Agripedia

କିପରି କରିବା ଗୋବର ଖତ

ଗୃହପାଳିତ ପଶୁମାନଙ୍କ ମଳ ମୂତ୍ର, ଗୁହାଳର ବଳକା ଘାସ କୁଟା ପାଉଁଶ, ପନିପରିବା ଚୋପା ଓ ଘରର ଜାବତୀୟ ଅଳିଆକୁ ଖତଗଦାରେ ପକାଇ ଖତ ପ୍ରସ୍ତୁତ କରାଯାଏ । ଗୋରୁ ଗାଈମାନଙ୍କ ସଂଖ୍ୟାକୁ ଲକ୍ଷ୍ୟ କରି ଖତଗଦାର ଆକାର ସ୍ଥିର କରାଯାଏ । ସାଧାରଣତଃ ୨ରୁ ୫ଟି ଗୋରୁ ଗାଈଙ୍କ ପାଇଁ ୧୦ ଫୁଟ ଲମ୍ବ ୩ ଫୁଟ ଓଦାର ୩ ଫୁଟ ଗଭୀରର ୨ ଗୋଟି ଖତଗଦା ଆବଶ୍ୟକ ପଡ଼ିଥାଏ ।

11 December, 2020 3:16 PM IST By: KJ Staff

ଗୃହପାଳିତ ପଶୁମାନଙ୍କ ମଳ ମୂତ୍ର, ଗୁହାଳର ବଳକା ଘାସ କୁଟା ପାଉଁଶ, ପନିପରିବା ଚୋପା ଓ ଘରର ଜାବତୀୟ ଅଳିଆକୁ ଖତଗଦାରେ ପକାଇ ଖତ ପ୍ରସ୍ତୁତ କରାଯାଏ । ଗୋରୁ ଗାଈମାନଙ୍କ ସଂଖ୍ୟାକୁ ଲକ୍ଷ୍ୟ କରି ଖତଗଦାର ଆକାର ସ୍ଥିର କରାଯାଏ । ସାଧାରଣତଃ ୨ରୁ ୫ଟି ଗୋରୁ ଗାଈଙ୍କ ପାଇଁ ୧୦ ଫୁଟ ଲମ୍ବ ୩ ଫୁଟ ଓଦାର ୩ ଫୁଟ ଗଭୀରର ୨ ଗୋଟି ଖତଗଦା ଆବଶ୍ୟକ ପଡ଼ିଥାଏ ।

ଗୁହାଳର ଚଟାଣକୁ ଗଡ଼ାଣିଆ କରି ନାଳୀ ରଖି ନାଳୀର ଶେଷ ମୁଣ୍ଡରେ ଗୋଟିଏ ହାଣ୍ଡି ପୋତି ମୂତ ସଂଗ୍ରହ କରାଯାଏ । ମୂତ୍ରରୁ ଯବକ୍ଷାରଜାନ ନଷ୍ଟ ନ ହେବା ପାଇଁ ମୂତ୍ର ନାଳୀରେ ଦିନକୁ ଗାଈ ପିଛା ଅଧକିଲୋ ଜିପ୍‌ସମ୍ ଗୁଣ୍ଡ ଛିଞ୍ଚନ୍ତୁ । ନାଳୀ କରି ନପାରିଲେ ଗୁହାଳ ଚଟାଣରେ ଶୁଖିଲା ପତ୍ର, ନଡ଼ା, କରତ ଗୁଣ୍ଡ, ପାଉଁଷ ବା ଗୁଣ୍ଡମାଟି ୨ ଇଞ୍ଚ ବହଳର ବିଛାଇ ସପ୍ତାହରେ ଥରେ କିମ୍ବା ଦୁଇଥର ସଂଗ୍ରହ କରି ଖତଗଦାରେ ପକାନ୍ତୁ । ସିମେଣ୍ଟ ବା ପଥର ଚଟାଣ ହେଲେ ମୂତ୍ର ସଂଗ୍ରହ କରିବା ସୁବିଧା ହୋଇଥାଏ ।

ପ୍ରତ୍ୟେକ ଦିନ ଗୁହଳରୁ ସଂଗୃହୀତ ମୂତ୍ର, ଗୋବର, କୁଟା, କାଠି, ଘାସ ଇତ୍ୟାଦିକୁ ସଂଗ୍ରହ କରି ଖତଗଦାରେ ପକାନ୍ତୁ । ଗୋଟିଏ ଗାଈ ଦୈନିକ ୧୫୦ ଗ୍ରାମ୍ ଯବକ୍ଷାରଜାନ ୨୦ ଗ୍ରାମ୍ ଫସ୍‌ଫରସ୍ ଓ ୭୫ ଗ୍ରାମ୍ ପଟାସ୍ ମଳ ଓ ମୂତ୍ରରେ ତ୍ୟାଗ କରିଥାଏ । ହଲେ ଗାଈଗୋରୁଙ୍କୁ ଘରେ ବାନ୍ଦି ରଖିଲେ ବର୍ଷକୁ ୧୦ରୁ ୧୨ ଟନ୍ ଖତ ମିଳିଥାଏ । ଯାହାକି ୧ ହେକ୍ଟର ଜମିର ଖତ ଆବଶ୍ୟକତା ପୂରଣ କରିପାରେ । ସାଧାରଣତଃ ପ୍ରତି କାଲ୍‌ସିଅମ୍‌, ୫କିଗ୍ରା ସଲଫର ଓ ଅନ୍ୟାନ୍ୟ ଖାଦ୍ୟସାର (ମାଗ୍ନେସିୟମ୍‌, ଜିଙ୍କ, କପର୍‌, ବୋରନ୍‌, ମଲିବ୍‌ଡେନମ୍ ଇତ୍ୟାଦି) ଥାଏ । ଉନ୍ନତ ପ୍ରଣାଳୀରେ ଖତ ପ୍ରସ୍ତୁତ କଲେ ଏହାର ଦୁଇଗୁଣ ଖାଦ୍ୟସାର ମିଳିଥାଏ ।

ଖାତ ପ୍ରଣାଳୀ:

ଉଚ୍ଚା, ନିଗିଡ଼ା, ଜାଗାରେ ଓ ଗୁହାଳର ନିକଟରେ (୧୦x‍୩x‍୩ଫୁଟ) ଖାତ ଖୋଳନ୍ତୁ । ଖାତର ଚଟାଣ ଓ କାନ୍ଥରେ ଇଟା, ସିମେଣ୍ଟ ଦେଇ ପାରିଲେ ଖାଦ୍ୟସାର ମାଟି ଭିତରକୁ ଚାଲିଯିବାର ଭୟ ରହେ ନାହିଁ । ପ୍ରତିଦିନ ସକାଳୁ ଗୁହାଳର ଗୋବର, ଅଳିଆ ଓ ମୂତ୍ର ଇତ୍ୟାଦି ଭଲ ଭାବରେ ମିଶାଇ ୬ ଇଞ୍ଚ ବଳରେ ବିଛାନ୍ତୁ । ଅଳିଆର ପରିମାଣ କମ୍ ହେଲେ ଖାତକୁ ଭାଗ ଭାଗ କରି ପୂର୍ଣ୍ଣ କରନ୍ତୁ । ସଂଗୃହୀତ ମୂତ୍ରକୁ ଏହା ଉପରେ ବିଞ୍ôଚ ଦିଅନ୍ତୁ । ମୂତ୍ରରେ ଜିପ୍‌ସମ୍ ଦିଆଯାଇନଥିଲେ ପ୍ରତି ୧ କିଗ୍ରା ଅଳିଆ ପ୍ରତି ୨୦ ଗ୍ରାମ୍ ହିସାବରେ ଜିପ୍‌ସମ୍ ଛିଞ୍ଚନ୍ତୁ ଓ ତାଉପରେ ୨ ଇଞ୍ଚ ବଳର ମାଟି ବା ପାଉଁଶ ଦେଇ ସାମାନ୍ୟ ମାଡ଼ି ଦିଅନ୍ତୁ । ଭୂମି ପତ୍ତନଠାରୁ ୨ ଫୁଟ ଉଚ୍ଚ ହେବା ପର୍ଯ୍ୟନ୍ତ ପ୍ରତିଦିନ ଏହିପରି ଅଳିଆ ଭର୍ତ୍ତି କରନ୍ତୁ । ତାଉପରେ ମାଟି ଓ ଗୋବର ମିଶ୍ରଣ ଲିପି ଦିଅନ୍ତୁ । ଏହି ପଦ୍ଧତି ଖରାଦିନେ ଓ ପାଣି କମୁନଥିବା ଅଞ୍ଚଳ ପାଇଁ ସୁବିଧାଜନକ ଅଟେ । ଖତ ପ୍ରସ୍ତୁତ ହେବା ପାଇଁ ୫ରୁ ୬ ମାସ ସମୟ ଲାଗିଥାଏ । ଗୋଟିଏ ଖାତ ପୁର୍ଣ୍ଣ ହେଲେ ଆଉ ଗୋଟେ ଖାତ ବ୍ୟବହାର କରନ୍ତୁ ।

କୁଣ୍ଡ ପ୍ରଣାଳୀ:

ଖାତରେ ପାଣି ପଶିବାର ଭୟ ଥିଲେ କୁଣ୍ଡ ପ୍ରଣାଳୀ ବ୍ୟବହାର କରାଯାଏ । ଉଚ୍ଚ, ନିଗିଡ଼ା ଜାଗାରେ ସିମେଣ୍ଟ ବା ପଥର ଚଟାଣ ପ୍ରସ୍ତୁତ କରନ୍ତୁ । ଚଟାଣ (୧୦x‍୩ଫୁଟ)ର ଚାରି ପାଖରେ ୧ ଫୁଟ ବ୍ୟବଧାନରେ ୩.୫ ଫୁଟ ଲମ୍ବର ଖୁଣ୍ଟି ପୋତି ଚାରିପଟେ କାଠ, ବତା, ଝଟା ଘେରାନ୍ତୁ । ଏହାକୁ ଇଟା ସିମେଣ୍ଟରେ ଗୁହାଳରୁ ବାହାରୁଥିବା ଆବର୍ଜନା ସ୍ତର ସ୍ତର କରି ପୂର୍ବୋକ୍ତ ପ୍ରଣାଳୀରେ ଭର୍ତ୍ତି କରନ୍ତୁ । କୁଣ୍ଡ ପୂର୍ଣ୍ଣ ହେଲା ପରେ ଉପର ଅଂଶରେ ଗୋବର ଓ ମାଟି ମିଶାଇ ଲିପି ଦିଅନ୍ତୁ । ଏକ ମାସ ଅନ୍ତରରେ ଖତକୁ ଓଲଟ ପାଲଟ କରନ୍ତୁ । ୪/୫ ମାସ ପରେ ଖତକୁ ବ୍ୟବହାର କରନ୍ତୁ ।

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)