Agripedia

Organic Farming:ଜୈବିକ ଚାଷରେ ପୋକର ଆକ୍ରମଣ ହୋଇଥାଏ ଲାଭଦାୟକ!

ଅଧିକାଂଶ କ୍ଷେତ୍ରରେ ଆମେ ବିଭିନ୍ନ ଔଷଧ ମାଧ୍ୟମରେ ରୋଗପୋକ ନିଧନରେ ଅଧିକ ଗୁରୁତ୍ୱ ଦେଇଥାଉ, ହେଲେ ଆପଣ ଜାଣିଛନ୍ତି କି ଜୈବିକ ଚାଷରେ (Organic Farming) କେତେକ ପୋକଙ୍କ ର କଣ ଭୂମିକା ରହିଛି ?

30 December, 2022 4:05 PM IST By: Sudesna Nayak

ଅଧିକାଂଶ କ୍ଷେତ୍ରରେ ଆମେ ବିଭିନ୍ନ ଔଷଧ ମାଧ୍ୟମରେ ରୋଗପୋକ ନିଧନରେ ଅଧିକ ଗୁରୁତ୍ୱ ଦେଇଥାଉ, ହେଲେ ଆପଣ ଜାଣିଛନ୍ତି କି ଜୈବିକ ଚାଷରେ (Organic Farming) କେତେକ ପୋକଙ୍କ ର କଣ ଭୂମିକା ରହିଛି ?

ସୂଚନା ଅନୁଯାୟୀ, କେତକ ପୋକ ଆପଣଙ୍କ ଫସଲ ଉପରେ ଆକ୍ରମଣ କରିଲେ ଏହା ଫସଲର ଅମଳ ବୃଦ୍ଧି କରିବା ସହ ଗଛ ଲାଗି ବେଶ ଲାଭଦାୟକ ହୋଇଥାଏ । ଏହି ଆକ୍ରମଣ ଦ୍ୱାରା ଅମଳ ଠିକ ପୂର୍ବରୁ ଗଛରୁ ଏକ ଆଣ୍ଟିଅକ୍ସୀଡାଣ୍ଟ ବାହାରିଥାଏ ।

ଏହାର ପରୀକ୍ଷା କରିବାକୁ ଯାଇ ଆମେ ଷ୍ଟ୍ରବେରି (Strawberry) ଗଛରେ ଠିକ ଅମଳ ପୂର୍ବରୁ ବହୁ ବାର ତାର ପତ୍ରରେ କ୍ଷତ କରାଇଥିଲୁ । ଏହା ପରେ ଜଣାପଡିଥିଲା ଯେ ଫଳରେ ସୁଗାର ମାତ୍ରା ବୃଦ୍ଧି କରୁଥିବା ଜିନ ଅଳ୍ପ ଦୂରରେ ଥିବା ଷ୍ଟ୍ରବେରି (Strawberry) ଫଳ ମାନଙ୍କରେ ଅଧିକ ଦେଖିବାକୁ ମିଳିଥିଲା "ବୋଲି ମତ ଦେଇଥିଲେ ଏକ ଗବେଷଣା କେନ୍ଦ୍ରର ଗବେଷକ ।

ଯେଉଁ ଜମିରେ ରାସାୟନିକ ସାର ବା ପୋକ ମରା ଔଷଧ ଆଦୌ ପକାଯାଇନାହିଁ ସେଥିରେ ଜୈବିକ ଚାଷ (Organic Farming) ପ୍ରଣାଳୀ ସିଧାସଳଖ ପ୍ରୟୋଗ କରାଯାଇ ଜୈବିକ ଫସଲ ଅମଳ କରାଯାଇ ପାରିବ । କିନ୍ତୁ ଜମିରେ ରାସାୟନିକ ସାର ଓ ପୋକମାରା ଔଷଧ ବ୍ୟବହାର କରାଯାଇଥିଲେ ଜୈବିକ ଚାଷକୁ ପରିବର୍ତ୍ତନ କରିବା ପାଇଁ କେତେକ ନିୟମ ମାନିବାକୁ ହେବ । ସର୍ବପ୍ରଥମେ ଜମିର ଚାଷ ପଦ୍ଧତି, ସାର ବ୍ୟବହାର ଓ ରୋଗ ପୋକ ପ୍ରତିରୋଧକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପଡିବ । ପ୍ରତ୍ୟେକ ସ୍ତରରେ ଜୈବିକ ପଦ୍ଧତି ଅବଲମ୍ବନ କରିବାକୁ ହେବ । ଏକାଥରେ ସମସ୍ତ ଜମିକୁ ପରିବର୍ତ୍ତନ କରିନପାରିଲେ, ଗୋଟିଏ କିଆରୀ ପରେ ଆଉ ଗୋଟିଏ କିଆରୀକୁ ପରିବର୍ତ୍ତନ କରାଯାଇପାରିବ ।

ସମସ୍ତ ବୃକ୍ଷର ବିପଦରୁ ସୁରକ୍ଷା ପାଇବା ଲାଗି ବିଭିନ୍ନ ପ୍ରକ୍ରିୟା ରହିଥାଏ ଯେଉଁ ପ୍ରକ୍ରିୟା ଫଳରେ ଗଛର ଶରୀର ମଧ୍ୟରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ର ସଂଚାଳନ ହୋଇଥାଏ । ଏଥି ସହ ଗଛ ଖାଦ୍ୟ ର ମୁଖ୍ୟ ଅଂଶ କାର୍ବନ ର ମଧ୍ୟ ଅଧିକ ଉତ୍ପାଦନ କରିଥାଏ ଯାହା ପ୍ରକାରନ୍ତ ରେ ଗଛ ଲାଗି ବେଶ ଲାଭଦାୟକ ହୋଇଥାଏ ।

ବର୍ତ୍ତମାନ ସମୟାନୁକ୍ରମେ ଲୋକମାନେ ଜୈବିକ କୃଷି (Organic Farming) ର ଉପାଦେୟତା କୁ ବୁଝୁଥିବାରୁ ଚାଷୀମାନେ ଅଧିକ କାର୍ଯ୍ୟକାରୀ କରୁଛନ୍ତି ଏବଂ ଏହି ଉତ୍ପାଦର ବଜାରରେ ଅଧିକ ଦର ମଧ୍ୟ ରହିଥାଏ । ତେଣୁ ଏହି ନୂତନ ତଥ୍ୟଟି ସେହି ଚାଷୀ ମାନଙ୍କୁ ବେଶ ଅଧିକ ସାହାଯ୍ୟ କରିବ ।

ପୂର୍ବରୁ ଏହା ବିଶ୍ୱାସ ରହିଥିଲା ଯେ ଜୈବିକ ଖେତ ରେ ଉପସ୍ଥିତ ଥିବା ପୋକ ଗୁଡିକ ଫସଲ ଲାଗି ଲାଭଦାୟକ ହୋଇଥାନ୍ତି କିନ୍ତୁ ଏହି ତଥ୍ୟ ଟି ପ୍ରମାଣିତ ନ ହୋଇଥିବାରୁ ଏହା ବିଶେଷ କାର୍ଯ୍ୟକାରୀ ହୋଇପାରୁନଥିଲା ବରଂ ଆମେ ସମସ୍ତେ ଫସଲରେ ଲାଗୁଥିବା କୀଟ ଗୁଡିକଙ୍କର ନିଧାନରେ ନାନାଦି କୌଶଳର ବ୍ୟବହାର କରି ଆସୁଥିଲେ ।

ପ୍ରକାଶ ଥାଉ ଯେ, ଏହି ପରି ବିଭିନ୍ନ ପରୀକ୍ଷାର ରିପୋର୍ଟ ଦେଖିଲା ପରେ ଗବେଷକ ମାନେ ଏହି ପ୍ରକ୍ରିୟା କୁ କାର୍ଯ୍ୟକାରୀ କରିବାର ମତ ଦେଇଛନ୍ତି । ସଦ୍ୟ ଅମଳ ସର୍ବଦା ବଜାରରେ ଅଧିକ ଚାହିଦା ରଖିଥାଏ ଏବଂ ଏହି ଅମଳ ବୃଦ୍ଧିରେ କୀଟ ମାନଙ୍କୁ ଆପଣ ନିଜର ସହାୟକ ବୋଲି ଭାବି ପାରନ୍ତି ।

କିପରି ଘରେ ଲଗାଇବେ ସପୁରୀ ଗଛ .....

No Tension! ଏବେ କମ୍ ପାଣିରେ ବି କରିପାରିବେ ଅଧିକ ଅମଳ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)