Agripedia

ବାଇଗଣୀ ଫୁଲକୋବି ଖାଇଛନ୍ତି କି ?

ବାଇଗଣୀ ଫୁଲକୋବି ଖାଇଛନ୍ତି କି ?

22 July, 2019 1:19 PM IST By: KJ Staff
ଶୀତ ଋତୁ ର ଆଗମନ ବଜାର ହାଟ କୁ ବିଭିନ୍ନ ରଙ୍ଗ ର ପନିପରିବା ରେ ଭରି ଦେଇଥାଏ |ତେବେ ଏଥି ମଧ୍ୟରୁ ଗାଜର ,ବିଟ ,କୋବି ଇତ୍ୟାଦି ମୁଖ୍ୟତ ଦେଖିବାକୁ ମିଳେ |ଧଳା ରଙ୍ଗ ର ସୁନ୍ଦର ଫୁଲକୋବି ଶୀତଦିନ ରେ ବଜାର ର ମୁଖ୍ୟ ଆକର୍ଷଣ କହିଲେ ଭୁଲ ହେବ ନାହିଁ |ହେଲେ ବାଇଗଣୀ ରଙ୍ଗ ର ଫୁଲକୋବି ଦେଖିଛନ୍ତି କି ?? ବିଭିନ୍ନ ଭିଟାମିନ ,ଲୌହ ,ମିନେରାଲ ଇତ୍ୟାଦି ସହ ଏଥିରେ ଭରି ରହିଥାଏ କେତେକ ଜରୁରୀ ଆଣ୍ଟି ଆକ୍ସିଡାଣ୍ଟ ଯାହା ଶରୀର କୋଷିକା କୁ ଶୀଘ୍ର ପତନ ରୁ ରକ୍ଷା କରିଥାଏ |

ସବୁଜ ରଙ୍ଗ ର ଫୁଲକୋବି କୁ ବ୍ରୋକୋଲି କୁହାଯାଏ ମାତ୍ର ନାରଙ୍ଗୀ ଏବଂ ବାଇଗଣୀ ରଙ୍ଗ ରଫୁଲକୋବି ମଧ୍ୟ ଏବେ ଦେଖିବାକୁ ମିଳୁଛି |ପ୍ରଥମେ ଏହା କେଉଁଠାରେ ଦେଖିବାକୁ ମିଳୁଥିଲା ,ସେ ବିଷୟରେ କିଛି ସ୍ପଷ୍ଟୀକରଣ ନ ହୋଇଥିଲାବେଳେ ଏହାର ସ୍ୱାଦ ହାରାହାରି ଧଳା ଫୁଲକୋବି ପରି ହିଁ ଲାଗିଥାଏ |ଏହି ବାଇଗଣୀ ଫୁଲକୋବି ରେ ଧଳା ଫୁଲକୋବି ତୁଳନାରେ ଆଣ୍ଟି ଆକ୍ସିଡାଣ୍ଟ ଅଧିକ ଥିଲା ବେଳେ ଏହାର ରଙ୍ଗ ସମ୍ପୂର୍ଣ ପ୍ରାକୃତିକ |ବାଇଗଣୀ ରଙ୍ଗ ର ଫୁଲକୋବି ରେ ଆନ୍ଥୋସିଆଣିନ ଅଧିକ ଥିବାରୁ ଏହା ବାଇଗଣୀ ରଙ୍ଗ ର ଦେଖିଯାଏ |

ଏହି ଫୁଲକୋବି ର ବର୍ତମାନ ବଜାର ରେ ବେଶ ଅଧିକ ଚାହିଦା ରହିଛି |ଏହା ବିଶେଷ କରି ନେଦର ଲ୍ୟାଣ୍ଡ ରୁ ଆମଦାନୀ କରାଯାଉଥିଲା ବେଳେ ଭାରତ ରେ ଏହାର ଚାଷ ଅଧିକ ଦେଖିବାକୁ ମିଳୁ ନାହିଁ |ଏହି ପରି ବିଭିନ୍ନ ରଙ୍ଗ ର ଫୁଲକୋବି ହୋଟେଲ ମାନଙ୍କରେ ଏକ ବିଶେଷ ଆକର୍ଷଣ ଭାବେ କାର୍ଯ୍ୟରତ ହୋଇଥାଏ |ବିଭିନ୍ନ ନିରାମିଷ ବ୍ୟଞ୍ଜନ ସହ ସୁସଜ୍ଜିତ ସାଲାଡ଼ ରେ ଏହା ଅଧିକ ଦେଖିବାକୁ ମିଳିଥାଏ |

କାହିଁକି ଖାଇବେ ବାଇଗଣୀ ଫୁଲକୋବି ?


-ଏଥିରେ ପ୍ରଚୁର ପରିମାଣ ରେ ଭିଟାମିନ କେ ଏବଂ ସି ରହିଛି ଯାହା ହୃଦ୍ରୋଗ ,କର୍କଟ ରୋଗ ପରି ଭୟଙ୍କର ବୀମାରୀ କୁ ପ୍ରତିରୋଧ କରିବାର ର କ୍ଷମତା ଯୋଗାଇ ଥାଏ |ରନ୍ଧା ହୋଇଥିବା ଗୋଟେ କପ ଫୁଲକୋବି ରେ ୭୩ ତୁ ୭୭ % ର ଭିଟାମିନ ସି ଥିଲାବେଳେ ୧୯ % ଭିଟାମିନ କେ ରହିଥାଏ |
-ଅଧିକ ମ୍ୟାଗନେସିଏମ ଥିବାରୁ ଏହା ଶରୀର ରେ କୋଷିକା ବୃଦ୍ଧି ରେ ସାହାଯ୍ୟ କରେ |
-ଜାତୀୟ କର୍କଟ ଅନୁଷ୍ଠାନ ର ଗବେଷଣା ଅନୁଯାୟୀ କୋବି ଜାତିଆ ଫସଲ ଖାଉଥିବା ହାରାହାରି ୬୪% କର୍କଟ ରୋଗୀଙ୍କ ,ରୋଗ ନିୟନ୍ତ୍ରଣ ହେବାର ଦେଖିବାକୁ ମିଳିଛି |
-ଏଥିରେ ଥିବା ସୁଲଫୋରାଫେନ ଏବଂ ଗ୍ଲୁକୋସିନୋଲେଟ ଅଧିକ ଖାଇବା ଦ୍ୱାରା ,ଏଥିରୁ ଏକ ରାସାୟନିକ ଦ୍ରବ୍ୟ ବାହାରେ ଯାହା କର୍କଟ କରୁଥିବା କୋଷିକାଙ୍କୁ ଶରୀରୁ ନିଷ୍କାସନ କରିବା ର ବାଟ କାଢି ଥାଏ |
-ଏହା ସହ ହୃଦ ରୋଗୀ ଏବଂ ଉଚ୍ଚ ରକ୍ତଚାପ ରେ ପୀଡିତ ଥିବା ବ୍ୟକ୍ତି ଙ୍କ ଲାଗି ଏହା ବିଶେଷ ଉପକାରୀ ||
-ଫାଇବର ଅଧିକ ଥିବାରୁ ହଁ କୋଲେଷ୍ଟେରୋଲ ମଧ୍ୟ ନିୟନ୍ତ୍ରିତ କରିବା ସହ କୋଷ୍ଟ କାଠିନ୍ୟ ପରି ସମସ୍ୟା ରୁ ମଧ୍ୟ ମୁକ୍ତି ଦେଇଥାଏ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)