Agripedia

ଗ୍ରୀନଟେଷ୍ଟ….ଜଣାଇବ ଖାଦ୍ୟ ରେ ବିଷ ର ମାତ୍ରା!!

କୃଷି କ୍ଷେତ୍ର ର ଉନ୍ନତି ଲାଗି ସର୍ବଦା ଗବେଷଣା ଜାରି ରହିଛି |ତେବେ ୨୦୧୮ ର ଏକ ବିଶେଷ ଗବେଷଣା ଏହି ଗ୍ରୀନଟେଷ୍ଟ|କିପରି କାର୍ଯ୍ୟ କରେ ଗ୍ରୀନଟେଷ୍ଟ???ଜାଣିବା ଲାଗି ଆଗକୁ ପଢନ୍ତୁ

21 December, 2018 12:07 PM IST By: KJ Staff

କୃଷି କ୍ଷେତ୍ର ର ଉନ୍ନତି ଲାଗି ସର୍ବଦା ଗବେଷଣା ଜାରି ରହିଛି |ତେବେ ୨୦୧୮ ର ଏକ ବିଶେଷ ଗବେଷଣା ଏହି ଗ୍ରୀନଟେଷ୍ଟ|କିପରି କାର୍ଯ୍ୟ କରେ ଗ୍ରୀନଟେଷ୍ଟ???ଜାଣିବା ଲାଗି ଆଗକୁ ପଢନ୍ତୁ ...


ବିଭିନ୍ନ ଯବକ୍ଷାରଜାନ ଯଥା ୟୁରିଆ ,ଆମୋନିଅମ ନାଇଟ୍ରେଟ ଓ କୀଟନାଶକ ପ୍ରୟୋଗ ଦ୍ୱାରା ଖାଦ୍ୟ ରେ ନାଇଟ୍ରେଟ ର ଅଂଶ ରହୁଥିବାର ଗବେଷଣା ରୁ ଜଣା ପଡିଛି|ତେବେ ଏହି ନାଇଟ୍ରେଟ ଫଳ ଓ ପରିବାରରେ ନାଇଟ୍ରାଇଟ କୁ ପରିଣତ ହୋଇଥାଏ ଯାହା ଶରୀରରେ ରକ୍ତରେ ମିଶି ବିଷାକ୍ତ ତତ୍ତ୍ୱରେ ପରିଣତ ହୋଇଥାଏ ଏବଂ ଆଲଜେମର୍ସ,ପାର୍କିନସନ ,କର୍କଟ ପରି ଭୟଙ୍କର ରୋଗର କାରଣ ହୋଇପାରେ |ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ମଧ୍ୟ ଏହା ସୋଡ଼ିଅମ ନାଇଟ୍ରେଟ ଭାବେ ବ୍ୟବହାର କରାଯାଏ |

ଏଣୁ ଏଥିରୁ ସୁରକ୍ଷିତ ହେବ ଲାଗି ନାଇଟ୍ରେଟ ଡ଼ିଟେକ୍ଟର ସହାୟକ ହେବ |ଏହା ବ୍ୟବହାର ହେବାକୁ ଥିବା ଫଳ କିମ୍ବା ପରିବାରେ ନାଇଟ୍ରେଟ ଓ କୀଟନାଶକ ର ପରିମାଣ ଦର୍ଶାଇ ସ୍ୱାସ୍ଥ୍ୟ ପାଇଁ କ୍ଷେତିକାରକ କି ନୁହେଁ ବୋଲି ଜଣାଇଦିଏ ଏବଂ ଖାଇବା ପୂର୍ବରୁ ଏହାକୁ ବିଶୋଧନ କରିବା ଦ୍ୱାରା କ୍ଷେତିକାରକ ନାଇଟ୍ରେଟ ପ୍ରଭାବରୁ ମୁକ୍ତି ମିଳିପାରେ |ଏହି ଡ଼ିଟେକ୍ଟର ନାମ ଗ୍ରୀନଟେଷ୍ଟ|ଖାଦ୍ୟ ସୁରକ୍ଷା କମ୍ପାନୀ ଆଲଭାରୀଟା ଦକ୍ଷିଣ ଆଫ୍ରିକାରେ ବିଶ୍ୱର ଏହି ପ୍ରଥମ ପୋର୍ଟେବଲ ନାଇଟ୍ରେଟ ଡ଼ିଟେକ୍ଟର ଗ୍ରୀନଟେଷ୍ଟ ବଜାର ପ୍ରବେଶ କରାଇଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)