Agripedia

ଦୀର୍ଘସ୍ଥାୟୀ ଫସଲ ଅମଳ ନିମନ୍ତେ ସଲଫର୍, କ୍ୟାଲସିୟମ୍ ଏବଂ ମାଗ୍ନେଶୀୟମର ଗୁରୁତ୍ୱ

ସଲଫର୍ (S), ମାଗ୍ନେଶୀୟମ୍ (Mg) ଏବଂ କ୍ୟାଲସିୟମର (Ca) ଆବଶ୍ୟକତା ସଘନ ଫସଲ ଉତ୍ପାଦନ ବ୍ୟବସ୍ଥାଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ହେଉଅଛି l

30 July, 2021 3:01 PM IST By: Sugyan Kumar Nayak

ସଲଫର୍ (S), ମାଗ୍ନେଶୀୟମ୍ (Mg) ଏବଂ କ୍ୟାଲସିୟମର (Ca) ଆବଶ୍ୟକତା ସଘନ ଫସଲ ଉତ୍ପାଦନ ବ୍ୟବସ୍ଥାଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ହେଉଅଛି l ଦୀର୍ଘ ସ୍ଥାୟୀ ଫସଲ ଅମଳ ନିମନ୍ତେ ଏକ ବଡ଼ ଚିନ୍ତାର ବିଷୟ ହେଉଛି ଏହିସବୁ ପୋଷକତତ୍ତ୍ୱଗୁଡ଼ିକ ମୃତ୍ତିକାରୁ ସ୍ୱଳ୍ପ ପରିମାଣରେ ମିଳୁଛି କିମ୍ବା ଉପଯୁକ୍ତ ପରିମାଣରେ ମିଳୁନାହିଁ l

ସଲଫର୍, ମାଗ୍ନେଶୀୟମ୍ ଏବଂ କ୍ୟାଲସିୟମର ଫାଇଦା

ସଲଫରର ଭୂମିକା

ସଲଫର୍ (S) ପ୍ରାଥମିକ ଭାବରେ ଉଦ୍ଭିଦମାନଙ୍କ ଦ୍ୱାରା ସଲଫେଟ୍ (SO4-2) ଆକାରରେ ଶୋଷଣ ହୁଏ l ଏହା ପ୍ରତ୍ୟେକ ଜୀବନ୍ତ କୋଷର ଅଂଶ ଅଟେ ଏବଂ କେତେକ ଆମିନୋ ଏସିଡ (ସିଷ୍ଟେଇନ ଓ ମେଥିଓନାଇନ) ଏବଂ ପ୍ରୋଟିନଗୁଡ଼ିକର ପ୍ରସ୍ତୁତିରେ ଆବଶ୍ୟକ ହୁଏ l ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ମଧ୍ୟ ସଲଫର୍ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଉଦ୍ଭିଦର ସହନଶୀଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ l ଉତ୍ତମ ଯବକ୍ଷାରଯାନ ବିବନ୍ଧନ ନିମନ୍ତେ ଛୁଇଁ ଜାତୀୟ ଉଦ୍ଭିଦଗୁଡ଼ିକ ସଲଫର ଦରକାର କରନ୍ତି l  ଯେତେବେଳେ ସଲଫର୍ ସ୍ୱଳ୍ପ ହୋଇଥାଏ ସେତେବେଳେ ଗଛରେ ନାଇଟ୍ରେଟ-ନାଇଟ୍ରୋଜେନ ଜମିଯାଇପାରେ ଏବଂ କେତେକ ଫସଲରେ ମଞ୍ଜି ହେବାରେ ବାଧା ଦିଏ, ଯଥା, ସୋରିଷ ଫସଲ ଇତ୍ୟାଦି l ମକା, ଆଳୁ, କପା, ଆଖୁ, ସୂର୍ଯ୍ୟମୁଖୀ, ସୋରିଷ (ରେପ୍ ସିଡ), ବ୍ରାସିକାସ (ବନ୍ଧାକୋବି, ବ୍ରୋକୋଲି, ଫୁଲକୋବି) ଏବଂ ଆହୁରି ଅନେକ ପନିପରିବା ଅଧିକ ପରିମାଣର ସଲଫର୍ ଦରକାର କରନ୍ତି ଏବଂ ଅଧିକ ପରିମାଣର ଅମଳ ଏବଂ ଭଲ କ୍ୱାଲିଟିର ଅମଳ ନିମନ୍ତେ ସଲଫର୍ ଏବଂ ଯବକ୍ଷାରଯାନ ପୋଷଣର ସନ୍ତୁଳନ ଗୁରୁତ୍ୱପୂର୍ଣ୍ଣ ଅଟେ l

ଏହା ଜାଣିରଖିବା ଜରୁରୀ ଯେ, ସଲଫେଟ ଆୟନଗୁଡ଼ିକ ଦ୍ରବଣୀୟ ଅଟନ୍ତି ଏବଂ ଲିଚିଙ୍ଗ ଦ୍ୱାରା ସହଜରେ ମାଟିରୁ ବାହାରିଯାଏ, ଯାହା ଫସଲର ଅଭିବୃଦ୍ଧି ଋତୁରେ ସଲଫର୍ ଉପଲବ୍ଧତାରେ ବାଧା ପହଞ୍ଚାଏ l ସାଧାରଣତଃ କୃଷକମାନେ ଗଛ ଲଗାଇବା ପୂର୍ବରୁ ସଲଫର୍ ସାର ପ୍ରୟୋଗ କରନ୍ତି, ତେଣୁ ଏହା ବର୍ଷା କିମ୍ବା ଜଳସେଚନ ଦ୍ୱାରା ନଷ୍ଟ ହୋଇଯିବାର ଆଶଙ୍କା ଥାଏ, ଏହା ଦ୍ୱାରା ମାଟିରୁ ସଲଫର୍ ଧୋଇ ହୋଇଯିବ ଏବଂ ଫସଲ ଏହାକୁ ଗ୍ରହଣ କରିପାରିବ ନାହିଁ l

ମାଗ୍ନେଶୀୟମର ଭୂମିକା

କ୍ଲୋରୋଫିଲ ଅଣୁର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ମାଗ୍ନେଶୀୟମ୍ (Mg), ପ୍ରତ୍ୟେକ ଅଣୁରେ 6.7% Mg ରହିଥାଏ l ଉଦ୍ଭିଦଗୁଡ଼ିକରେ ଫସଫରସର ବାହକ ଭାବରେ ମାଗ୍ନେଶୀୟମ୍ କାର୍ଯ୍ୟ କରେ l ଏହା କୋଷ ବିଭାଜନ ଏବଂ ପ୍ରୋଟିନ ପ୍ରସ୍ତୁତି ନିମନ୍ତେ ଜରୁରୀ ଅଟେ l ମାଗ୍ନେଶୀୟମ୍ ବିନା ଫସଫରସ ଗ୍ରହଣ ହୋଇପାରିବ ନାହିଁ ଏବଂ ସେହିପରି ଫସଫରସ ବିନା ମାଗ୍ନେଶୀୟମ୍ ଗ୍ରହଣ ହୋଇପାରିବ ନାହିଁ l ସେଇଥି ପାଇଁ ଆଲୋକ ସଂଶ୍ଳେଷଣ, ଫସଫେଟ ମେଟାବୋଲିଜିମ, ଉଦ୍ଭିଦ ଶ୍ଵସନ ଏବଂ ବିଭିନ୍ନ ଏଞ୍ଜାଇମ ବ୍ୟବସ୍ଥାଗୁଡ଼ିକର ସକ୍ରିୟକରଣ ନିମନ୍ତେ ମାଗ୍ନେଶୀୟମ୍ ଜରୁରୀ ଅଟେ l ଫସଲ ଅମଳ ସମୟରେ ଏହା ଅଧିକ ପରିମାଣରେ ଚାଲିଯାଏ ଏବଂ ମାଗ୍ନେଶୀୟମ୍ ପ୍ରୟୋଗ ଦ୍ୱାରା ଏକ ପୋଷକତତ୍ତ୍ୱର ଉତ୍ତମ ଖୋରାକ ମିଳେ, କିନ୍ତୁ ଏହାକୁ ବହୁ ସମୟରେ ଅବହେଳା କରାଯାଇଥାଏ l ଅତ୍ୟନ୍ତ ନିରସା ମାଟିରେ ଲିଚିଙ୍ଗ କରିବାର କ୍ଷମତା ଏହାର ଥିବାରୁ, ଅମ୍ଳୀୟ ଏବଂ ଗ୍ରୀଷ୍ମମଣ୍ଡଳୀୟ ମୃତ୍ତିକାରେ ମାଗ୍ନେଶୀୟମ୍ ସ୍ୱଳ୍ପତା ଏକ ବଡ଼ ଚିନ୍ତାର ବିଷୟ ଅଟେ l

କ୍ୟାଲସିୟମର ଭୂମିକା

କ୍ୟାଲସିୟମ (Ca) ଉଦ୍ଭିଦର ଉପଯୁକ୍ତ କୋଷ ବିଭାଜନ ଏବଂ କୋଷ କାନ୍ଥଗୁଡ଼ିକର ଦୃଢ଼ୀକରଣ ନିମନ୍ତେ ଦାୟୀ ଅଟେ l କ୍ୟାଲସିୟମ ଚେର ଦ୍ୱାରା ଏବଂ ଉଦ୍ଭିଦ ମଧ୍ୟରେ ଅନ୍ୟ ପୋଷକତତ୍ତ୍ୱଗୁଡ଼ିକୁ ବୋହିନେଇ ସେଗୁଡ଼ିକର ଅବଶୋଷଣକୁ ବିକାଶ କରେ l ଏହା ଅନେକଗୁଡ଼ିଏ ଉଦ୍ଭିଦ ବୃଦ୍ଧି ନିୟନ୍ତ୍ରଣକାରୀ ଏଞ୍ଜାଇମ ବ୍ୟବସ୍ଥାକୁ ସକ୍ରିୟ କରେ, ନାଇଟ୍ରେଟ-ନାଇଟ୍ରୋଜେନକୁ ପ୍ରୋଟିନ ପ୍ରସ୍ତୁତିରେ ସାହାଯ୍ୟ କରିବାକୁ ଅବସ୍ଥାକୁ ବଦଳାଇଦିଏ ଏବଂ ଉନ୍ନତ ରୋଗ ପ୍ରତିରୋଧନରେ ସାହାଯ୍ୟ କରେ l ଗଛରେ କ୍ୟାଲସିୟମର ସ୍ୱଳ୍ପତା ଅନେକ ସମସ୍ୟା ସୃଷ୍ଟିକରିବ, ଯାହାର ନିଦାନ କରିବା ସର୍ବଦା କଷ୍ଟକର ଅଟେ l କ୍ୟାଲସିୟମ ସ୍ୱଳ୍ପତାର ଗୁରୁତର ପ୍ରଭାବ ଚେରଗୁଡ଼ିକରେ ହିଁ ରହିଥାଏ l ଚେର ବୃଦ୍ଧିରେ କ୍ୟାଲସିୟମ ସଂଶ୍ଲିଷ୍ଟ ଥାଏ: କ୍ୟାଲସିୟମ ସ୍ୱଳ୍ପତା ଯୋଗୁଁ ଚେର ଅଭିବୃଦ୍ଧିରେ ବାଧା ଆସେ l କ୍ୟାଲସିୟମ ସ୍ୱଳ୍ପତା ଯୋଗୁଁ ଉଦ୍ଭିଦ ରୋଗଗୁଡ଼ିକର ଶିକାର ହେବାର ଆଶଙ୍କା ବଢ଼ିଯାଏ l ଗ୍ରୀଷ୍ମମଣ୍ଡଳୀୟ, ଅମ୍ଳୀୟ ମାଟିରେ କ୍ୟାଲସିୟମ ସ୍ୱଳ୍ପତା ଦେଖାଯାଏ ଏବଂ କ୍ୟାଲସିୟମ ଯୋଗାଣ ଆଲୁମିନିୟମ ବିଷାକ୍ତତା ଲକ୍ଷଣଗୁଡ଼ିକୁ ଗମ୍ଭୀର କରିବ, ଯାହା ସେହି ଅଞ୍ଚଳଗୁଡିକରେ ବହୁତ ସାଧାରଣ ଅଟେ l

ପଲିସଲଫେଟ୍ ହେଉଛି ସଲଫର, ମାଗ୍ନେଶୀୟମ୍, କାଲସିୟମ୍, ଏବଂ ପୋଟାସିୟମ୍ ନିମନ୍ତେ ଅତ୍ୟନ୍ତ ଉପଯୁକ୍ତ ସାର ଅଟେ l ପଲିସଲଫେଟ୍ ହେଉଛି ଏକ ନୂତନ ମଲ୍ଟି-ନ୍ୟୁଟ୍ରିଏଣ୍ଟ ସାର ଯାହା ଏହାର ପ୍ରାକୃତିକ ଅବସ୍ଥାରେ ଉପଲବ୍ଧ ହୁଏ ଏବଂ ୟୁକେରୁ ଉତଖନନ ହୋଇଥାଏ l ଏହାର ଚାରିଗୋଟି ପୋଷକତତ୍ତ୍ୱ ରହିଛି ଯାହା ଏହାକୁ ଏକ ଅଦ୍ଵିତୀୟ ଉତ୍ପାଦ ଭାବରେ ଗଢିତୋଳିଛି: ଏହା ମଧ୍ୟରେ ସଲଫର, ମାଗ୍ନେଶୀୟମ୍, କାଲସିୟମ୍, ଏବଂ ପୋଟାସିୟମ୍ l ଏହାର ସମସ୍ତ ପୋଷକଗୁଡିକ ଉଦ୍ଭିଦର ଗ୍ରହଣ ନିମନ୍ତେ ସଙ୍ଗେ ସଙ୍ଗେ ଉପଲବ୍ଧ ହୁଏ l

ପଲିସଲଫେଟରେ ରହିଛି: ସଲଫେଟ ଆକାରରେ 18.5 % S ରହିଛି, ପୋଟାସିୟମର ସଲଫେଟ ଆକାରରେ  13.5 %  K2O ରହିଛି, ମାଗ୍ନେଶୀୟମ ସଲଫେଟ ଆକାରରେ 5.5% MgO ରହିଛି ଏବଂ କ୍ୟାଲସିୟମ ସଲଫେଟ ଆକାରରେ 16.5% CaO ରହିଛି l ଏହାର କ୍ଲୋରାଇଡ ଭାଗ ବହୁତ ଅଳ୍ପ ରହିଥାଏ ସେଇଥି ପାଇଁ ସମ୍ବେଦନଶୀଳ ଫସଲଗୁଡ଼ିକରେ ପ୍ରୟୋଗ କରାଯାଇପାରିବ ଏବଂ ଜୈବିକ ଉପଯୋଗ ନିମନ୍ତେ ଉପଯୁକ୍ତ ଅଟେ l

ସଲଫରର ଦୀର୍ଘକାଳୀନ ଉପଲବ୍ଧତା

ସଲଫର ଏକ ପ୍ରାକୃତିକ କ୍ରିଷ୍ଟାଲ ହୋଇଥିବାରୁ ଏହାର ଏକ ସ୍ୱତନ୍ତ୍ର ବୀଘଟନ ପ୍ୟାଟର୍ନ ରହିଛି, ମୃତ୍ତିକାରେ ପ୍ରୟୋଗ କରିବା ପରେ ଏହା ସମୟକ୍ରମେ ଏହାର ପୋଷକତତ୍ତ୍ୱକୁ ଦେଇଥାଏ l ଦୀର୍ଘକାଳୀନ ଭିତିରେ ମିଳୁଥିବା ପୋଷକତତ୍ତ୍ୱ ଯେପରି କି ପଲିସଲଫେଟ, ବିଶେଷକରି ସଲଫେଟ କୃଷି କାମ ନିମନ୍ତେ ଉଲ୍ଲେଖନୀୟ ଫାଇଦା ଦେଇଥାଏ l ସଲଫରର ଅଧିକାଂଶ ଉତ୍ସ ଗୁଡ଼ିକର ଉଚ୍ଚମାତ୍ରାର ବୀଘଟନ ରହିଛି, ଲିଚଡ ସଲଫେଟ ଭାବରେ ସଲଫର ହରାଇବାର ଆଶଙ୍କାରେ ସଙ୍ଗେ ସଙ୍ଗେ ସଲଫର ବାହାରେ,- ସଲଫରର ଦୀର୍ଘକାଳୀନ ଉପଲବ୍ଧତାକୁ ପଲିସଲଫେଟ ପ୍ରଦାନ କରେ l ପଲିସଲଫେଟ ଠାରୁ ସଲଫରର ଏହି ଦୀର୍ଘକାଳୀନ ରିଲିଜ ପ୍ୟାଟର୍ନ ଫସଲଗୁଡ଼ିକର ସଲଫର ଗ୍ରହଣର ଅବଧି ସହିତ ମେଳ ଖାଇଥାଏ l ସେଇଥି ପାଇଁ ଗୋଟିଏ ଥରର ପଲିସଲଫେଟ ପ୍ରୟୋଗ ନିୟମିତ ଭାବରେ ଫସଲ ଚକ୍ରକୁ ସଲଫର ଯୋଗାଇ ଥାଏ, ଲିଚିଙ୍ଗ୍ ପ୍ରକ୍ରିୟାରେ ସଲଫେଟ ହାନୀ ଆଶଙ୍କାକୁ ହ୍ରାସ କରିଥାଏ l ଗୁଣାବଳୀର ଦୀର୍ଘକାଳୀନ ଉପଲବ୍ଧତା ସହିତ ଏହି ତିନିଗୋଟି ମାଧ୍ୟମିକ ପୋଷକତତ୍ତ୍ୱ(S, Mg ଏବଂ Ca)ର ଉପସ୍ଥିତି ହେଉଛି ପଲିସଲଫେଟର ଏକ ଅନ୍ୟତମ ଫାଇଦା ଅଟେ l ଏହାର କ୍ରମଶଃ ମୁକ୍ତ ହେବାର ପ୍ୟାଟର୍ନ ଲିଚିଙ୍ଗ ଆଶଙ୍କାକୁ ହ୍ରାସ କରି କ୍ରମାଗତ ଭାବରେ ପୋଷକତତ୍ତ୍ୱଗୁଡ଼ିକ ପ୍ରଦାନ କରିବାରେ ସକ୍ଷମ କରାଏ l ଗୋଟିଏ ଥର ପ୍ରୟୋଗରେ ପଲିସଲଫେଟ ତିନିଗୋଟି ମାଧ୍ୟମିକ ପୋଷକତତ୍ତ୍ୱ ଯୋଗାଇ ଥାଏ (ଏବଂ ପୋଟାସିୟମ ମଧ୍ୟ) ଏବଂ ଫସଲର ବୃଦ୍ଧି, ଅମଳ ଏବଂ ଗୁଣବତ୍ତା ଉପରେ ଏହାର ସକାରାତ୍ମକ ପ୍ରଭାବ ରହିଛି l