Agripedia

ମକା ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବରଣୀ : କୃଷକ ପାଇପାରିବେ ବହୁତ ଲାଭ !!

ମକା ଏକ ବହୁତ ଉପଯୋଗୀ ଫସଲ ଅଟେ l ଯାହାର ଉପଯୋଗ ମନୁଷ୍ୟ ସହିତ ପଶୁମାନଙ୍କର ଖାଦ୍ୟ ପାଇଁ ମଧ୍ୟ କରାଯାଇଥାଏ l ଭାରତରେ ସାଧାରଣତଃ ମକାର କୃଷି ପାହାଡିଆ ଅଞ୍ଚଳରେ କରାଯାଇଥାଏ l

02 September, 2021 3:12 PM IST By: Sugyan Kumar Nayak

ମକା ଏକ ବହୁତ ଉପଯୋଗୀ ଫସଲ ଅଟେ l ଯାହାର ଉପଯୋଗ ମନୁଷ୍ୟ ସହିତ ପଶୁମାନଙ୍କର ଖାଦ୍ୟ ପାଇଁ ମଧ୍ୟ କରାଯାଇଥାଏ l ଭାରତରେ ସାଧାରଣତଃ ମକାର କୃଷି ପାହାଡିଆ ଅଞ୍ଚଳରେ କରାଯାଇଥାଏ l କିଛି ଫସଲ ଏପରି ରହିଛି ଯାହା କେବଳ ଖରିଫ ଋତୁରେ ହିଁ ହୋଇଥାଏ ଓ କିଛି ଫସଲ ଏପରି ରହିଛି ଯାହାର କୃଷି କେବଳ ରବି ଋତୁରେ ହିଁ କରାଯାଇଥାଏ ମାତ୍ର ମକା ଏକ ଏପରି ଫସଲ ଯାହାକୁ ଆପଣମାନେ ଉଭୟ ଖରିଫ ଓ ରବି ଋତୁରେ ମଧ୍ୟ କରିପାରିବେ l ଜଳ ସେଚନର ଅଭାବରେ ମଧ୍ୟ ଏହାର କୃଷି କରାଯାଇ ପାରେ ସେଥି ପାଇଁ ଏହାକୁ ଖରିଫ ସହିତ ରବି ଋତୁରେ ମଧ୍ୟ ଅମଳ କରାଯାଇ ପରେ l ତେବେ ଆସନ୍ତୁ ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ଜଣାଇବୁ ଯେ, ଯଦି କୌଣସି କୃଷକ ଭାଇ ଏହି ମକା ଚାଷ କରିବାକୁ ଚାହୁଁଥାନ୍ତି ତେବେ ସେ କିପରି ଏହାକୁ କରିପାରିବେ ଓ ସେଥିରୁ କିପରି ଭାବରେ ଭଲ ଲାଭ ମଧ୍ୟ କମାଇ ପାରିବେ l 

ମାଟିର ପ୍ରସ୍ତୁତି

ମକାର ଚାଷ ପାଇଁ ବର୍ଷା ହେବା ପରେ ପରେ ହିଁ ଜୁନ ମାସରେ ହିଡ଼ ଦେବା ସଙ୍ଗେ ସଙ୍ଗେ ମାଟି ସମତୁଲ କରିବା ଆବଶ୍ୟକ ହୋଇଥାଏ l ଏହା ଛଡା ଆପଣ ମାଟିର ପ୍ରସ୍ତୁତି ପାଇଁ ଗୋବରର ଖତ ମଧ୍ୟ ବ୍ୟବହାର କରିପାରିବେ l

ବୁଣିବା ସମୟ

ମକା ଚାଷ ତିନୋଟି ଋତୁରେ କରାଯାଇଥାଏ l ଆପଣ ଏହି ତିନୋଟି ମାସରେ ମକା ବୁଣିବା କାର୍ଯ୍ୟ କରିପାରିବେ l

୧. ଜୁନ-ଜୁଲାଇ

୨.ଅକ୍ଟୋବେର-ନଭେମ୍ବର

୩.ଫେବୃୟାରୀ-ମାର୍ଚ୍ଚ

ମକା ଚାଷ ସମୟରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଯେକୌଣସି ଫସଲ ହୋଇଥିଲେ ବି ସେଥିରେ ସବୁଠାରୁ ବଡ଼ ସମସ୍ୟା ହୋଇଥାଏ କୀଟ ପତଙ୍ଗ  l ତେଣୁ କୃଷକ ଭାଇମାନଙ୍କ ସାମ୍ନାରେ ଥିବା ବଡ଼ ସମସ୍ୟା ହେଉଛି କୀଟ ନିୟନ୍ତ୍ରଣ l ପ୍ରତ୍ୟେକ ଫସଲକୁ କୀଟ ଠାରୁ ରକ୍ଷା କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ l ତେଣୁ ମକାକୁ କୀଟମାନଙ୍କ କବଳରୁ ରକ୍ଷା କରିବା ପାଇଁ ମଧ୍ୟ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ l

ମକା ଚାଷ ପାଇଁ ଆପଣ ହେକ୍ଟର ପ୍ରତି ନାଇଟ୍ରୋଜେନ ୬୦ କିଲୋ , ଫସଫରସ ୨୪ କିଲୋ ପୋଟାସ ୨୪ କିଲୋ ଛିଞ୍ଚିବା ଆବଶ୍ୟକ l ତେବେ ଏହି ସବୁ ଉପାୟ ଅବଲମ୍ବନ କରି ଆପଣ ମକା ଚାଷରୁ ବହୁତ ଭଲ ଲାଭ ଉପାର୍ଜନ କରିପାରିବେ l