Agripedia

ପାକଶାଲା ବଗିଚା ପାଇଁ " ହାଣ୍ଡି ଔଷଧ "

ସୁରକ୍ଷିତ ଓ ବିପଦମୁକ୍ତ ଖାଦ୍ୟ ପାଇବାକୁ ହେଲେ ଆମକୁ ଆମ ପାକଶାଲା ବଗିଚା ବା କିଚେନ ଗାର୍ଡେନ ଉପରେ ନିର୍ଭର କରିବାକୁ ପଡିଥାଏ |ଏଥିପାଇଁ ଆପଣ ନିଜ ହାତରେ ହାଣ୍ଡି ଔଷଧ ପ୍ରସ୍ତୁତ ଗଛ କୁ ସୁସ୍ଥ ରଖିବା ସହ ନିଜକୁ ମଧ୍ୟ ସୁସ୍ଥ ରଖିପାରିବେ |

23 November, 2018 1:43 PM IST By: KJ Staff

ସୁରକ୍ଷିତ ଓ ବିପଦମୁକ୍ତ ଖାଦ୍ୟ ପାଇବାକୁ ହେଲେ ଆମକୁ ଆମ ପାକଶାଲା ବଗିଚା ବା କିଚେନ ଗାର୍ଡେନ ଉପରେ  ନିର୍ଭର  କରିବାକୁ ପଡିଥାଏ |ଏଥିପାଇଁ ଆପଣ ନିଜ ହାତରେ ହାଣ୍ଡି ଔଷଧ ପ୍ରସ୍ତୁତ ଗଛ କୁ ସୁସ୍ଥ ରଖିବା ସହ ନିଜକୁ ମଧ୍ୟ ସୁସ୍ଥ ରଖିପାରିବେ |

ପାକଶାଲା ବଗିଚା ରେ ଥିବା ଗଛ ଗୁଡିକ ଉପରେ କେବେ ହେଲେ ରାସାୟନିକ ସାର ଓ ବିଷ ପ୍ରୟୋଗ କରନ୍ତୁ ନାହିଁ |ମାତ୍ର ପ୍ରାକୃତିକ ଉପାୟରେ ବଗିଚା ଗୁଡିକ ସବୁବେଳେ ସତେଜ ଓ ରୋଗମୁକ୍ତ ରହିଥାନ୍ତି |ଘର ଅଗଣା ବା ଛାତ ଉପରେ ଆପଣ ଟଗର ,ମଲ୍ଲି,ତରାଟ ,ସେବତୀ ,ଗୋଲାପ,କନିଆର ଇତ୍ୟାଦି ଫୁଲ ଗଛ ଲଗାଇପାରିବେ |ସେହିପରି ଶାଗ ,କଲରା,କୋବି ,କଖାରୁ  ଆଦି ପନିପରିବା ଓ ବିଭିନ୍ନ ଔଷଧୀୟ ବୃକ୍ଷ ଲାଗଯାଇପାରିବ |

ଗଛକୁ ଉପଯୁକ୍ତ ପୋଷକତତ୍ୱ ଦେବା ଲାଗି ପଟୁ ମାଟି ,ନାଲି ମାଟି ,ବାଲିଆ ଦୋରସା ମାଟି ମିଶାଇ ସେଥିରେ ଅଳ୍ପ ପଚା ଗୋବର ସଢା ଖତ ,ଜିଅଖତା ,ସବୁଜସାର ,ନିମ ଖତ,ମାଛ କାଟି ,ସୋରିଷ ପିଡିଆ ମିଶାଇ ଗଛରେ ପ୍ରୟୋଗ କଲେ ଅମଳ ଭଲ ଆସିଥାଏ |

ଏହା ସହ ଜୈବିକ ସାର ଭାବାରେ ହାଣ୍ଡି ଓଷଧ କୁ ବ୍ୟବହାର କରିପାରିବେ |

ହାଣ୍ଡି ଓଷଧ ଲାଗି ଆବଶ୍ୟକ ସାମଗ୍ରୀ :

୧)ଗୋଟିଏ ମାଟି ହାଣ୍ଡି ବା ମାଠିଆ

୨)ସଜ ଗାଈ ଗୋବର-୧ କି.ଗ୍ରା.

୩)ଗୋମୂତ୍ର-୫ ଲିଟର

୪)ନିମ ପତ୍ର-୧ କି.ଗ୍ରା

୫)କରଞ୍ଜ ପତ୍ର -୧ କି ଗ୍ରା

୬)ଅରଖ ପତ୍ର -୧ କି ଗ୍ରା

୭)ଦେଶୀ ଗୁଡା -୫୦ ଗ୍ରାମ (ସବୁ ଆନୁମାନିକ )

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ପତ୍ର କୁ ଛେଚିଦେବେ |ହାଣ୍ଡି ବା ମାଠିଆ ରେ ଗୋବର ,ଗୋମୂତ୍ର,ଓ ଗୁଡାକୁ ମିଶାଇବା ପରେ ସମସ୍ତ ପତ୍ର ପକେଇ ପୁନର୍ବାର ମିଶାଇବେ |

ହାଣ୍ଡି ବା ମାଠିଆ ମୁହଁ କୁ ବାନ୍ଧି ଛାଇ ରେ ରଖିବେ|

ଏହାର ସଂଗ୍ରହ ଓ ବ୍ୟବହାର :

୭/୧୦ ଦିନ ପରେ ହାଣ୍ଡିରୁ ଓଷଧ ବାହାର କରିବେ ଏବଂ ଏକ ବୋତଲରେ ରଖିବେ |

୭/୧୦ ଦିନ ପରେ ହାଣ୍ଡିରେ ପ୍ରାୟେ ୫ ଲିଟର ଗୋମୂତ୍ର ମିଶାଇବେ |

ଏହିପରି ସପ୍ତାହ ରେ ୫ ଲିଟର ଔଷଧ ମିଳିବ |ତେଣୁ ଥରେ ଗୋଟିଏ ହାଣ୍ଡି ବାନ୍ଧିଲେ ୬୦ ରୁ ୭୦ ଲିଟର  ଔଷଧ ମିଳିବ |

ଏହି ଓଷଧ ପ୍ରତି ୧୦ ରୁ ୧୫ ଦିନରେ ଥରେ ଥରେ ସିଞ୍ଚନ କଲେ ଫସଲରେ କୋଣସି ରୋଗପୋକ ଲାଗନ୍ତି ନାହିଁ |ଫସଲ ଭଲ ବଢିବ |

ଏହାକୁ ବହୁତ ଦିନ ସାଇତି ରଖିହେବ ଅର୍ଥାତ ଅବଧି ସମୟ ନାହିଁ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)