Agripedia

ପଲିହାଲାଇଟ୍ ସାର ସହିତ ହଳଦୀ ଫସଲର ଅମଳ ବୃଦ୍ଧି ଏବଂ ହଳଦୀର ଗୁଣବତ୍ତା ସମ୍ପର୍କରେ ଇଣ୍ଟରନ୍ୟାସନାଲ୍ ପୋଟାସ୍ ଇନସ୍ଟିଚ୍ୟୁଟ୍ ଆୟୋଜନ କରିଲା ୱେବିନାର୍

ବିସ୍ମୟଜନକ ପଲିହାଲାଇଟ୍ ସାରର ଫାଇଦାଗୁଡ଼ିକ ବିଷୟରେ କୃଷି ଜାଗରଣର ଫେସବୁକ୍ ପୃଷ୍ଠାରେ ଇଣ୍ଟରନ୍ୟାସନାଲ୍ ପୋଟାସ୍ ଇନସ୍ଟିଚ୍ୟୁଟ୍ (IPI) ଏକ ଲାଇଭ୍‌ ଆଲୋଚନାର ଆୟୋଜନ କରିଲା, ବିଶେଷକରି ଭାରତରେ ହଳଦୀ ଚାଷ ବିଷୟରେ l ଏହି ଆଲୋଚନାରେ ବିଶିଷ୍ଟ କୃଷି ବିଶେଷଜ୍ଞମାନେ ଅଂଶ ଗ୍ରହଣ କରିଥିଲେ, ସେମାନେ ହେଉଛନ୍ତି ଡଃ. ଆଦି ପେରେଲମନ, କୋଅର୍ଡିନେଟର ଅଫ ଇଣ୍ଡିଆ, ଇଣ୍ଟରନ୍ୟାସନାଲ୍ ପୋଟାସ୍ ଇନସ୍ଟିଚ୍ୟୁଟ୍ ଏବଂ ଡଃ. ପି.କେ.

16 July, 2021 5:17 PM IST By: Sugyan Kumar Nayak

ବିସ୍ମୟଜନକ ପଲିହାଲାଇଟ୍ ସାରର ଫାଇଦାଗୁଡ଼ିକ ବିଷୟରେ କୃଷି ଜାଗରଣର ଫେସବୁକ୍ ପୃଷ୍ଠାରେ ଇଣ୍ଟରନ୍ୟାସନାଲ୍ ପୋଟାସ୍ ଇନସ୍ଟିଚ୍ୟୁଟ୍ (IPI) ଏକ ଲାଇଭ୍‌ ଆଲୋଚନାର ଆୟୋଜନ କରିଲା, ବିଶେଷକରି ଭାରତରେ ହଳଦୀ ଚାଷ ବିଷୟରେ l ଏହି ଆଲୋଚନାରେ ବିଶିଷ୍ଟ କୃଷି ବିଶେଷଜ୍ଞମାନେ ଅଂଶ ଗ୍ରହଣ କରିଥିଲେ, ସେମାନେ ହେଉଛନ୍ତି ଡଃ. ଆଦି ପେରେଲମନ, କୋଅର୍ଡିନେଟର ଅଫ ଇଣ୍ଡିଆ, ଇଣ୍ଟରନ୍ୟାସନାଲ୍ ପୋଟାସ୍ ଇନସ୍ଟିଚ୍ୟୁଟ୍  ଏବଂ ଡଃ. ପି.କେ. କାର୍ଥିକେୟନ, ଆସିଷ୍ଟାଣ୍ଟ ପ୍ରଫେସର (ମୃତ୍ତିକା ବିଜ୍ଞାନ), ଆନାମଲାଇ ୟୁନିଭର୍ସିଟି, ତାମିଲ ନାଡ଼ୁ l ତାମିଲନାଡ଼ୁ ଅନ୍ତର୍ଗତ ଇରୋଡ଼ ଜିଲ୍ଲାର ଆନାମଲାଇ ୟୁନିଭର୍ସିଟି ସହଯୋଗରେ  ଇଣ୍ଟରନ୍ୟାସନାଲ୍ ପୋଟାସ୍ ଇନସ୍ଟିଚ୍ୟୁଟ୍ ଦ୍ୱାରା କରାଯାଇଥିବା ଅଧ୍ୟୟନ ଉପରେ ଆଲୋଚନା କେନ୍ଦ୍ରିତ ହୋଇଥିଲା l ଏହି ଆଲୋଚନାଟି ବହୁତ ଭଲ ଥିଲା ଯେଉଁଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ l  ଡଃ. ପି.କେ. କାର୍ଥିକେୟନ ସମ୍ପୂର୍ଣ୍ଣ ପଦ୍ଧତି ସମ୍ପର୍କରେ ଏବଂ ଅଧ୍ୟୟନର ଫଳାଫଳ ସମ୍ପର୍କରେ ବୁଝାଇଥିଲେ, ଆହୁରି ମଧ୍ୟ ସେ ଅଂଶଗ୍ରହଣକାରୀଙ୍କର ବିଭିନ୍ନ ପ୍ରକାରର ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କରିଥିଲେ l ଆପଣ ଏହି ୱେବିନାରକୁ କୃଷି ଜାଗରଣର ଅଫିସିଆଲ୍ ଫେସବୁକ୍ ପୃଷ୍ଠାରେ ପାଇପାରିବେ l 

ପଲିହାଲାଇଟ୍ ସମ୍ବନ୍ଧରେ

ଭୂପୃଷ୍ଠରୁ ୧୨୦୦ ମି. ତଳୁ ସମୁଦ୍ର ଗର୍ଭରୁ ଏହାକୁ ଉତ୍ତୋଳନ କରାଯାଏ, ଇଂଲଣ୍ଡର ଉତ୍ତର-ପୂର୍ବ ଉପକୂଳରେ ପଲିହାଲାଇଟ୍ ଶିଳା ସ୍ତର ୨୬୦ ମିଲିୟନ ବର୍ଷ ପୂର୍ବରୁ ଗଚ୍ଛିତ ରହିଛି l ଏହା ମାଟିର ସଲଫର, ପୋଟାସିୟମ, ମାଗ୍ନେଶୀୟମ ଏବଂ କ୍ୟାଲସିୟମର ଆବଶ୍ୟକତାକୁ ପୂରଣ କରେ l ପଲିହାଲାଇଟ୍ ଲବଣର ଏକ ମିଶ୍ରଣ ନୁହେଁ କିନ୍ତୁ ଏକ ସିଙ୍ଗିଲ କ୍ରିଷ୍ଟାଲ ଅଟେ, ତେଣୁ ଏହାର ସମସ୍ତ ଉପାଦାନଗୁଡ଼ିକ ମିଶ୍ରଣରେ ଆନୁପାତିକ ଭାବରେ ମିଶନ୍ତି l ଅବଶ୍ୟ ସଲ୍ୟୁବିଲାଈଜେସନ ପ୍ରତ୍ୟେକ ପୋଷକ ମୃତ୍ତିକା ସହିତ ଭିନ୍ନ ଭାବରେ ପ୍ରତିକ୍ରିୟା କରେ ଏବଂ ମୃତ୍ତିକାର ଗୁଣାବଳୀ ଦ୍ୱାରା ପ୍ରଭାବିତ ହୁଏ l

ହଳଦୀ ସମ୍ବନ୍ଧରେ

ଭାରତରେ ହଳଦୀ ହେଉଛି ଏକ ମୁଖ୍ୟ ମସଲା l ଏହାକୁ ରଙ୍ଗ, ମସଲା, ଔଷଧ, ପ୍ରସାଧନ ସାମଗ୍ରୀ ନିମନ୍ତେ ବ୍ୟବହାର କରାଯାଏ ଏବଂ ଏହା ସହିତ ଧାର୍ମିକ ଉତ୍ସବଗୁଡ଼ିକରେ ମଧ୍ୟ ହଳଦୀ ବ୍ୟବହାର କରାଯାଏ l ବିଶ୍ୱରେ ଭାରତ ହେଉଛି ହଳଦୀ ଉତ୍ପାଦନ ଏବଂ ରପ୍ତାନୀରେ ଆଗରେ ରହିଛି l ହଳଦୀରେ ଥିବା ମୁଖ୍ୟ ଉପାଦାନ କରକ୍ୟୁମିନ ଏକ ଆଣ୍ଟି-କୋଆଗୁଲେଟିଙ୍ଗ ଏଜେଣ୍ଟ ଭାବରେ କାମ କରେ l ଭାରତର ମୁଖ୍ୟ ହଳଦୀ ଚାଷ ଅଞ୍ଚଳଗୁଡ଼ିକ ହେଉଛନ୍ତି ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା, କର୍ଣ୍ଣାଟକ, ୱେଷ୍ଟ ବେଙ୍ଗଲ, ଗୁଜରାଟ, ମେଘାଳୟ, ମହାରାଷ୍ଟ୍ର ଏବଂ ଆସାମ ଭଳି ରାଜ୍ୟଗୁଡ଼ିକ l ହଳଦୀର ଅଧିକ ପୋଟାସିୟମ ଡିମାଣ୍ଡ ରହିଛି ଏବଂ ବଛା ଯାଇଥିବା କିସମ, ମୃତ୍ତିକା, ଏବଂ ଫସଲ ବଢ଼ିବା ସମୟରେ ପାଣିପାଗ ଅବସ୍ଥାଗୁଡ଼ିକ ଉପରେ ହଳଦୀର ଅମଳ ନିର୍ଭର କରେ l

ଜଳବାୟୁ ଏବଂ ମୃତ୍ତିକା ଅବସ୍ଥା: 

ଏହି ଫସଲ ଏକ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ଦରକାର କରେ ଯେଉଁଠି ତାପମାତ୍ରା ୨୫-୩୯ ଡିଗ୍ରୀC ରହୁଥିବା ଏବଂ ସାଧାରଣତଃ ଏହାକୁ ବୃଷ୍ଟିପାତ ଆଧାରରେ ଚାଷ କରାଯାଏ, ଏହା ପ୍ରାୟ ୧୫୦୦mm ବର୍ଷା ଦରକାର କରେ l ଏହା ନିଗିଡ଼ା ବାଲିଆ ଏବଂ ଦୋରସା ମାଟିରେ ଭଲ ବଢ଼େ ଏବଂ pH of 4.5-7.5 ସହିତ ଭଲ ଜୈବିକ ସ୍ଥିତି ଥିବା ମାଟିରେ ଭଲ ବଢ଼େ l 

ହଳଦୀରେ ପୋଷକତତ୍ତ୍ୱର ପରିଚାଳନା:

ପ୍ରମୁଖ ପୋଷକଗୁଡ଼ିକ ମଧ୍ୟରେ ନାଇଟ୍ରୋଜେନ ଏବଂ ଫସଫରସ ପ୍ରଧାନ ଅଟନ୍ତି, ହଳଦୀ ଗଛ ପୋଟାସିୟମ୍, ମାଗ୍ନେଶୀୟମ୍, କାଲସିୟମ୍ ଏବଂ ସଲଫର ଦରକାର କରେ l ଏହି ଠାରେ ହିଁ ପଲିହାଲାଇଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ l

ପଲିହାଲାଇଟର କମ୍ପୋଜିସନ:

46% SO3 ସଲଫର ସୋର୍ସ ଏବଂ ଅନାନ୍ୟ ପୋଷକତତ୍ତ୍ୱଗୁଡି଼କର ଉପାଦେୟତାର ବିକାଶ କରେ  (ଯଥା N ଓ P)

13.5 % K2O ମୋଟାମୋଟି ଭାବରେ ଉଦ୍ଭିଦର ସ୍ୱାସ୍ଥ୍ୟ ବିକାଶ କରିବାରେ ସାହାଯ୍ୟ କରେ l 

5.5 % MgO ଫଟୋସିନ୍ଥେସିସ ନିମନ୍ତେ ଜରୁରୀ

16.5 % CaO କୋଷ ବିଭାଜନ ଏବଂ ଦୃଢ଼ କୋଷ କାନ୍ଥ ପାଇଁ ଆବଶ୍ୟକ l

ପଲିହାଲାଇଟ୍ ବ୍ୟବହାରର ଫାଇଦାଗୁଡ଼ିକ:

ଦୀର୍ଘ ସମୟ ଧରି ପୋଷକତତ୍ତ୍ୱ ପ୍ରଦାନ କରେ ଯାହା ଫଳରେ ଲିଚିଙ୍ଗ୍ ପ୍ରଣାଳୀରେ ପୋଷକତତ୍ତ୍ୱ ନଷ୍ଟ ହୋଇଯାଏ ନାହିଁ ଏବଂ ଏହା ଫସଲର ଅବଶୋଷଣ ଏବଂ ଫସଲ ଚକ୍ର ସହିତ ମେଳ ଖାଇଥାଏ l ଏହାକୁ ସମ୍ପୂର୍ଣ୍ଣ ପ୍ରାକୃତିକ ଭାବରେ ଉତ୍ତୋଳନ କରାଯାଇ ଥାଏ, ଗୁଣ୍ଡ କରାଯାଇ ଯାଞ୍ଚ କରାଯାଏ ଏବଂ ପ୍ୟାକେଟ କରାଯାଏ l ସେଇଥିପାଇଁ ଜୈବିକ କୃଷିରେ ଏହା ପ୍ରୟୋଗ କରିବା ମଧ୍ୟ ସମାନ ଭାବରେ ଉତ୍ତମ ଅଟେ l ଏହା କମ କ୍ଲୋରାଇଡ ସାର ଅଟେ, କ୍ଲୋରାଇଡ ସମ୍ବେଦନଶୀଳ ଫସଲଗୁଡ଼ିକରେ ଏହା ପ୍ରୟୋଗ କରିବା ଭଲ ଅଟେ ଏବଂ ଏହାର ସ୍ୱଳ୍ପ କାର୍ବନ ଫୁଟପ୍ରିଣ୍ଟ ଏହାକୁ ପରିବେଶ ଅନୁକୂଳ କରିଥାଏ l  ଦୀର୍ଘସ୍ଥାୟୀ ଭିତିରେ ଏହା ହଳଦୀର ଗୁଣବତ୍ତା ଏବଂ ଅମଳକୁ ବୃଦ୍ଧି କରେ l

ପରୀକ୍ଷାଗୁଡ଼ିକ: ଭାରତରେ ହଳଦୀ ଅମଳ ଉପରେ ପଲିହାଲାଇଟର ପ୍ରଭାବଗୁଡ଼ିକୁ ପରୀକ୍ଷା କରିବା ପାଇଁ ଇଣ୍ଟରନ୍ୟାସନାଲ୍ ପୋଟାସ୍ ଇନସ୍ଟିଚ୍ୟୁଟ୍ (IPI) ସୁଇଜରଲ୍ୟାଣ୍ଡ ସହଯୋଗରେ ଆନାମଲାଇ ୟୁନିଭର୍ସିଟି, ତାମିଲନାଡ଼ୁ ଦ୍ୱାରା ଏକ ଅଧ୍ୟୟନର ଆୟୋଜନ କରାଗଲା l ଏହି ଅଧ୍ୟୟନଟିକୁ ତାମିଲନାଡ଼ୁର ଇରୋଡ଼ ଜିଲ୍ଲାରେ କରାଯାଇଥିଲା l ଏହାକୁ କ୍ଷେତ୍ରୀୟ ପରୀକ୍ଷା କରିବା ପରେ ପାତ୍ରରେ ରଖି ମଧ୍ୟ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ପଲିହାଲାଇଟର ଅଲଗା ଅଲଗା ମାତ୍ରା ଏବଂ ଉପଚାର ପ୍ରୟୋଗ କରାଗଲା, ରାଇଜୋମ ଅମଳ, କ୍ଲୋରୋଫିଲ କଣ୍ଟେଣ୍ଟ ଏବଂ କରକ୍ୟୁମିନ କଣ୍ଟେଣ୍ଟକୁ ଦୃଷ୍ଟିରେ ରଖି ପର୍ଯ୍ୟବେକ୍ଷଣଗୁଡ଼ିକ କରାଗଲା l

ଫଳାଫଳ:

ବିଭିନ୍ନ ଉତ୍ସ ଏବଂ ବିଭିନ୍ନ ମାତ୍ରା ମାଧ୍ୟମରେ ପ୍ରୟୋଗ କରାଯାଉଥିବା ପୋଟାସିୟମ ପ୍ରତି ହଳଦୀ ଉଲ୍ଲେଖନୀୟ ପ୍ରତିକ୍ରିୟା ପ୍ରକାଶ କରିଲା l ପଲିହାଲାଇଟ ପ୍ରୟୋଗ ପରେ ରାଇଜୋମ ଅମଳ ରୈଖିକ ଭାବରେ ବୃଦ୍ଧି ପାଇଲା l MOP ମାଧ୍ୟମରେ ପୋଟାସିୟମ ପ୍ରୟୋଗ ଏବଂ ପଲିହାଲାଇଟର ଭିନ୍ନ ଭିନ୍ନ ଆନୁପାତିକ ପ୍ରୟୋଗ (2:1 କିମ୍ବା 1:2 କିମ୍ବା 1:1 ( MOP:PH) ) ଦ୍ୱାରା ତୁଳନାତ୍ମକ ଭାବରେ ରାଇଜୋମ ଅମଳ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇବାର ରେକର୍ଡ କରାଗଲା l ପଲିହାଲାଇଟ ପ୍ରୟୋଗ ଦ୍ୱାରା କରକ୍ୟୁମିନ କଣ୍ଟେଣ୍ଟ ଦୃଢ଼ ଭାବରେ ପ୍ରଭାବିତ ହେଲା l ଏହାର ପ୍ରତିଶତ 14.2% ରୁ 73.9କୁ ବୃଦ୍ଧି ପାଇଲା l ପରୀକ୍ଷଣରେ ବ୍ୟବହୃତ ମାଟିର ପୋଟାସିୟମ ସ୍ଥିତି ସ୍ୱଳ୍ପ ଥିବାରୁ ପୋଟାସିୟମ ସାର ପ୍ରୟୋଗ ପରେ ହଳଦୀର ଅଭିବୃଦ୍ଧି ଯଥେଷ୍ଟ ଭଲ ହେଲା l

ଉପସଂହାର:

ଏହି ସମସ୍ତ ଫଳାଫଳଗୁଡ଼ିକରୁ ଜଣାପଡ଼ିଗଲା ଯେ, MOP ବାଦ ପଲିହାଲାଇଟ୍ ମାଗ୍ନେଶୀୟମ୍, କ୍ୟାଲସିୟମ୍, ଏବଂ ସଲଫର୍, ପୋଟାସ୍ ପ୍ରଦାନ କରେ l