Agripedia

ରଜନୀଗନ୍ଧା ଚାଷରେ ରୋଗ ପୋକ ନିୟନ୍ତ୍ରଣ

ରଜନୀଗନ୍ଧା, ବିଶେଷତଃ ଫୁଲ ଏବଂ ସୁଗନ୍ଧଯୁକ୍ତ ତୈଳ ପାଇଁ ଆମ ଦେଶରେ ବହୁ ସୁଖ୍ୟାତି ଲାଭ କରି ପାରିଛି । ବାହାରକୁ ରପ୍ତାନୀ ହେଉଥିବା ଫୁଲ ମଧ୍ୟରେ ରଜନୀଗନ୍ଧା ସ୍ଥାନ ଅତୁଳନୀୟ । ଏହାର ସିଙ୍ଗଲ ଭେରାଇଟି ଫୁଲ ତୈଳ ଏବଂ ଫୁଲ ହାର ପାଇଁ ବ୍ୟବହୃତ ହୋଇଥାଏ । କିନ୍ତୁ ଡବଲ ଭେରାଇଟି କିଶମରୁ କଟା ପୁଷ୍ପଗୁଚ୍ଛ ବିଶେଷ ଭାବେ ଆଦୃତ । ଭାରତର ବଡ଼ ବଡ଼ ସହର ମାନଙ୍କରେ ଗୃହର ସାଜସଜ୍ଜା ପାଇଁ ଏହି ଫୁଲ ବ୍ୟବହାର କରାଯାଉଛି ।

12 December, 2020 2:07 PM IST By: KJ Staff

ରଜନୀଗନ୍ଧା, ବିଶେଷତଃ ଫୁଲ ଏବଂ ସୁଗନ୍ଧଯୁକ୍ତ ତୈଳ ପାଇଁ ଆମ ଦେଶରେ ବହୁ ସୁଖ୍ୟାତି ଲାଭ କରି ପାରିଛି । ବାହାରକୁ ରପ୍ତାନୀ ହେଉଥିବା ଫୁଲ ମଧ୍ୟରେ ରଜନୀଗନ୍ଧା ସ୍ଥାନ ଅତୁଳନୀୟ । ଏହାର ସିଙ୍ଗଲ ଭେରାଇଟି ଫୁଲ ତୈଳ ଏବଂ ଫୁଲ ହାର ପାଇଁ ବ୍ୟବହୃତ ହୋଇଥାଏ । କିନ୍ତୁ ଡବଲ ଭେରାଇଟି କିଶମରୁ କଟା ପୁଷ୍ପଗୁଚ୍ଛ ବିଶେଷ ଭାବେ ଆଦୃତ । ଭାରତର ବଡ଼ ବଡ଼ ସହର ମାନଙ୍କରେ ଗୃହର ସାଜସଜ୍ଜା ପାଇଁ ଏହି ଫୁଲ ବ୍ୟବହାର କରାଯାଉଛି । ଆମ ଦେଶରେ ଏହି ପ୍ରକାର ସୁଗନ୍ଧ ତୈଳର ବହିଷ୍କରଣ ପଦ୍ଧତିର ଯଦି ମାନ ନିଦ୍ଧାରଣ କରାଯାଏ ଓ ଏହି ତୈଳ ଧାରାବାହିକ ଭାବରେ ବିଦେଶକୁ ପଠାଯାଏ, ତେବେ ଏହି ଫୁଲରୁ ଯଥେଷ୍ଟ ଆୟ ମିଳିପାରିବ । ଆମ ରାଜ୍ୟରେ ଏହି ଫୁଲ ଚାଷ ବହୁ ସୀମିତ । ତେବେ ଏହି ଚାଷରେ ସମୟ ସମୟରେ କେତେକ ରୋଗ ପୋକ ଦେଖାଦିଏ । ରଜନୀଗନ୍ଧାଚାଷରେ ଦେଖାଦେଉଥିବା ବିଭିନ୍ନ ରୋଗପୋକ ଓ ଏଗୁଡ଼ିକର ପରିଚାଳନା ସମ୍ପର୍କରେ ନିମ୍ନରେ କେତେକ ତଥ୍ୟ ଦିଆଗଲା ।

୧.ମୂଳସଢ଼ା ରୋଗ:

ଚେର ସଢ଼ିଯିବାରୁ ଗଛ ଦୁର୍ବଳ ହୋଇଯାଏ, ପତ୍ର ଚାରିକଡ଼କୁ ଓହଳିପଡ଼େ ଓ ହଳଦିଆ ହୋଇ ସୁଖିଯାଏ । ପରେ କନ୍ଦ ଓ କାଣ୍ଡ ମଧ୍ୟ ସଢ଼ିଯାଏ । କନ୍ଦ ଭିତରେ ମାଟିଆ ଦାଗ ଦେଖାଯାଏ । ସାଧାରଣତଃ ବର୍ଷା ଋତୁରେ ଏ ରୋଗ ବେଶୀ ଦେଖାଯାଏ ।

ବର୍ଷାଋତୁରେ ଜଳ ନିଷ୍କାସନ ପ୍ରତି ବିଶେଷ ଧ୍ୟାନ ଦେବେ, ଯେପରି ଜମିରେ ଜଳ ଜମି ନରହେ । ବର୍ଷା ଋତୁ ଆରମ୍ଭରେ ଶୁଖାପତ୍ର ସବୁ କାଟିଦେଇ ଗଛର ମୂଳ ଅଂଶ ମାଟିକୁ ଅକ୍ସିକ୍ଲୋରାଇଡ଼୍ (ଧାନକପ୍ ୩ଗ୍ରାମ/ଲିଟର ପାଣି) କିମ୍ବା ବୋନୋମିଲ୍ (ବେନ୍‌ଲେଯ୍ ୧ ଗ୍ରାମ୍‌/ ଲିଟର ପାଣି) ଦ୍ରବଣରେ ଭିଜାଇଦେବା ଉଚିତ୍ । ପ୍ରଥମେ ରୋଗ ଦେଖିଲା ପରେ ଗଛ ଓ ମୂଳର ମାଟିକୁ କାଢ଼ି ଫୋପାଡ଼ି ଦେବେ ।

୨.ଫୁଲ ପୋଡ଼ା ରୋଗ:

ପତ୍ର, ଫୁଲ ଓ କାଣ୍ଡରେ ଗାଢ଼ ବାଦାମୀ ରଙ୍ଗର ଚିହ୍ନ ଦେଖାଯାଏ । ଫୁଲର ସ୍ତବକ ଶୁଖିଯାଏ । ଗଛରେ କାର୍ବୋଣ୍ଡାଜିମ୍ (ବାଜିଷ୍ଟିନ୍ ୧ ଗ୍ରାମ୍‌/ ଏକ ଲିଟର ପାଣି) କିମ୍ବା କ୍ୟୁନାଲ୍‌ଫସ୍ (ଏବାଲନ୍ସ ୨ମି.ଲି./ ଲିଟର ପାଣି) ବା ଇପ୍ରୋଡ଼ାଓନ ସ୍ପ୍ରେ କଲେ ଭଲ କାମ ଦିଏ ।

୩.କଢ଼ ବିନ୍ଧା ପୋକ ରୋଗ:

ପୋକ କଢ଼ରେ ଅଣ୍ଡା ଦିଏ ଓ ଅଣ୍ଡାରୁ ବାହାରି ଶୁକ କଢ଼ ଓ ଫୁଲକୁ କଣାକରି ଖାଏ । ଗଛରେ ଏଣ୍ଡୋସଲଫନ୍ (ଥାଇଓଷଡନ୍ ୨ ମିଲି/ ୧ ଲିଟର ପାରି) କିମ୍ବା କ୍ୟୁନାଲ୍‌ଫସ୍ (ଏବାଲନ୍ସ ୨ ମି.ଲି/୧ ଲିଟର ପାଣି) ସ୍ପ୍ରେ କରି ପୋକକୁ ଆୟତ୍ତ କରାଯାଇପାରେ ।

୪.ଉକୁଣି ପୋକ ରୋଗ:

ଉକୁଣି ପରି ପୋକ ଗୁଡ଼ିକ ପତ୍ର, ଫୁଲ ଓ ଫୁଲ ସ୍ତବକରୁୁ ରସ ଶୋଶି ଖାଆନ୍ତି । ଆକ୍ରାନ୍ତ ଗଛ ଧୁସୁରିଆ ହୋଇ ରୁଢ଼ିଆ ହୋଇଯାଏ । ହୋଇମନୋ କ୍ରୋଟୋଫସ୍ ବା ଡ଼ିମୋଥୋଏଟ୍ ଶତକଡ଼ା ୦.୦୫ ଭାଗ ସ୍ପ୍ରେ କଲେ ଭଲ କାମ ଦିଏ ।

୫.ଉଇଭିଲ୍ ରୋଗ:

ଏହି ରୋଗରେ ପାଉଁଶିଆ ରଙ୍ଗର ପତ୍ର ପୋକକୁ ଖାଇଯାନ୍ତି । ପ୍ରଥମେ ପତ୍ରର ଧାରରୁ ଖାଇବା ଆରମ୍ଭ କରନ୍ତି । ୧୫ ଦିନ ଅନ୍ତରରେ ମାଲାଥିଅନ୍ ଶତକଡ଼ା ୦.୧ ଭାଗ ବା କାର୍‌ବାରିଲ୍ ଶତକଡ଼ା ୦.୨ ଭାଗ ସ୍ପ୍ରେ କଲେ ଭଲ କାମ ଦିଏ ।

୬. ଜଉ ପୋକ:

ଜଉ ପୋକ ପତ୍ରରେ ଅଣ୍ଡା ଦିଅନ୍ତି । ଶାଗୁଆ ରଙ୍ଗର ଶୁକ ଓ ପୂର୍ଣ୍ଣାଙ୍ଗ ପୋକ କଅଁଳିଆ ଡ଼ାଳ ଓ ଫୁଲ ସ୍ତବକରୁ ରସ ଶୋଷି ଖାଆନ୍ତି । ଫୁଲ ସ୍ତବକ ଝାଉଳି ଜାଏ ଓ ଓହଳି ପଡ଼େ । ମନୋକ୍ରୋଟଫସ୍ ଶତକଡ଼ା ୦.୦୫ ଭାଗ ବା ଡିମୋଥୋଏଟ୍ ଶତକଡ଼ା ୦.୦୬ ଭାଗ ସ୍ପ୍ରେ କଲେ ଭଲକାମ ଦିଏ ।

୭.ଚେର ଗଣ୍ଠି ସୂତ୍ରଜୀବ:

ଗଛ ଗୁଡ଼ିକ ଛୋଟ ହୋଇଯାଏ । ପତ୍ର ହଳଦିଆ ପଡ଼ିଯାଏ । ଚେରରେ ଗଣ୍ଠି ସୃଷ୍ଟି ହୁଏ । ଫୁଲ କମ୍ ହୁଏ । ବିହନ ବିଶୋଧନ କରି ଗଛ ଲଗାଯାଏ । ନିମ୍ବ ପିଡ଼ିଆ ଏକର ପ୍ରତି ୪୦୦୦ କେଜି କିମ୍ବା କାର୍ବୋଫ୍ୟୁରାନ୍ (ଫୁରାଡ଼ନ୍ ୧୦ କେଜି /ଏକର) ପ୍ରୟୋଗ କଲେ ଚେର ଗଣ୍ଠି ସୂତ୍ରଜୀବକୁ ଆୟତଃ କରିହେବ । ରଜନୀଗନ୍ଧାର ସହନଶୀଳ କିସମ ହେଉଛି ଶ୍ରୀଙ୍ଗାର, ସୁହାସିନୀ । ଯେଉଁ ଯାଗାରେ ନେମାଟୋଡ଼୍ ବେଶୀ ହେଉଛନ୍ତି ସେଠାରେ ସହନଶୀଳ କିସମ ଲଗାଇବା ଉଚିତ୍ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)