Agripedia

ପାଣି ର ଫଟକା ନା ହାଇଡ୍ରୋଜେଲ…

ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିନ୍ତ ମାତ୍ର ଏହା ପାଣି ର ଛୋଟ ଛୋଟ ଫଟକା ପରି ଦୃଶ୍ୟମାନ ପଲିମର ରୁ ତିଆରି ଏହି ହାଇଡ୍ରୋଜେଲ ଶତକଡା ୯୫ ଭାଗ ର ପାଣି ଟାଣି ନିଜ ମଧ୍ୟ ସଂଗ୍ରହ କରି ରଖିପାରିବ ମାତ୍ର ନିଜେ ପାଣି ରେ ମିସେ ନାହିଁ |

20 December, 2018 12:49 PM IST By: KJ Staff

ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିନ୍ତ ମାତ୍ର ଏହା ପାଣି ର ଛୋଟ ଛୋଟ ଫଟକା ପରି ଦୃଶ୍ୟମାନ ପଲିମର ରୁ ତିଆରି ଏହି ହାଇଡ୍ରୋଜେଲ ଶତକଡା ୯୫ ଭାଗ ର ପାଣି ଟାଣି ନିଜ ମଧ୍ୟ ସଂଗ୍ରହ କରି ରଖିପାରିବ ମାତ୍ର ନିଜେ ପାଣି ରେ ମିସେ ନାହିଁ |

କେମିତି କାର୍ଯ୍ୟ କରେ ହାଇଡ୍ରୋଜେଲ ?
ଏଥିରେ ଥିବା ପଲିମର ପାଣି ର ସ୍ପର୍ଶ ରେ ଆସିଲା ମାତ୍ରକେ ପାଣି ଭିତରକୁ ଟାଣେ ଫଳରେ ହାଇଡ୍ରୋଜେନ ବାହାରି ଆସି ସେହି ସ୍ଥାନ ରେ ଅଧୁରୀ ଅଧିକ ପାଣି କୁ ଭିତରକୁ ଟାଣିବାକୁ ଆରମ୍ଭ କରେ |ଏଣୁ ଏହି ପ୍ରକ୍ରିୟା ଦ୍ୱାରା ହାଇଡ୍ରୋଜେର୍ଲ ପ୍ରାୟତ ୪୦୦ ଗୁଣ ଅଧିକ ପାଣି ସଂଗ୍ରହ କରିପାରିବ |

ପାଣି ର ଅଭାବ ରେ ଏହି ହାଇଡ୍ରୋଜେଲ ନିଜ ମଧ୍ୟରେ ଥିବା ସଂଗ୍ରହୀତ ପାଣି କୁ ତାର ପରିପାର୍ଶ୍ୱକୁ ମୁକ୍ତ କରିଥାଏ |ହାଇଡ୍ରୋଜେଲ ୨-୫ ବର୍ଷ ଯାଏ ଏହି ପ୍ରକ୍ରିୟା କୁ ସକ୍ରିୟ ରଖିପାରିବ ଏବଂ ନଷ୍ଟ ହେଲା ପରେ ମଧ୍ୟ ମାଟି ରେ ମିଶି ମାଟିର ସ୍ୱାସ୍ଥ୍ୟ ଉନ୍ନତି କରିଥାଏ |


ଏହା ସମ୍ପୂର୍ଣ ପରିବେଶ ସୁରକ୍ଷିତ ଏବଂ ଶୀଘ୍ର ନଷ୍ଟ ହୁଏ ନାହିଁ ଏବଂ ଏତେ ପାଣି ସଂଗ୍ରହ କଲା ପରେ ମଧ୍ୟ ଏହା ଫଟାଇବାର ସମ୍ଭାବନା ନଥାଏ |

ଚାଷ ରେ କେମିତି ଉପଯୋଗୀ ଏହି ହାଇଡ୍ରୋଜେଲ:
୧)ଏହା ଫସଲ ଲାଗି ଛୋଟ ପାଣି ଟାଙ୍କି ପରି କାର୍ଯ୍ୟ କରିଥାଏ |ଏହା ୪୦୦-୫୦୦ ଗୁଣ ଅଧିକ ପାଣି ସଂଗ୍ରହ କରେ ଏବଂ ଗଛ ର ଚେର ଚାପ ଅନୁସାରେ ଗଛକୁ ପାଣି ଯୋଗାଇଥାଏ |ଏହା ଦ୍ୱାରା ଅଧିକ ଥର ଜଳସେଚନ କରିବାକୁ ପଡେ ନାହିଁ ଏବଂ ପାଣି ବୋହି ଯାଇ ନଷ୍ଟ ମଧ୍ୟ ହୁଏ ନାହିଁ|


୨)ଏହା ସର୍ବଦା ପାଣି ସଂଗ୍ରହ ଏବଂ ପାଣି ଯୋଗାଇବାରେ କାର୍ଯ୍ୟରତ ଥାଏ ତେଣୁ ମାଟି ଶୁଖିଗଲେ ମଧ୍ୟ ଗଛ କୁ କ୍ଷେତି ହେବାର ସମ୍ଭାବନା କମ ଥାଏ |


୩) ଥଣ୍ଡା ଦେଶ ମାନଙ୍କରେ ମଞ୍ଜି ଗଜା ହେବ ଆଗରୁ ମରିଯାଏ କାରଣ ମାଟି ରେ ଥିବା ପାଣି ବରଫ ହେଇଯାଏ ମାତ୍ର ହାଇଡ୍ରୋଜେଲ ବ୍ୟବହାର କଲେ ଏହି ସମସ୍ୟା ରୁ ମୁକ୍ତି ମିଳିପାରିବ କାରଣ ଏଥିରେ ସଂଗ୍ରହ ହୋଇଥିବା ପାଣି ବରଫ ହୋଇ ଜମି ଯାଏ ନାହିଁ|

 

୪)ହାଇଡ୍ରୋଜେଲ ବ୍ୟବହାର କଲେ ବାରମ୍ବାର ସାର ବା ଖତ ଦେବା ଆବଶ୍ୟକ ନଥାଏ କାରଣ ଏହା ପାଣି ରେ ମିଶିଥିବା ସାର ବା ଖତ କୁ ମଧ୍ୟ ପାଣି ସହ ନିଜ ମଧ୍ୟରେ ସଂଗ୍ରହ କରି ରଖିଥାଏ ଏବଂ ଗଛ ର ଆବଶ୍ୟକତା ଦେଖି ଚେରକୁ ଯୋଗାଇଥାଏ|


୫)ଏହାର ବ୍ୟବହାର ଦ୍ୱାରା ମାଟି ଟାଣ ହୁଏ ନାହିଁ ଏବଂ ସର୍ବଦା ଦୋରସା ହେଇ ରହେ |ଫଳରେ ଚେର ଉଚିତ ଭାବେ ଅକ୍ସିଜେନ ପାଇଥାଏ ଏବଂ ଶୀଘ୍ର ନଷ୍ଟ ହୁଏ ନାହିଁ |


୬) ଏହାର ବ୍ୟବହାର ଦ୍ୱାରା ବାରମ୍ବାର ଜଳସେଚନ ,ସାର ଖତ ପ୍ରୟୋଗ କରି ଖର୍ଚ୍ଚାନ୍ତ ହେବାକୁ ପଡେ ନାହିଁ |ଏହା ସମସ୍ତ ପ୍ରକାର ଚାଷ ଲାଗି ବ୍ୟବହାର କର ଯାଇପାରିବ ଏବଂ ଏହା ପାଣି ବା ସାର କୁ ବୋହିଯାଇ ନଷ୍ଟ ହେବାକୁ ଦିଏ ନାହିଁ


୭)ଏହା ମାଟିର ସ୍ୱାସ୍ଥ୍ୟ ଉନ୍ନତି କରିଥାଏ ଏବଂ ଉପକାରୀ କବକଙ୍କୁ ବଢ଼ିବାରେ ସାହାଯ୍ୟ କରେ |


୮)ଏହା ବିଶେଷ କରି ମରୁଡି ଅଞ୍ଚଳ ବା ଅଣଜଳସେଚିତ ଅଞ୍ଚଳ ରେ ବେଶ ଉପଯୋଗୀ|

 

ଏହାକୁ ବ୍ୟବହାର କରିବେ କେମିତି ??
-ଶୁଖିଲା ଓ ବାଲିଆ ମାଟି ରେ ଏହି ହାଇଡ୍ରୋଜେଲ କୁ ମାଟି ରୁ ୧୫-୨୦ ସେ.ମି ସବ- ସଏଲ ରେ ମିଶାଇଦିଅନ୍ତୁ ଏବଂ ଗଛ ଲଗାଇବା ପୂର୍ବରୁ ଜଳସେଚନ କରନ୍ତୁ |


-ଓଦା ମାଟିରେ ଏହି ହାଇଡ୍ରୋଜେଲ ଦ୍ରଵଣ ସ୍ପ୍ରେ କରି ମାଟି କୁ ସୁଖିବାକୁ ଛାଡ଼ିଦିଅନ୍ତୁ |ଏହା ପରେ ଏଥିରେ ଗଛ ଲଗାନ୍ତୁ|ଏମିତି କଲେ ମାଟି ଧୋଇ ହୁଏ ନାହିଁ |

କେତୋଟି ଅପକାରିତା :
-ଦୀର୍ଘ ଦିନ ଲାଗି ମରୁଡି ହେଲେ ବା ମାଟି ରେ ପାଣିର ମାତ୍ରା ଅତିରିକ୍ତ ଭାବେ କମ ହେଲେ ,ହାଇଡ୍ରୋଜେଲ କାମ କରିପାରିବ ନାହିଁ|
-ଏହା ବ୍ୟବହାର କରିବା ବର୍ତ୍ତମାନ ସମୟରେ ବ୍ୟୟବହୁଳ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)