Agripedia

ପନିପରିବା ଫସଲରେ ପଲିହାଲାଇଟର ଭୂମିକା !!

ଇଣ୍ଟରନେଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍ (IPI) ପଲିହାଲାଇଟ୍ ସାର ସହିତ ପନିପରିବା ଫସଲର ଅମଳ ଏବଂ ଗୁଣବତ୍ତା ବୃଦ୍ଧି ସମ୍ବନ୍ଧରେ ୱେବିନାର ମାଧ୍ୟମରେ ଏକ ଆଲୋଚନାର ସିଧା ପ୍ରସାରଣ କରିଲା l ଏହି ଆଲୋଚନାର ପ୍ରମୁଖ ବକ୍ତାମାନେ ହେଲେ ଡଃ. ଆଦି ପେରେଲମାନ, ସେ ଇଣ୍ଟରନେଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍, ଇଣ୍ଡିଆର ସଂଯୋଜକ ଅଟନ୍ତି ଏବଂ ଡଃ. ପି.ପି ମହେନ୍ଦ୍ରନ, ସେ ଫସଲ ପରିଚାଳନା କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ସଂସ୍ଥାନର ମୃତ୍ତିକା ବିଜ୍ଞାନୀ ଅଟନ୍ତି l

12 August, 2021 5:36 PM IST By: Sugyan Kumar Nayak

ଇଣ୍ଟରନେଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍ (IPI) ପଲିହାଲାଇଟ୍ ସାର ସହିତ ପନିପରିବା ଫସଲର ଅମଳ ଏବଂ ଗୁଣବତ୍ତା ବୃଦ୍ଧି ସମ୍ବନ୍ଧରେ ୱେବିନାର ମାଧ୍ୟମରେ ଏକ ଆଲୋଚନାର ସିଧା ପ୍ରସାରଣ କରିଲା l ଏହି ଆଲୋଚନାର ପ୍ରମୁଖ ବକ୍ତାମାନେ ହେଲେ ଡଃ. ଆଦି ପେରେଲମାନ, ସେ ଇଣ୍ଟରନେଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍, ଇଣ୍ଡିଆର ସଂଯୋଜକ ଅଟନ୍ତି ଏବଂ ଡଃ. ପି.ପି ମହେନ୍ଦ୍ରନ, ସେ ଫସଲ ପରିଚାଳନା କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ସଂସ୍ଥାନର ମୃତ୍ତିକା ବିଜ୍ଞାନୀ ଅଟନ୍ତି l ଇଣ୍ଟରନେଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍ (IPI) ଭାରତରେ ପନିପରିବା ଫସଲର ଅମଳ ଏବଂ ଗୁଣବତ୍ତା ପାଇଁ ପଲିହାଲାଇଟ୍ ସାରର ପ୍ରଭାବଶାଳୀତା ସହିତ ପଲିହାଲାଇଟର ସୁଫଳଗୁଡ଼ିକ ସମ୍ବନ୍ଧରେ କୃଷି ଜାଗରଣର ଫେସବୁକ୍ ପୃଷ୍ଠାରେ ଏକ ଆଲୋଚନାର ସିଧା ପ୍ରସାରଣ କରିଲା l

ଏହି ଆଲୋଚନାର ପ୍ୟାନେଲଟି ଡଃ. ଆଦି ପେରେଲମାନ, ଇଣ୍ଟରନେଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍, ଇଣ୍ଡିଆର ସଂଯୋଜକ ଏବଂ ଡଃ. ପି.ପି ମହେନ୍ଦ୍ରନ, ମୃତ୍ତିକା ବିଜ୍ଞାନୀ, ତାମିଲନାଡ଼ୁ, ଫସଲ ପରିଚାଳନା କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ସଂସ୍ଥାନ, ନେଇ ଗଠିତ ହୋଇଥିଲା l ଇଣ୍ଟରନେଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍ ସହଯୋଗୀତାରେ ତାମିଲନାଡ଼ୁ, ଫସଲ ପରିଚାଳନା କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ସଂସ୍ଥାନ ଏକ ଅଧ୍ୟୟନର ଆୟୋଜନ କରିଥିଲା l ଏହି ଅଧ୍ୟୟନର ସାରାଂଶ ହେଉଛି, ସ୍ୱଳ୍ପ ବେସ୍ ସ୍ଥିତି ଥିବା ମୃତ୍ତିକାରେ ହେଉଥିବା ପନିପରିବା ଫସଲର ବୃଦ୍ଧି, ଅମଳ ଏବଂ ଗୁଣବତ୍ତା ଉପରେ ବିବିଧ ପୋଷକଯୁକ୍ତ ସାର, ପଲିହାଲାଇଟର ପ୍ରଭାବ l ଭାରତର ଅବସ୍ଥାଗୁଡ଼ିକ ପାଇଁ ପଲିହାଲାଇଟର ଗୁରୁତ୍ୱକୁ ଡଃ. ମହେନ୍ଦ୍ରନ ଅତି ସୁନ୍ଦର ଭାବରେ ବୁଝାଇଥିଲେ l ଭାରତ ହେଉଛି ମୁଖ୍ୟତଃ ଏକ କୃଷିପ୍ରଧାନ ଦେଶ ଏବଂ ଭାରତର ଅର୍ଥନୀତିରେ ସବୁଠାରୁ ସଙ୍କଟଜନକ ସ୍ଥିତିରେ କୃଷି କ୍ଷେତ୍ର ରହିଛି l ଆମକୁ ଆମର ବଢୁଥିବା ଜନସଂଖ୍ୟାକୁ ଖାଦ୍ୟ ଦେବାକୁ ହେବ ଏବଂ ସେଇଥିପାଇଁ ଆମକୁ ଉତ୍ପାଦନ ବୃଦ୍ଧି କରିବାକୁ ପଡ଼ିବ l

ପଲିହାଲାଇଟ ସମ୍ବନ୍ଧରେ:

ଇଂଲଣ୍ଡର ଉତ୍ତର-ପୂର୍ବ ଉପକୂଳ ଅଞ୍ଚଳରୁ ପଲିହାଲାଇଟକୁ ଭୂପୃଷ୍ଠର ୧୨୦୦ ମିଟର ତଳୁ ସମୁଦ୍ରର ନିମ୍ନ ଭାଗରୁ ଉତଖନନ କରି ବାହାର କରାଯାଏ, ଯେଉଁଠି 260 ମିଲିୟନ ବର୍ଷ ପୂର୍ବରୁ ପଲିହାଲାଇଟ ଗଚ୍ଛିତ ହୋଇ ରହିଛି l ମୃତ୍ତିକାର ପୋଟାସିୟମ, କ୍ୟାଲସିୟମ, ମାଗ୍ନେଶୀୟମ ଏବଂ ସଲଫର ଅଭାବକୁ ଏହା ପୂରଣ କରିଥାଏ l ପଲିହାଲାଇଟ ଲବଣଗୁଡ଼ିକର ମିଶ୍ରଣ ନୁହେଁ, ଏହା ଏକ ସିଙ୍ଗିଲ କ୍ରିଷ୍ଟାଲ ଅଟେ, ତେଣୁ ଏହାର ସମସ୍ତ ଉପାଦାନଗୁଡ଼ିକ ଦ୍ରବଣରେ ଆନୁପାତିକ ଭାବରେ ବାହାରି ଥାଆନ୍ତି l  ଅବଶ୍ୟ ସଲ୍ୟୁବିଲାଇଜେସନ ହୋଇଯିବା ପରେ ପ୍ରତ୍ୟେକ ପୋଷକ ଭିନ୍ନ ଭିନ୍ନ ଭାବରେ ମିଶନ୍ତି ଏବଂ ମୃତ୍ତିକାର ଗୁଣାବଳୀ ଦ୍ୱାରା ପ୍ରଭାବିତ ହୁଅନ୍ତି l 

ପଲିହାଲାଇଟର ଗଠନ:

  • 46% SO3 ସଲଫର, ଉତ୍ସ ଏବଂ ଅନ୍ୟ ପୋଷକଗୁଡ଼ିକର ଉପଯୋଗୀତା ବିକାଶ କରେ (ଯଥା N ଏବଂ P) 

  • 13.5 % K2O, ଉଦ୍ଭିଦର ସାମଗ୍ରିକ ସ୍ୱାସ୍ଥ୍ୟକୁ ବିକାଶ କରିବାରେ ସାହାଯ୍ୟ କରେ l 

  • 5.5 % MgO, ଫଟୋସିନ୍ଥେସିସ ପାଇଁ ଜରୁରୀ ଅଟେ

  • 16.5 % CaO, କୋଷ ବିଭାଜନ ଏବଂ ମଜବୁତ କୋଷ କାନ୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ

ପଲିହାଲାଇଟ ବ୍ୟବହାର କରିବାର ସୁଫଳଗୁଡ଼ିକ:

  • ଦୀର୍ଘସମୟ ଧରି ପୋଷକତତ୍ତ୍ୱ ପ୍ରଦାନ କରିବା ଦ୍ୱାରା ଲିଚିଙ୍ଗ୍ ପଦ୍ଧତିରେ ପୋଷକତତ୍ତ୍ୱ ନଷ୍ଟ ହୋଇଯାଏ ନାହିଁ ଏବଂ ଏହା ଫସଲ ଚକ୍ର ଅନୁସାରେ ଫସଲର ଗ୍ରହଣୀୟତା ସହିତ ଖାପ ଖୁଆଇଥାଏ l

  • ଏହା ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ, ଏହା ମାଟି ତଳୁ ଆସିଥାଏ, ଚୂର୍ଣ୍ଣ କରାଯାଏ, ଯାଞ୍ଚ କରାଯାଏ, ଏବଂ ପ୍ୟାକେଟ କରାଯାଏ, ସେଇଥି ପାଇଁ ଜୈବିକ କୃଷିରେ ବ୍ୟବହାର କରିବା ମଧ୍ୟ ଉତ୍ତମ ଅଟେ l

  • ଏହା ଏକ ସ୍ୱଳ୍ପ କ୍ଲୋରାଇଡ ଥିବା ସାର ଅଟେ, କ୍ଲୋରାଇଡ ପ୍ରତି ସମ୍ବେଦନଶୀଳ ଥିବା ଫସଲଗୁଡ଼ିକରେ ପ୍ରୟୋଗ କରିବା ପାଇଁ ଉତ୍ତମ ଅଟେ ଏବଂ ଏହାର ସ୍ୱଳ୍ପ କାର୍ବନ ଫୁଟପ୍ରିଣ୍ଟ ଏହାକୁ ପରିବେଶ ଅନୁକୂଳ କରିଥାଏ l

ଅନୁସନ୍ଧାନ ସମ୍ବନ୍ଧରେ

ସ୍ୱଳ୍ପ ବେସ୍ ସ୍ଥିତି ଥିବା ମୃତ୍ତିକାରେ ହେଉଥିବା ପନିପରିବା ଫସଲର ବୃଦ୍ଧି, ଅମଳ ଏବଂ ଗୁଣବତ୍ତା ଉପରେ ବିବିଧ ପୋଷକଯୁକ୍ତ ସାର, ପଲିହାଲାଇଟର ପ୍ରଭାବକୁ ପରୀକ୍ଷଣ କରିବା ପାଇଁ ଏହି ଅଧ୍ୟୟନର ଆୟୋଜନ କରାଗଲା l ଏହି ଅଧ୍ୟୟନଟି ତିନିଗାଟି ପ୍ରମୁଖ ଫସଲରେ ୫ଟି ପରୀକ୍ଷଣକୁ ନେଇ ଗଠିତ; ସେଗୁଡ଼ିକ ହେଉଛନ୍ତି ଟମାଟୋ, ପିଆଜ, ଏବଂ ଗୁଆଁର l ଟମାଟୋ ଏବଂ ପିଆଜ ଉପରେ ଭିନ୍ନ ଭିନ୍ନ ସ୍ଥାନରେ ୨ଟି କ୍ଷେତ୍ର ପରୀକ୍ଷଣ କରାଗଲା ଏବଂ ଦୁଇବର୍ଷ ଧରି ସେଗୁଡ଼ିକର ଫଳାଫଳକୁ ଲିପିବଦ୍ଧ କରାଗଲା l ଗୁଆଁର ଫସଲରେ ମଧ୍ୟ ଗୋଟିଏ କ୍ଷେତ୍ର ପରୀକ୍ଷଣ କରାଗଲା l

ଟମାଟୋ ଉପରେ କରାଯାଇଥିବା କ୍ଷେତ୍ର ପରୀକ୍ଷଣର ଫଳାଫଳ:

  • ଏହି ପରୀକ୍ଷଣରେ ଗ୍ରେଡେଡ ଲେବେଲଗୁଡ଼ିକର ପ୍ରଭାବ ଏବଂ ପୋଟାସିୟମର ଉତ୍ସ ଏବଂ ଉଦ୍ଭିଦର ଉଚ୍ଚତା, ଡାଳ ସଂଖ୍ୟା, ପେନ୍ଥାରେ ଫୁଲ ସଂଖ୍ୟା, ଏବଂ ଟମାଟୋ ଅମଳ ଉପରେ ମାଧ୍ୟମିକ ପୋଷଣଗୁଡ଼ିକର ପ୍ରଭାବ ବିଷୟରେ ଅଧ୍ୟୟନ କରାଗଲା l

  • ପଲିହାଲାଇଟ@୩୧୫ kg K20/ha ଉଲ୍ଲେଖନୀୟ ଭାବରେ ଅଭିବୃଦ୍ଧି ଏବଂ ଫୁଲ ହେବା ଗୁଣକୁ ପ୍ରଭାବିତ କରିଥିଲା l

  • ଟମାଟୋ ଅମଳର ଗୁଣବତ୍ତାଗୁଡ଼ିକ ମଧ୍ୟରେ ଗଛରେ ଟମାଟୋ ସଂଖ୍ୟା, ପ୍ରତି ଫଳର ଓଜନ, ଫଳର ଗୋଲେଇ ଏବଂ ଫଳର ଲମ୍ବା ଅନୁକୂଳ ଭାବରେ ପଲିହାଲାଇଟ ଦ୍ୱାରା ପ୍ରଭାବିତ ହୋଇଥିଲା l

  • ଟମାଟୋର ଲାଇକୋପେନ ଏବଂ ଆସ୍କରବିକ ଏସିଡ୍ ବୃଦ୍ଧି କରିବାରେ ପଲିହାଲାଇଟ ଅତ୍ୟନ୍ତ ପ୍ରଭାବୀ ଅଟେ l

ଛୋଟ ପିଆଜ ଗଛରେ ଏହି ଅଧ୍ୟୟନର ଫଳାଫଳ:

  • ପଲିହାଲାଇଟ ମାଧ୍ୟମରେ K ପ୍ରୟୋଗ (୬୦ kg K2O/ha) ଦ୍ୱାରା ପିଆଜ ଫସଲରେ ବହୁତ ଅଧିକ ଅଭିବୃଦ୍ଧି, ଅମଳ, ଏବଂ ପିଆଜର କନ୍ଦା ବୃଦ୍ଧି ହୋଇଥିବାର ରେକର୍ଡ କରାଯାଇଛି l

ଗୁଆଁର ଫସଲରେ ଏହି ଅଧ୍ୟୟନର ଫଳାଫଳ:

  • ଗୁଆଁର ଫସଲରେ ପଲିହାଲାଇଟ ପ୍ରୟୋଗ ଦ୍ୱାରା (୨୫ kg K2O/ha) ଡାଳ ସଂଖ୍ୟାରେ ବୃଦ୍ଧି ଘଟିଲା, ଗଛ ପ୍ରତି ପେନ୍ଥା ବୃଦ୍ଧି, ଗଛ ପ୍ରତି ଗୁଆଁର ଛୁଇଁ ସଂଖ୍ୟା ଏବଂ ଗୁଆଁର ଛୁଇଁର ଅମଳରେ ମଧ୍ୟ ବୃଦ୍ଧି ଦେଖାଦେଲା l

ଉପସଂହାର:

ପଲିହାଲାଇଟ ମାଧ୍ୟମରେ ପୋଟାସିୟମ ଏବଂ ମାଧ୍ୟମିକ ପୋଷକତତ୍ତ୍ୱଗୁଡ଼ିକର ପ୍ରୟୋଗ ଦ୍ୱାରା ପିଆଜ, ଟମାଟୋ, ଏବଂ ଗୁଆଁର ଫସଲରେ ଉଲ୍ଲେଖନୀୟ ଭାବରେ ଅଭିବୃଦ୍ଧି, ଅମଳ, ଏବଂ ଗୁଣବତ୍ତାରେ ବୃଦ୍ଧି ଘଟିଥିଲା l ମୃତ୍ତିକାର ସ୍ୱାସ୍ଥ୍ୟ, ବିଶେଷକରି ମୃତ୍ତିକାର ଉର୍ବରତା ବଜାୟ ରଖିବାରେ ପଲିହାଲାଇଟ ଅତ୍ୟନ୍ତ ଉପଯୋଗୀ ଅଟେ l