Agripedia

କଖାରୁ ଚାଷରେ ରେଡ ପମ୍ପକିନ୍ ବିଟଲ ରୋଗ ପରିଚାଳନା

ରେଡ ପମ୍ପକିନ୍ ବିଟଲ କୀଟ କଖାରୁ ଚାଷ ପାଇଁ ବହୁ କ୍ଷତିକାରକ । ରେଡ ପମ୍ପକିନ୍ ବିଟଲ କଖାରୁ ପତ୍ର ଓ ଫୁଲଗୁଡିକୁ ଖାଇଯିବା ସହ ଚେର ଓ ଫଳରେ ପଶି ଏହାକୁ ନଷ୍ଟ କରିଦିଅନ୍ତି | ତେବେ ଚାଲନ୍ତୁ ଜାଣିବା ଏହି କୀଟରୁ କିପରି ଫସଲକୁ ରକ୍ଷା ପାଇବା ।

07 July, 2022 5:23 PM IST By: Rajashree

ଆମ ଓଡ଼ିଶାର ଜଳବାୟୁ ଓ ପାଣିପାଗ,ମୃତ୍ତିକା ସବୁ ଦୃଷ୍ଟି କୋଣରୁ କଖାରୁ ଚାଷ (pumpkin farming) ପାଇଁ ବେଶ ଉପଯୋଗୀ | ଓଡ଼ିଶାର ପ୍ରତିଟି ହାଣ୍ଡିଶାଳରେ କଖାରୁ ବା ବୋଇତାଳୁ ବେଶ ପରିଚିତ | ଏହି ପରିବା ସମସ୍ତଙ୍କର ଭାରି ପ୍ରିୟ | କେବଳ କଖାରୁ (Pumpkin) ସମସ୍ତଙ୍କର ପ୍ରିୟ ତାହା ନୁହଁ ବରଂ କଖାରୁ ଫୁଲ, କଖାରୁ ଶାଗ, କଖାରୁ ଖଡା ମଧ୍ୟ ସମସ୍ତଙ୍କର ବେଶ ପସନ୍ଦ | ତେବେ ଆଜି ଆସନ୍ତୁ ଜାଣିବା କଖାରୁ ଚାଷ ବିଷୟରେ...

ମୃତ୍ତିକା ଓ ଚାଷ ପ୍ରଣାଳୀ :-

କଖାରୁ ଯେ କୌଣସି ମାଟିରେ ଚାଷ (pumpkin farming) କରାଯାଇପାରେ | କଖାରୁ ମଞ୍ଜି ପୋତିବା ପୂର୍ବରୁ ଚାଷ ଜମିକୁ 2ଥର ହଳ କରିବା ଉଚିତ | ୩୦ ସେ.ମି ବ୍ୟାସ ମନ୍ଦା ଖୋଳି ସେଥିରେ ଖତ ପାଉଁଶ ଦେଇ ମଞ୍ଜିକୁ ୨.୫ ରୁ ୫.୦ ସେ.ମି ଗଭୀରରେ ପୋତିବା ଉଚିତ | ସାଧାରଣତଃ ନଈ ପଠାରେ ନଈବଢି ଛାଡିବାପରେ ପଟୁମାଟି ପଡିଥିବା ଜାଗାରେ ମନ୍ଦା ପ୍ରସ୍ତୁତ କରି କଖାରୁ ଚାଷ (pumpkin farming)କରିଲେ ଭଲ ଉତ୍ପାଦନ ହୋଇଥାଏ | ମନ୍ଦାଗୁଡିକ ଲାଗି ହେକ୍ଟର ପ୍ରତି ୧୫୫ ରୁ ୩୮୦ କ୍ଵିଣ୍ଟାଲ ନାଇଟସାଇଲି କମ୍ପୋଷ୍ଟ ବା ଗୋବରଖତ ବ୍ୟବହାର କରାଯାଏ |

କଖାରୁ ଚାଷ (pumpkin farming)ପାଇଁ ମୃତ୍ତିକାର ଅମ୍ଳତା PH ୬.୦ ରୁ ୬.୫ ଭିତରେ ରକ୍ଷା କରି ସାର ପ୍ରୟୋଗ କରାଯାଏ | ଏହି ଫସଲ ପାଇଁ ଫସଫରସ ବହୁଳ ପରିମାଣରେ ବ୍ୟବହାର କରାଯାଇଥାଏ | ଶୀତ ଓ ଖରାଟିଆ ଫସଲରେ ଜମିର ଅବସ୍ଥା ଦେଖି ପାଣି ମଡାଯାଏ | କଖାରୁ ଫଳ ଧରିବା ସମୟରେ ୦.୯ ରୁ ୧.୩୭ କ୍ଵିଣ୍ଟାଲ ଏମୋନିୟମ୍ ନାଇଟ୍ରେଟ ପ୍ରୟୋଗ କରାଯିବ ଆବଶ୍ୟକ, ଏହା କରିବା ଦ୍ୱାରା ଫଳ ଗୁଡିକ ଭଲ ବଢିବା ସହ ଏହାର ଆକାର ବୃଦ୍ଧି ହୋଇଥାଏ | ଖରିଫ ଫସଲରେ ୧୩୭ ରୁ ୧୮୮ କ୍ଵିଣ୍ଟାଲ ଓ ଖରାଟିଆ ଫସଲରେ ୬୫ ରୁ ୭୫ କ୍ଵିଣ୍ଟାଲ କଖାରୁ ଅମଳ ହୋଇଥାଏ |

ରୋଗ ଓ ପୋକ:-

ମଞ୍ଜି ପୋତା ଠୁ ନେଇ ଅମଳ ପର୍ଯ୍ୟନ୍ତ କଖାରୁ ଗଛ (Pumpkin)ବିଭିନ୍ନ ପ୍ରକାର ରୋଗ ପୋକର ଶିକାର ହୋଇଥାଏ | ଯେପରିକି, ରେଡ ପମ୍ପକିନ୍ ବିଟଲ ,ହେଇରି କେଟରପିଲର , ଫ୍ରୁଟଫ୍ଲାଇ ,ଇତ୍ୟାଦି |

ରେଡ ପମ୍ପକିନ୍ ବିଟଲ - ଏହି କୀଟ କଖାରୁ ଚାଷ (pumpkin farming) ପାଇଁ ବହୁତ କ୍ଷତିକାରକ | ରେଡ ପମ୍ପକିନ୍ ବିଟଲ କଖାରୁ ପତ୍ର ଓ ଫୁଲଗୁଡିକୁ ଖାଇଯିବା ସହ ଚେର ଓ ଫଳରେ ପଶି ଏହାକୁ ନଷ୍ଟ କରିଦିଅନ୍ତି | ଏହି କୀଟ ଦାଉରୁ ରକ୍ଷା ପାଇବା ପାଇଁ ହେକ୍ଟର ପ୍ରତି ୫୦%ପାରାଥୋୟୋନ ୬୦ ସି.ସି ନେଇ ୧୦ ଲିଟର ପାଣି ମିଶାଇ ଫସଲରେ ସିଞ୍ଚନ୍ତୁ |

ହେଇରି କେଟରପିଲର – ହେଇରି କେଟରପିଲର ସାଧାରଣତଃ କଖାରୁ(pumpkin farming) ପତ୍ରଗୁଡ଼ିକୁ ଖାଇଯାଆନ୍ତି | ତେବେ ରେଡ ପମ୍ପକିନ୍ ବିଟଲ ପରି ଏଥିରେ ମଧ୍ୟ ପାରାଥାୟୋନ ସିଞ୍ଚାଯାଇପାରିବ |

ଫ୍ରୁଟଫ୍ଲାଇ – ଫ୍ରୁଟଫ୍ଲାଇ ପୋକ ଫସଲ ଶସ ଖାଇଥାନ୍ତି | ତେଣୁ ଏହି ରୋଗ ଦାଉରୁ ଫସଲକୁ ରକ୍ଷା କରିବାକୁ ହେଲେ ଫସଲରେ 50%ଡି.ଡି.ଟି ୧୦୦ ଲିଟର ପାଣିରେ ୨୦୦ ଗ୍ରାମ ଗୋଳି ଫସଲରେ ସିଞ୍ଚିବା ଉଚିତ |

ଅମଳ:-

କଖାରୁ (pumpkin farming) କିସମ ଅନୁସାରେ ଲଗାଇବାର ୭୫-୧୨୦ ଦିନରେ ଫଳ ପାକଳ ହୁଏ | ଏକର ପ୍ରତି ୧୦୦ ରୁ ୧୫୦ କ୍ୱିଣ୍ଟାଲ ଫଳ ଅମଳ ହୁଏ |

ଓଡିଶାରେ ଆରମ୍ଭ କରନ୍ତୁ କଖାରୁ ଚାଷ-ବଢିବ ଅମଳ, କମିବ ଖର୍ଚ୍ଚ

ଚାଷ କରି କୋଟିପତି ହେବାର ସହଜ ଉପାୟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)