ଖତ କିଣିଆଣି ସିଧାସଳଖ ଜମିରେ ପ୍ରୟୋଗ କରନ୍ତି । ଏଥିରେ ଉଦ୍ଭିଦର ଖାଦ୍ୟ ପ୍ରୟୋଗ ନଷ୍ଟ ହୋଇଯାଏ । ଏଣୁ ନିଜର ଥିବା ଖତ ବା କିଣାଯାଇଥିବା ଖତ ତିନିମାସ ପୂର୍ବରୁ ଆଉ ଥରେ ଉନ୍ନତ ପ୍ରଣାଳୀରେ ସୁପର ଫସଫେଟ୍ ମିଶାଇ ଉପଯୁକ୍ତ ପରିବେଶରେ ସଢ଼ିବା ପାଇଁ ଦିଆଯାଏ । ଉକ୍ତ ସଦ୍ୟ ଖତକୁ ଖତ ସହ ଆଜୋଟା ବକ୍ଟର ୪ କିଗ୍ରା, ପିଏସ୍‌ଏମ୍ ୨ କି.ଗ୍ରା., ପଟାସ ବ୍ୟାକ୍ଟେରିଆ ୨ କି.ଗ୍ରା. ମିଶାଇ ସାମାନ୍ୟ ଓଦାବସ୍ଥାରେ ୩-୮ ଦିନ ଛାଇରେ ରଖି ଉପରବେଳା ଜମିରେ ପ୍ରୟୋଗ କରି ମାଟି ଘୋଡ଼ାଇ ଦେଲେ ଅଦା ଫସଲକୁ ଯଥେଷ୍ଟ ପରିମାଣରେ ଆବଶ୍ୟକ ଖାଦ୍ୟସାର ମିଳିଥାଏ । ଫସଲ ୪୫ ଦିନ ହୋ ବେଳକୁ ତାକୁ କୋଡ଼ା ଖୁସାକରି ଜମିରେ ପୂର୍ବ ପ୍ରଣାଳୀ ଅନୁସାରେ ପ୍ରସ୍ତୁତ ଲିମ୍ବ, ବେଲପତ୍ର ଓ ଗାଈ ମୂତ୍ର, ଗୋବର ଦ୍ରବଣ ପୋଚ ଟ୍ରାଇକୋଡର୍ମା ଭିରିଡ଼ି ଖତରେ ମିଶାଇ ଅଦା ଗଛ ଥିବା ପଟାଳିରେ ପ୍ରୟୋଗ କରି ସେଗୁଡ଼ିକୁ ମାଟି ଘୋଡ଼ାଇ ଦିଆଯାଏ ।

ଅଦା ଲଗାଇଲା ବେଳେ ଲିମ୍ବ କିମ୍ବା କରଞ୍ଜ ବିଡ଼ିଆ ଏକର ପ୍ରତି ୨୫୦ କି.ଗ୍ରା. ପ୍ରୟୋଗ କରାଯାଏ ଏହାଦ୍ୱାରା ମାଟିରେ ଥିବା ଅନିଷ୍ଟକାରୀ କାଟଗୁଡ଼ିକ ନଷ୍ଟ ହୋଇଯାଆନ୍ତି । ଅଦା ଲଗାଇବା ପରେ ଘୋଡ଼ଣୀ ଆକାରରେ କଞ୍ଚା ଗ୍ଲାରିସିଡ଼ିଆ ଡାଳ, ବେଗୁନିଆ ଡାଳ, କରଞ୍ଜ ପତ୍ର ଇତ୍ୟାଦି ଦେଲେ ସେଗୁଡ଼ିକ ୪୫ ଦିନ ମଧ୍ୟରେ ସଢ଼ି ଯଥେଷ୍ଟ ଜୈବିକ ସାର ଯୋଗାଇବା ସଙ୍ଗେ ସଙ୍ଗେ ଫସଲକୁ ପୋକ ଦାଉରୁ ରକ୍ଷା କରିଥାଏ । ଏଥିଯୋଗୁଁ ଫସଲ ଯଥେଷ୍ଟ ଜୈବିକ ଖାଦ୍ୟ ପାଇଥାଏ । ଅଦାରେ ପତ୍ରଖିଆ କିମ୍ବା ଜଉପୋକ ଲାଗିଲେ ଲାଣ୍ଟେନା କ୍ୟାମେରା ନାମକ ବୁଦା ଗଛର ଫୁଲ ଓ ପତ୍ରକୁ ଶୁଖାଇ ଗୁଣ୍ଡ କରି ତାକୁ ଏକ ଲିଟର ପାଣିରେ ୨୦ ଗ୍ରାମ୍ ହିସାବରେ ମିଶାଇ ଫସଲକୁ ଏକର ପ୍ରତି ୨ ଶହ ଲିଟର ହିସାବରେ ପ୍ରୟୋଗ କଲେ ଏହି ପୋକ ମରିଯାଆନ୍ତି ।

ଅମଳ :- ଅଦା ୮-୧୦ ମାସ ମଧ୍ୟରେ ଅମଳ ହୋଇଥାଏ । ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ଅଦା ଦୀର୍ଘଦିନ ପର୍ଯ୍ୟନ୍ତ ସାଇତି ରଖାଯାଇପାରେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)