Agripedia

କିପରି ଘରେ ଲଗାଇବେ ସପୁରୀ ଗଛ .....

ବିବାହ ହେଉ କି କୌଣସି ପୂଜା କିମ୍ବା ଘର ର କୌଣସି ପର୍ବ ସେତେବେଳେ ଫଳ ଭିତରେ ସପୁରୀ ମଧ୍ୟ ଘରକୁ ଆସିଥାଏ l ଯେତେବେଳେ ବି ଝୁଡ଼ିରେ ନାନା ପ୍ରକାରର ଫଳ ସଜାଯାଏ ସେତେବେଳେ ସପୁରୀ କୁ ମଧ୍ୟ ସେଥିରେ ସାମିଲ କରାଯାଏ ।

30 December, 2022 2:03 PM IST By: Tanushree Mahapatra

ବିବାହ ହେଉ କି କୌଣସି ପୂଜା କିମ୍ବା ଘର ର କୌଣସି ପର୍ବ ସେତେବେଳେ ଫଳ ଭିତରେ ସପୁରୀ ମଧ୍ୟ ଘରକୁ ଆସିଥାଏ l ଯେତେବେଳେ ବି ଝୁଡ଼ିରେ ନାନା ପ୍ରକାରର ଫଳ ସଜାଯାଏ ସେତେବେଳେ ସପୁରୀ ( pineapple ) କୁ ମଧ୍ୟ ସେଥିରେ ସାମିଲ କରାଯାଏ । ସପୁରୀରେ ଥିବା ପତ୍ର ଗୁଡିକ ହିଁ ଫଳର ଶୋଭା ବଢ଼ାଇଥାଏ । ସପୁରୀରେ ଥିବା ସବୁଜ ପତ୍ର ଗୁଡିକୁ  କ୍ରାଉନ୍ ବୋଲି କୁହାଯାଏ ।

ଏହା ସପୁରୀରେ ଦେଖିବାକୁ ଏକ ତାଜ୍ ପରି ସଜେଇ ହୋଇଥାଏ । ଏହି ଫଳକୁ କାଟିବା ସମୟରେ ପ୍ରଥମେ ଏହାର ପତ୍ର କୁ କାଟି ଦିଆଯାଏ ଏବଂ ପରେ ଫାଳ ଫାଳ କରି ଫଳର ଉପରି ଭାଗରେ ଥିବା କଣ୍ଟା ଗୁଡିକ କାଢି ଦେଲା ପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଖିଆ ଯାଇଥାଏ । କିଛି ଘରେ ସପୁରୀର ଏହି କ୍ରାଉନ୍ ଅଳିଆକୁ ଯାଇଥାଏ ତ କିଛି ଏହାକୁ ସାର ରୂପେ ବ୍ୟବହାର କରନ୍ତି ନିଜ ବାଡ଼ି ରେ ଲଗାଇବା ସବୁଜ ପନି ପରିବା ପାଇଁ । କିନ୍ତୁ ଆପଣ ଜାଣିଛନ୍ତି କି ସପୁରୀର ଏହି କ୍ରାଉନ୍ ରୁ ସପୁରୀ ଗଛ ଲଗାଯାଇ ପାରିବ । ଘରେ ହେଉ କି ଚାଷ ଜମିରେ ସପୁରୀର ପତ୍ରରୁ ଗଛ ଲଗାଇପାରିବେ ଆପଣ  । ଅତି ସହଜ ଭାବରେ ଆପଣ ନିଜ ବାଡ଼ି ରେ ସପୁରୀ ଗଛ ଲଗାଇ ପାରିବେ l

ଅତି ଗରମ ଓ ଅତି ଥଣ୍ଡା ଜଳବାୟୁରେ ସପୁରୀ ଗଛ ଭଲ ହୁଏ ନାହିଁ । ପ୍ରଖର ଓ ସଳଖ ସୂର୍ଯ୍ୟ କିରଣ ଏହି ଚାଷ ପାଇଁ ଅନୁକୂଳ ନୁହେଁ, ସେହିପରି ଖୁବ ଛାୟାଯୁକ୍ତ ସ୍ଥାନରେ ମଧ୍ୟ ଭଲ ହୁଏନି ସପୁରୀ  । ସପୁରୀ ଚାଷ ସାମାନ୍ୟରୁ ମଧ୍ୟମ ଧରଣର ଛାଇ ସ୍ଥାନରେ ଭଲ ହୁଏ । ଦୋରସା, ନାଲିଦୋରସା ମାଟି ଓ ବାଲିଆସିଆ ମାଟିରେ ସପୁରୀ ଭଲ ହୁଏ । ସପୁରୀ ମୂଳରେ ପାଣି ଜମି ରହିଲେ ଗଛ ଭଲ ବଢେ ନାହିଁ ଏବଂ ଗଛ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଥାଏ । କାଦୁଆ,ସନ୍ତସନ୍ତିଆ ଓ ପଥୁରିଆ ଜାଗା ସପୁରୀ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ । ସପୁରୀରେ ଜୀବସାର ‘କ’, ‘ଖ’ ଓ ‘ଗ’ ପର୍ଯ୍ୟାପ୍ତ ପରିମାଣରେ ଥାଏ । ଏହି ଫଳରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଲୌହ ମଧ୍ୟ ଅଧିକ ମାତ୍ର ରେ ଭରପୁର ମାତ୍ରା ରେ ରହିଛି ଯାହା ଜଣେ ମଣିଷ ଶରୀର ପାଇଁ ଖୁବ ଜରୁରୀ ।

ଏହା ଏପରି ଏକ ଫଳ ଯାହାକୁ ଖାଇଲେ ଅନେକ ପ୍ରକାର ରୋଗରୁ ମଧ୍ୟ ଅସ୍ବସ୍ତି ମିଳିଥାଏ l  ସପୁରିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ । ସୋଡିୟମ ମାତ୍ରା କମ୍ ଥାଏ ଏହି ଫଳରେ । ନିୟମିତ ଭାବରେ ସପୁରି ଖାଇଲେ ବ୍ଲଡ ପ୍ରେସର ଭଳି ସମସ୍ୟା ରୁ କିଛି ମାତ୍ରା ରେ ମୁକ୍ତି ମିଳିଥାଏ। ଗୋଟିଏ କପ୍‌ ସପୁରି ରସରେ ୧ ମିଲିଗ୍ରାମ ସୋଡିୟମ ଥିବାବେଳେ ୧୯୫ ମିଲିଗ୍ରାମ ପୋଟାସିୟମ ରହିଥାଏ । ଅଧିକ ମାତ୍ରାରେ ପୋଟାସିୟମ ଥିବାରୁ ରକ୍ତଚାପ କମ୍ କରିବାରେ ଅତ୍ୟନ୍ତ ସହାୟକ ହୋଇଥାଏ ।

ସପୁରୀରେ ବିଭିନ୍ନ ପ୍ରକାରର ଭିଟାମିନ୍ ରହିଥାଏ । ଯାହା ଆମ ଶରୀର ପାଇଁ ଖୁବ୍ ଉପକାରୀ । ଏହାର ସ୍ୱାଦ ବି ଅନ୍ୟ ଫଳ ତୁଳନାରେ ଖୁବ୍ ଅଲଗା । ଏଥିରେ ଭିଟାମିନ୍-ଏ ଓ ଭିଟାମିନ୍-ସି ଭରପୁର ମାତ୍ରାରେ ରହିଛି   । ଏହାବ୍ୟତୀତ ଏଥିରେ ପୋଟାସିୟମ୍, ଫାଇବର୍, ଫସଫରସ୍ ଓ କ୍ୟାଲସିୟମ୍ ଅଧିକ ମାତ୍ରାରେ ରହିଥାଏ । ଏହିସବୁ ତତ୍ତ୍ୱ ଶରୀର ପାଇଁ ଖୁବ୍ ଉପଯୋଗୀ । ତେବେ ଯଦି ଏହିଭଳି ଏକ ଗଛକୁ ଘରେ ଲଗାଇପାରିବେ ତାହେଲେ କେତେ ଭଲ ହେବ ।

ତେବେ ଏବେ ଜାଣିବା ଘରେ କିପରି ଓ କେମିତି ଲଗାଇପାରିବେ ଆପଣ ସପୁରୀ ଗଛ । ଆପଣ ବଜାରରୁ ସପୁରୀ କିଣିବା ସମୟରେ ଧ୍ୟାନ ରଖିବେ ଯେ, ଏଥିରେ ଥିବା କ୍ରାଉନ୍ ର ପତ୍ର ସବୁ ଯେପରି ଠିକ୍ ଥିବ ଖରାପ ହୋଇନଥିବ । ପ୍ରଥମେ ଫଳଟି ର ପତ୍ରକୁ କାଢ଼ିଦିଅନ୍ତୁ । ଏବେ ଏହି କ୍ରାଉନ୍ ର ତଳଭାଗରୁ ପାଖାପାଖି ଦେଢ଼ ଇଞ୍ଚରେ ଥିବା ସବୁ ପତ୍ରକୁ ବାହାର କରିଦିଅନ୍ତୁ । ପତ୍ରକୁ କାଢ଼ିବା ପରେ ଏହାକୁ କୌଣସି ଏକ ଛାଇ ସ୍ଥାନରେ ରଖି ସୁଖାଇ ଦିଅନ୍ତୁ । ଆଉ ଏହାକୁ ତୁରନ୍ତ ମାଟିରେ ପୋତିଦିଅନ୍ତୁ ନଚେତ୍ ଏହା ସଢ଼ିଯିବ । ମାଟି ରେ ପୋତିବା ସମୟରେ ଧ୍ୟାନ ଦେବା ଉଚିତ ସେଠାକାର ମାଟି ଠିକ ଅଛି ନା ନାଇଁ l

ତେବେ କିପରି ଲଗାଇବେ ଘରେ ସପୁରୀ ଗଛ -

୧. ସପୁରୀ ର ଯେଉଁ ଭାଗ କୁ ଆମେ କ୍ରାଉନ୍ କହିଥାଉ ତାହା କୁ ଆମେ ମାଟିରେ ପ୍ରଥମେ ପୋତିବା ,  ଏହାକୁ ପୋତିବା ପାଇଁ ୨୪ ଇଞ୍ଚର ଗମଲା ନିଅନ୍ତୁ । ଯାହାର ତଳ ଭାଗରେ ଛୋଟ ହୋଲ୍ ଟି ଥିବା  । ହୋଲ ନଥିଲେ ନିଜେ ଏକ ଛୋଟ ହୋଲ କରନ୍ତୁ l

୨. ମାଟି ମିଶ୍ରଣ କରିବା ପାଇଁ ଆପଣ ପ୍ରଥମେ ୫୦% ସାଧାରଣ ଉଦ୍ୟାନ ମାଟି, ୨୫% ବାଲି ଏବଂ ୨୫% କୀଟ କମ୍ପୋଷ୍ଟ କିମ୍ବା ଗାଇ ଗୋବର ନିଅନ୍ତୁ ।

୩. ଏହି ତିନିଟି ଜିନିଷକୁ ଭଲ ଭାବରେ ମିଶାନ୍ତୁ , ଯେପରି ମାଟି ରେ ଏହା ଭଲ ଭାବେ ମିଶିଯିବ l

୪. କ୍ରାଉନ୍ କୁ ଛାଇ ରେ ୩ରୁ ୪ ଘଣ୍ଟା ଶୁଖାଇବା ପରେ ଗମଲାରେ ଲଗାନ୍ତୁ ।

୫. ଧ୍ୟାନ ରଖିବେ କ୍ରାଉନ୍ ର ଯେଉଁ ଅଂଶରୁ ପତ୍ର ବାହାର କରିଥିଲେ କେବଳ ସେହି ଅଂଶକୁ ମାଟିରେ ପୋତନ୍ତୁ ।

୬. ଉପରର ବଡ଼ ପତ୍ର ସବୁକୁ ବାହାରକୁ ରଖି ଭଲ ଭାବରେ ମାଟିରେ ପୋତିଦିଅନ୍ତୁ କ୍ରାଉନ୍ ଗୁଡିକୁ  । ଏହିପରି ସମସ୍ତ ଗାମଲାରେ ଆପଣ କ୍ରାଉନ୍ ଗୁଡିକୁ ଭଲ ଭାବେ ପୋତିଦିଆନ୍ତୁ l

୭. ଏହାପରେ ଉପର ପଟରୁ  କ୍ରାଉନ୍ ଗୁଡିକରେ ପାଣି ସ୍ପ୍ରେ କରନ୍ତୁ । ଏହାପରେ ଗମଲାକୁ ଖରାରେ ନ ରଖି କିଛି ସମୟ ଛାଇରେ ରଖିଦିଅନ୍ତୁ ।

୮. ଯେତେବେଳେ ଗମଲାର ଉପର ପତ୍ର ଗୁଡ଼ିକ ଗାଢ଼ ସବୁଜ ରଙ୍ଗର ହୋଇଯିବ ସେତେବେଳେ ଆପଣ ଜାଣିବେ ଯେ, ଗଛ ମୂଳ ଧୀରେ ଧୀରେ ବିକଶିତ ହେଉଛି l

୯. ଏହାପରେ ଗମଲାକୁ ଆପଣ ଖରାରେ ରଖିପାରିବେ । ଏହାପରେ ନିୟମିତ ଭାବେ ଆପଣ ଗଛ ଗୁଡିକରେ ପନି ଦିଅନ୍ତୁ l

ଏହି ସବୁ ରୋଗ ଭଲ କରିଦେବ କୁନ୍ଦୁରୀ

କଞ୍ଚା ଆମ୍ବ, ଯାହା ଆପଣଙ୍କ ତ୍ୱଚା କୁ କରିବ ଉଜ୍ଜ୍ୱଳ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)