Agripedia

ବିନା ମାଟି ରେ ଚାଷ …

ଲାଟିନ ଶବ୍ଦ ହାଇଡ୍ରୋପୋନିକ ରୁ ଉଦ୍ଧୃତ ଏହାର ଅର୍ଥ ;ପାଣି ସହ କାମ କରିବା |ତେଣୁ ବିନା ମୃତ୍ତିକା ରେ ଚାଷ ର ଏହାର ଉତ୍ତମ କୌଶଳ |ଅର୍ଥାତ ଚେର କେବଳ ପାଣିରେ ହିଁ ବୁଡିକି ରୁହେ ;ଏଥିରେ ମାଟି ବ୍ୟବହାର ହୁଏ ନାହିଁ |

08 January, 2019 11:12 AM IST By: KJ Staff

ନୂତନ କୃଷି ପ୍ରଣାଳୀ !ହାଇଡ୍ରୋପୋନିକ୍ସ

ଲାଟିନ ଶବ୍ଦ ହାଇଡ୍ରୋପୋନିକ ରୁ ଉଦ୍ଧୃତ ଏହାର ଅର୍ଥ ;ପାଣି ସହ କାମ କରିବା |ତେଣୁ ବିନା ମୃତ୍ତିକା ରେ ଚାଷ ର ଏହାର ଉତ୍ତମ କୌଶଳ |ଅର୍ଥାତ ଚେର କେବଳ ପାଣିରେ ହିଁ ବୁଡିକି ରୁହେ ;ଏଥିରେ ମାଟି ବ୍ୟବହାର ହୁଏ ନାହିଁ |

କାହିଁକି କାମ କରେ ହାଇଡ୍ରୋପୋନିକ୍ସ??


ଏଥିରେ ବ୍ୟବହାର ହେଉଥିବା ପୋଷକ ତତ୍ତ୍ୱ ଭରା ପାଣିରେ ସମସ୍ତ ପ୍ରକାର ଆବଶ୍ୟକ ମିନେରାଲ ମିଶିକି ରହିଥାଏ |ତେଣୁ ଗଛ କୁ ଏହାକୁ ସହଜରେ ସଂଗ୍ରହ କରିବାକୁ ସୁବିଧା ହୋଇଥାଏ |ଏଣୁ ଗଛ ଏଥିରେ ଅଧିକ ଶକ୍ତି ଖର୍ଚ୍ଚ କରେ ନାହିଁ ତେଣୁ ଏହି ଅତ୍ୟଧିକ ଶକ୍ତି ଗଛ ବଢିବାରେ ସାହାଯ୍ୟ କରିଥାଏ |ଫଳସ୍ୱରୂପ ଗଛ ଅଧିକ ଅମଳ ଦେଇଥାଏ |


ସାର ବାବଦରେ ବ୍ୟବହାର ହେଉଥିବା ଏହି ପାଣି ରେ ଯବକ୍ଷାରଜାନ ,ଫସଫରସ ଏବଂ ପଟାସ ଉପଯୁକ୍ତ ମାତ୍ରା ରେ ରହିଛି ଏହା ସମ୍ପୂର୍ଣ ସୁଧ ଭାବେ ଥାଏ ତେଣୁ ଜଳ ସଂକ୍ରମଣ ମଧ୍ୟ ହୁଏ ନାହିଁ |

 

କଣ ଏହାର ଉପକାରିତା ?
-ପୋଷଣ ସଠିକ ହେବାରୁ ଗଛ ଶତକଡା ୫୦ ଭାଗ ଅଧିକ ଅମଳ ଦେଇଥାଏ ଏବଂ ଶୀଘ୍ର ବୁଦ୍ଧି ହୋଇଥାଏ |

-ଏହି ପ୍ରଣାଳୀ ରେ ବର୍ଷ ସାରା ଚାଷ କରିପାରିବେ |

 

-ଏଥିରେ ବ୍ୟବହାର ହେଉଥିବା ପାଣି ସେହି ସିଷ୍ଟମ ମଧ୍ୟରେ ପରିଚାଳିତ ହୁଏ ତେଣୁ ଅଧିକ ଜଳସେଚନ ର ଦରକାର ହୁଏ ନାହିଁ |


-ମାଟି ବିନା ଚାଷ କରିବା ଦ୍ୱାରା ଜମି କିଣିବା ଏବଂ ତାକୁ ହଳ କରିବା ପରି ଖର୍ଚ୍ଚ ଲାଘବ ହୋଇଥାଏ|

 
-ଖୁବ କମ ଜାଗାରେ ନିଜ ମନପସନ୍ଦ ଫସଲ ଲଗେଇବାର ଏହା ଏକ ଉତ୍ତମ ଉପାୟ|

 

 


କାଲି ପ୍ରକାଶ ପାଇବ କେମିତି କରିବେ ହାଇଡ୍ରୋପୋନିକ୍ସ ଚାଷ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)