Agripedia

ଜୈବିକ ଉପାୟରେ 'ରୁଫଟପ୍ ଗାର୍ଡ଼େନିଙ୍ଗ' ଯାହା ଛାତକୁ କରେ ଦ୍ବିଗୁଣିତ ସୁନ୍ଦର

ସମୟର ସାରାଂଶରେ ଜନସଂଖ୍ୟା ବି ବଢ଼ିବାରେ ଲାଗିଛି । ନିଜ ନିଜ ଅଭାବ କୁ ନେଇ ଚାଷଜମି ସବୁ ପଡ଼ିଆ ହୋଇ ପଡ଼ିରହୁଛି । ଆଉ ବାକିତକ କଲା କାରଖାନା ଯୋଗୁଁ ଚାପି ହୋଇଗଲେଣି । ଯେଉଁ ଚାଷଜମି ସଭ୍ୟତାର ଚିହ୍ନ ଥିଲା ଆଜି ତାହା ନିସ୍ୱ ପାଲଟିଯାଇଛି ।

27 January, 2023 8:00 AM IST By: Tanushree Mahapatra

ସମୟର ସାରାଂଶରେ ଜନସଂଖ୍ୟା ବି ବଢ଼ିବାରେ ଲାଗିଛି । ନିଜ ନିଜ ଅଭାବ କୁ ନେଇ ଚାଷଜମି ସବୁ ପଡ଼ିଆ ହୋଇ ପଡ଼ିରହୁଛି । ଆଉ ବାକିତକ କଲା କାରଖାନା ଯୋଗୁଁ ଚାପି ହୋଇଗଲେଣି । ଯେଉଁ ଚାଷଜମି ସଭ୍ୟତାର ଚିହ୍ନ ଥିଲା  ଆଜି ତାହା ନିସ୍ୱ ପାଲଟିଯାଇଛି । ବିଜ୍ଞାନର ଚକ୍ରବୃଦ୍ଧି ହାର ସହିତ କୃଷି ବି ଏବେ ଧୀରେ ଧୀରେ ଅବହେଳିତ ଅବସ୍ଥାରେ ଥିଲା ସତ , କିନ୍ତୁ ଏବେ ରାଜ୍ୟ ସରକାରଙ୍କ ସାହାଯ୍ୟ ରେ ଏହା ଆଗକୁ ବଢୁଛି ।

କିନ୍ତୁ ସହରୀକରଣ ମଧ୍ୟରେ ଏବେ ମୁଣ୍ଡଟେକି ଉଠିଛି ରୁଫଟପ୍ ଗାର୍ଡ଼େନିଙ୍ଗ  ( rooftop gardening ) ବ୍ୟବସ୍ଥା । ଯାହା ଏବେ ଘରେ ଘରେ ଦେଖିବାକୁ ମିଳୁଛି l କିଏ ଔଷଧୀୟ ବୃକ୍ଷ ତ ଆଉ କିଏ ଫଳ ଗଛ ଲଗାଉଛନ୍ତି, ତ ଆଉ କିଏ ପନିପରିବା ଗଛ ଲଗାଉଛନ୍ତି l ଯାହା ଲୋକଙ୍କୁ କିଛି କିଛି ପରିବା ଦେଇଥାଏ l ସବୁଜମୟ ହେବାର ପରିକଳ୍ପନା ନେଇ ଘରର ଛାତ ଉପରେ ଶୋଭା ପାଉଛି ଏହି ବ୍ୟବସ୍ଥା ।  ଏହା ଛାତ ଉପରେ କରିବା ଫଳରେ ଛାତ ର ସୌନ୍ଦର୍ଯ୍ୟତା ମଧ୍ୟ ବୃଦ୍ଧି ପାଉଛି l

ସମ୍ପ୍ରତି ଭାରତବର୍ଷରେ କ୍ରମବର୍ଦ୍ଦିଷ୍ଣୁ ଜନସଂଖ୍ୟା ସମସ୍ତଙ୍କ ପାଇଁ ଏକ ବିରାଟ ସମସ୍ୟା ସୃଷ୍ଟି କରିଛି । ଏପରିକି ଏହା ବିଶ୍ୱର ସମାଜିକ,ଅର୍ଥନୈତିକ ତଥା ପରିବେଶ ପାରିପାଶ୍ୱିର୍କ ଅବସ୍ଥା ଉପରେ ମଧ୍ୟ ନାନାଦି ସମସ୍ୟା ପକାଉଥିବା ଆମେ ସମସ୍ତେ ଜାଣିଛେ । ୧୯୯୬ ଜୁନ ମାସରେ ହୋଇଥିବା ଏକ ଅନ୍ତର୍ଜାତୀୟ କନଫେରେନ୍ସରେ ସହରାଞ୍ଚଳ କୃଷି ବା ଅର୍ବାନ ଏଗ୍ରିକଲଚର ମୁଖ୍ୟ ଏଜେଣ୍ଡା ଭବେ ସ୍ଥାନ ପାଇଥିଲା । ସାଧାରଣତଃ ଗ୍ରାମାଂଚଳରେ କୃଷିକୁ ପ୍ରାଥମିକତା ଦିଆଯାଇଥାଏ । ପରନ୍ତୁ ଆଜିକାଲି ସହରରେ ମଧ୍ୟ କୃଷିର ଚାହିଦା ଢ଼େର ଅଧିକ ହେବାରେ ଲାଗିଛି । ସହରରେ କୃଷିର ଗୁରୁତ୍ୱକୁ ବଢ଼ାଇବା ପାଇଁ ଏବେ ସହରରେ ମଧ୍ୟ ବିଭିନ୍ନ ପ୍ରକାର ଉପାୟ ଆପଣାଇ କୃଷି କାର୍ଯ୍ୟ କରାଯାଉଛି । ଯେପରିକି ପାକଶାଳା ବଗିଚା , ରୁଫଟଫ ଗାର୍ଡ଼େନିଙ୍ଗ , ଭର୍ଟିକାଲ ଗାର୍ଡ଼େନିଙ୍ଗ ଏମିତି ଆହୁରି କେତେ ପ୍ରକାର । ସହର ମାନଙ୍କରେ କରାଯାଉଥିବାରୁ ଏହା ବିଶେଷ ଭାବରେ ପରିବେଶ ସନ୍ତୁଳନରେ ରକ୍ଷା କରିଥାଏ । ପ୍ରଥମତଃ ସହର ମାନଙ୍କରେ ସର୍ବାଧିକ ଅଦରକାରୀ ପଦାର୍ଥ , ବର୍ଜ୍ୟବସ୍ତୁ ତଥା ଜୈବିକ ବସ୍ତୁ ବାହାରିଥାଏ । ଏହି ବର୍ଜ୍ୟବସ୍ତୁ ଦ୍ୱାରା ଲୋକେ ଏବେ କୃଷି କାର୍ଯ୍ୟ ରେ ଲଗାଉଛନ୍ତି l

ଚାଷ ଜମିରେ ସବୁପ୍ରକାର ଫସଲ ଚାଷ କରାଯାଇଥାଏ । ଏକଥା ତ ସମସ୍ତଙ୍କୁ ଜଣା । କିନ୍ତୁ ଥରେ ଚିନ୍ତା କଲେ ଯଦି ସହରରେ ଘର କରି ରହୁଥିବେ , ଆଉ ଘର ଛାତ ଉପରେ ଭେଳିକି ଭେଳି ପନିପରିବା ଆଉ ଫୁଲଗଛ ଲାଗିଥିବ । ସଂନ୍ଧ୍ୟା ହେଲେ ପବନ ସହ ସେସବୁ ଖୁବ୍ ଆକର୍ଷଣୀୟ ଲାଗୁଥିବେ ,ଏହା ମନକୁ ଆନନ୍ଦିତ କରିବା ସହ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରେ । ସେହି ପରିପ୍ରେକ୍ଷୀରେ ରୁଫଟପ୍‌ର ଆକ୍ଷରିକ ଅର୍ଥ ଛାତ ଉପର ଚାଷ ତଥା ଅଳପ ସ୍ଥାନ ରେ କୌଣସି ଲାଭଦାୟକ ପରିବା ଫଳ ତଥା ଔଷଧୀୟ ଗଛ ଲତା ଲଗାଇବା । ଅର୍ଥାତ ଏହା କୁହାଯାଇପାରେ ଘରର ଛାତ ଉପରେ ଜୈବିକ ଉପାୟରେ ବିଭିନ୍ନ ଫସଲ ଚାଷ କରିବାର ପ୍ରଣାଳୀକୁ ରୁଫଟପ୍ ଗାର୍ଡ଼େନିଙ୍ଗ କୁହାଯାଏ । ରୁଫଟପ୍ ଗାର୍ଡ଼େନିଙ୍ଗ ସହରାଂଚଳ କୃଷିର ଏକ ସ୍ୱତନ୍ତ୍ର ଅବଦାନ । 

ଘରର ଛାତ ଉପରେ ବଗିଚାଟିଏ ଉପଯୁକ୍ତ ସୂର୍ଯ୍ୟାଲୋକ ଓ ବର୍ଷା ପାଇପାରେ । ସବୁଠାରୁ ବଡ଼ କଥା ଏହା କି ରୁଫଟଫ ଗାର୍ଡ଼େନିଙ୍ଗ କରିବା ଦ୍ୱାରା ଯେଉଁ ଜଳ ନଷ୍ଟ ହୋଇ ଯାଉଥିଲା ତାହାକୁ ରୋକାଯାଇପାରିବ । ପରିବେଶକୁ ସୁରକ୍ଷିତ ରଖାଯାଇପାରିବ । ସୁତରାଂ ଏହା ଏକ ଅତ୍ୟାଧୁନିକ କୌଶଳ ଓ କମ ଖର୍ଚ୍ଚରେ ଆତ୍ମନିର୍ଭରଶୀଳ ହେବାର ଏକ ନୂତନ ସୋପାନ । ଶତକଡ଼ା ୫୦ଭାଗ ଜଳକୁ ସଂରକ୍ଷିତ କରାଯାଇପାରିବ ଓ ଏହା ଗଛର ବଂଶବିସ୍ତାରରେ ସାହାଯ୍ୟ କରିଥାଏ ।ଘରର ଛାତକୁ ଯେକୌଣସି କ୍ଷତିକାରକ ରଶ୍ମି ଓ ଅତ୍ୟଧିକ ତାପମାତ୍ରା କବଳରୁ ରକ୍ଷା କରିଥାଏ । ଖରା ଦିନେ ଛାତ ଥଣ୍ଡା ଓ ଶୀତ ଦିନେ ଉଷୁମ ରହିଥାଏ । ପରିବେଶ ପ୍ରଦୂଷଣରୁ ମୁକ୍ତ ତଥା ପରିବେଶ ସନ୍ତୁଳନରେ ସାହାଯ୍ୟ କରେ । ମାନସିକ ଶାନ୍ତି ତଥା ଏହା ଆକର୍ଷଣୀୟ ପରିପାଟୀରେ ଶୋଭା ପାଇଥାଏ ।

ଜାଣନ୍ତୁ ବେଲ ଚାଷ କରି କିପରି ହୋଇପାରିବେ ଧନୀ....

ମଟର ର ପ୍ରାରମ୍ଭିକ ଫସଲ ମାତ୍ର 50 ଦିନ ମଧ୍ୟରେ ପ୍ରସ୍ତୁତ, ଆପଣଙ୍କୁ ଦେବ ଲାଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)