Agripedia

ଖରିଫ ଋତୁରେ ପିଆଜ ଫସଲ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ !!

ପିଆଜ ଭାରତର ଏକ ମହତ୍ୱପୂର୍ଣ୍ଣ ଫସଲ ଅଟେ l ବର୍ତ୍ତମାନ ସମୟରେ ବର୍ଷ ସାରା ବଜାରରେ ପିଆଜ ମୂଲ୍ୟ ଉପଯୁକ୍ତ ରହୁଛି l ବେଳେ ବେଳେ ପିଆଜ ଦର ଆକାଶ ଛୁଆଁ ହୋଇଯାଉଛି l ପିଆଜକୁ ଭାରତରେ ଉଭୟ ରବି ଓ ଖରିଫ ଋତୁରେ କରାଯାଇଥାଏ l ଭାରତରେ ଅମଳ କରାଯାଉଥିବା

11 September, 2021 10:50 AM IST By: Sugyan Kumar Nayak

ପିଆଜ ଭାରତର ଏକ ମହତ୍ୱପୂର୍ଣ୍ଣ ଫସଲ ଅଟେ l ବର୍ତ୍ତମାନ ସମୟରେ ବର୍ଷ ସାରା ବଜାରରେ ପିଆଜ ମୂଲ୍ୟ ଉପଯୁକ୍ତ ରହୁଛି l ବେଳେ ବେଳେ ପିଆଜ ଦର ଆକାଶ ଛୁଆଁ ହୋଇଯାଉଛି l ପିଆଜକୁ ଭାରତରେ ଉଭୟ ରବି ଓ ଖରିଫ ଋତୁରେ କରାଯାଇଥାଏ l ଭାରତରେ ଅମଳ କରାଯାଉଥିବା

ଫସଲମାନଙ୍କ ମଧ୍ୟରେ ପିଆଜର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି l ଏହା ଛଡା ଭାରତର ପ୍ରତି ଘରେ ଘରେ ଏହା ବର୍ଷ ସାରା ବହୁତ ପରିମାଣରେ ବ୍ୟବହାର କରାଯାଇଥାଏ l ଯଦିଓ ପିଆଜ ଫସଲକୁ ମଧ୍ୟ ବିଭିନ୍ନ କୀଟ ଓ ରୋଗର ଭୟ ରହିଥାଏ, ମାତ୍ର ବର୍ଷ ସାରା ଚାହିଦାରେ ରହୁଥିବାରୁ କୃଷକମାନଙ୍କ ପାଇଁ ଏହାର ଫସଲ ବହୁତ ଲାଭକାରୀ ମଧ୍ୟ ପ୍ରମାଣିତ ହୋଇଥାଏ l ତେଣୁ କୃଷକ ଭାଇମାନେ ପିଆଜର ବିଭିନ୍ନ ରୋଗ ଓ ଏହାର ନିରାକରଣର ବିଷୟରେ ଜାଣିବା ପାଇଁ ଏହି ଲେଖାଟିକୁ ନିଶ୍ଚିତ ପଢନ୍ତୁ l

ପିଆଜକୁ ହେଉଥିବା ସାଧାରଣ ରୋଗ

ମୃଦୁଳା ଆଶିତ

ଏହି ରୋଗର ପ୍ରଥମ ଲକ୍ଷଣ ପିଆଜର ପତ୍ର ଓ ଫୁଲରେ ହିଁ ଦେଖିବାକୁ ମିଳିଥାଏ l ଅଧିକ ନରମ ପଣ ଓ କମ ତାପମାତ୍ରା ଏହି ରୋଗକୁ ବଢ଼ିବାରେ ସହାୟକ ହୋଇଥାଏ l ଯେଉଁଥିରେ ହାଲୁକା ହଳଦିଆ ରଙ୍ଗର ୬ - ୧୦ ସେଣ୍ଟିମିଟରର ଦାଗ ଦେଖା ଦେଇଥାଏ l ଯାହାର ଆକାର ଧୀରେ ଧୀରେ ବଢିଥାଏ ଓ ପିଆଜ ଗଛର ବୃଦ୍ଧି ଓ ଉତ୍ପାଦନକୁ ପ୍ରଭାବିତ କରିଥାଏ l ଏହାର ପ୍ରତିକାର ସ୍ୱରୂପ କେରାଥିନି ନାମକ ଏକ କବକନାଶକକୁ ୧ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ଚାଷ ଜମିରେ ଛିଞ୍ଚି ଦେବା ଦରକାର l

ବାଇଗଣୀ ଦାଗ

ପିଆଜ ଗଛରେ ହେଉଥିବା ରୋଗମାନଙ୍କ ମଧ୍ୟରୁ ବାଇଗଣୀ ଦାଗ ଏକ ସାଧାରଣ ରୋଗ l ଯେଉଁଥିରେ ପିଆଜ ଗଛର ପତ୍ର ଓ ଫୁଲରେ ବାଇଗଣୀ ରଙ୍ଗର ଦାଗ ଦେଖା ଦେଇଥାଏ l ଏହି ଦାଗ ଧୀରେ ଧୀରେ ବଢି ବଢି ଯାଏ ଓ ଶେଷରେ ଏହାର ବାଇଗଣୀ ଅଂଶ କଳା ଅଂଶରେ ପରିଣତ ହୋଇଯାଇଥାଏ l ପତ୍ର ହଳଦିଆ ହୋଇ ସୁଖୀ ଯାଇଥାଏ ଓ ସଂକ୍ରମିତ ସ୍ଥାନରୁ ଫୁଲ ସବୁ ଝଡି ଯାଇଥାଏ l ଏହି ରୋଗ ଖରିଫ ଫସଲରେ ଅଧିକ ହୋଇଥାଏ l ଏହି ସବୁ ଲକ୍ଷଣ ଦେଖା ଦେଲେ ମେକୋଜେବି ୩ ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ଚାଷ ଜମିରେ ଛିଞ୍ଚି ଦେବା ଆବଶ୍ୟକ l

ପିଆଜ ଗଛରେ ଲାଗୁଥିବା ବିଭିନ୍ନ କୀଟ ମଧ୍ୟରେ ଥ୍ରୀପ୍ସ ଦ୍ୱାରା ପିଆଜ ଫସଲ ଅଧିକ ପ୍ରଭାବିତ ହୁଏ l ଥ୍ରୀପ୍ସ ପିଆଜ ଗଛରେ ଲାଗୁଥିବା ବହୁତ ଛୋଟ ଆକାରର କୀଟ ଅଟେ l ଯାହାର ଆକାର ୧ ସେଣ୍ଟିମିଟର ହୋଇଥାଏ l ଏହା ସାଧାରଣତଃ ହଳଦିଆ ରଙ୍ଗ ଓ ଧୂସର ରଙ୍ଗର ହୋଇଥାନ୍ତି l ଏହା ପିଆଜ ଗଛକୁ ଅଧିକ କ୍ଷତିର କାରଣ ହୋଇଥାନ୍ତି l ଏହା ପିଆଜ ପତ୍ରରୁ ରସ ଶୋଷି ଦିଅନ୍ତି l ଯାହାର ଫଳ ସ୍ୱରୂପ ପତ୍ରରେ ଅସଂଖ୍ୟ ଧଳା ଦାଗ ହୋଇଯାଏ ଓ ଏହା ଗଛର ବୃଦ୍ଧିକୁ ପ୍ରଭାବିତ କରେ l ଏଥି ସହିତ ଏହା ଉତ୍ପାଦନ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ l ଏହାର ଉପଚାର ପାଇଁ ପ୍ରତି ୧୨-୧୫ ଦିନ ବ୍ୟବଧାନରେ ଡାଇମେଥିଏଟ ୧ ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ଚାଷ ଜମିରେ ଛିଞ୍ଚି ଦେବା ଆବଶ୍ୟକ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)