Agripedia

ଲଙ୍କା କରିବ ଲକ୍ଷପତି , ଜାଣନ୍ତୁ ଚାଷର ଉପାୟ...

ଆମ ଦେଶରେ ଲଙ୍କା ଉତ୍ପାଦନକାରୀ ଦେଶ ମଧ୍ୟରେ ଓଡିଶା ଅନ୍ୟତମ | ଲଙ୍କାର ଚାହିଦା ସବୁ ସମୟରେ ଥିବାରୁ ଏଥିରେ ଚାଷୀ ଲାଭ କରିବା ସୁନିଶ୍ଚିତ ହୋଇଥାଏ |

28 May, 2022 3:42 PM IST By: Rajashree

ଲଙ୍କା ଏକ ଲାଭ ଜନକ ଫସଲ | ସବୁ ସମୟରେ ଲଙ୍କାର ଚାହିଦା ଅନ୍ୟ ପନିପାରିବା ହିସାବରେ ଢେର ଅଧିକ ଥାଏ | ଆମ ଦେଶରେ ଲଙ୍କା (chilli farming)ଉତ୍ପାଦନକାରୀ ଦେଶ ମଧ୍ୟରେ ଓଡିଶା ଅନ୍ୟତମ | ଲଙ୍କାର (chilli)ଚାହିଦା ସବୁ ସମୟରେ ଥିବାରୁ ଏଥିରେ ଚାଷୀ ଲାଭ କରିବା ସୁନିଶ୍ଚିତ ହୋଇଥାଏ | ତେବେ ଆଜି ଆସନ୍ତୁ ଜାଣିବା ଲଙ୍କା ଚାଷ ବିଷୟରେ କିଛି ତଥ୍ୟ |

ଲଙ୍କା ମଞ୍ଜି ଦ୍ଵାରା ବଂଶ ବିସ୍ତାର କରିଥାଏ | ଏହାର ମଞ୍ଜିରୁ ତଳିଘରାରେ ଚାରା(Chilli cultivation) ପ୍ରସ୍ତୁତ କରାଯାଏ | ଏକ ହେକ୍ଟର ଜମିରେ ଲଗାଇବା ପାଇଁ ୬୦୦ ରୁ ୭୫୦ ଗ୍ରାମ ବିହନ କିମ୍ବା ୬୨,୦୦୦ରୁ ୬୫,୦୦୦ ତଳି ବା ଚାରା (Chilli)ଆବଶ୍ୟକ | ଶଙ୍କର କିସମ ଚାଷ କରୁଥିଲେ ହେକ୍ଟର ପ୍ରତି ୨୫୦ ଗ୍ରାମ ବିହନ ଆବଶ୍ୟକ ହୋଇଥାଏ | ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ଥିରାମ କିମ୍ବା ୨ ଗ୍ରାମ କର୍ବେଣ୍ଡାଜିମ କିମ୍ବା ୧୦ ଗ୍ରାମ ଟ୍ରାଇକୋଡର୍ମା ମିଶାଇ ବିଶୋଧନ କରନ୍ତୁ |

ଚାରା (chilli farming)ପ୍ରସ୍ତୁତ ପାଇଁ ନିଗିଡା, ଉର୍ବର ଏବଂ ସୁର୍ଜ୍ଯାକିରଣ ପଡୁଥିବା ଉଚ୍ଚାସ୍ଥାନ ଆବଶ୍ୟକ | ୧ ମିଟର ଓସାର, ୧୫ ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁଯାଇ ୫ରୁ ୭ ମିଟର ଲମ୍ବର ତଳି ପଟାଳୀ ପ୍ରସ୍ତୃତ କରି ମାଟି ଗୁଣ୍ଡ କରି ଦିଅନ୍ତୁ | ୧ ହେକ୍ଟର ଜମିରେ କନକ ଚାଷ ପାଇଁ ୭୦-୮୦ ବର୍ଗମିଟର ତଳି କିଆରୀ ଆବଶ୍ୟକ | ବିହନ ବୁଣିବାର ୨୫ରୁ ୩୦ ଦିନ ପୂର୍ବରୁ ଏକ ବର୍ଗ ମିଟର ବିଶିଷ୍ଟ ତଳି କିଆରି ପାଇଁ ୨ରୁ ୩ କିଲୋଗ୍ରାମ ଖତ ମାଟିରେ ମିଶାଇ ଖରା ଖାଇବା ପାଇଁ ଛାଡି ଦିଅନ୍ତୁ |

ହାରାହାରି ବର୍ଗମିଟର ତଳିପଟାଳି ପ୍ରତି ୪୦ ଗ୍ରାମ ଏନ:ପି:କେ ସାର (୧୫:୧୫:୧୫) ଏବଂ ଏକଗ୍ରାମ କାର୍ବୋଫ୍ୟୁରାନ ଦାନାଦାର ପ୍ରୟୋଗ କରି ମାଟିରେ ମିଶାନ୍ତୁ | ଏହାପରେ ୫ ସେଣ୍ଟିମିଟର ବ୍ଯବଧାନରେ ସିଆର କରି ଅଗଭୀର ଭାବରେ ବିଶୋଧିଆତ ମଞ୍ଜିକୁ ପତଳା କରି ବୁଣି ତା’ ଉପରେ ହାଲୁକା ମାଟି ଘୋଡାଇ ଦିଅନ୍ତୁ । ଏହା ଉପରେ ନଡା ଦ୍ଵାରା ଛାଡିକରଣ କରି ଜଳସିଞ୍ଚନ କାଲେ ୭ରୁ ୧୦ ଦିନ ଭିତରେ ମଞ୍ଜିରୁ ଗଜା ବାହାରେ | ନଡାକୁ ବାହାର କରି (୦.୫%) ୟୁରିଆ ସହ ୦.୨% ମାନ୍କୋଜେବ ମିଶାଇ ପତ୍ରରେ ସ୍ପ୍ରେ କାଲେ ଚାରା ବଢିଥାଏ | ୨୫ରୁ ୩୦ ଦିନର ଚାରାଗୁଡିକ(chilli farming) ଚେରକୁ ୧ ଲିଟର ପଣି ପ୍ରତି ୧୦ ଗ୍ରାମ କାର୍ବୋସଲଫାନ୍ ମିଶ୍ରିତ ଦ୍ରବଣ ୨୦ ମିନିଟ ପର୍ଯ୍ୟନ୍ତ ବୁଡାଇ ପରେ ରୋପଣ କଲେ ମୁଖ୍ୟ ଜମିରେ ପ୍ରାୟ ମାସକ ପର୍ଯ୍ୟନ୍ତ ସେଥିରେ ପୋକ ଏବଂ ସୂତ୍ରଜୀବ ଆକ୍ରମଣ ଦେଖାଯାଏ ନାହିଁ |

ଶୀତଋତୁରେ ଚଷକରିବା ପାଇଁ ଡିସେମ୍ବର- ଜାନୁଆରୀ ମାସରେ ମଞ୍ଜି ବୁଣି ତଳି (chilli farming)ପ୍ରସ୍ତୁତ କରନ୍ତୁ | କିନ୍ତୁ ତଳି ରୋଇବାର ୪-୫ ଦିନ ପୂର୍ବରୁ ଜଳସେଚନ ବନ୍ଦ କରିବା ଆବଶ୍ୟକ | ଏହାଦ୍ଵାରା ଗଛ ସଶକ୍ତ ହୋଇ ମାଟିରେ ଦୃଢ ଭାବରେ ବଢିପାରେ | ମାଟିକୁ ପ୍ରଥମେ ଗଭୀର ଚାଷ (chilli farming)କରିବା ପରେ ୩ରୁ ୪ ଥର ହଲ କରି ଗୁଣ୍ଡା କରନ୍ତୁ | ମାଟିରେ ସିଆର କରି ସେହି ସିଆରରେ ଆବଶ୍ୟକ ଖତ ମିଶାନ୍ତୁ | ଧାଡିକୁ ଧାଡି ୫୦-୬୦ ସେଣ୍ଟିମିଟର ଦୂରତାରେ ଗଛ ଲଗାନ୍ତୁ | ଏହି ହିସାବରେ ଡେଙ୍ଗା କିସମ ଲଙ୍କା ଅଧିକ ଦୂରତାରେ ଲଗାଉଥିବା ବେଳେ ଗେଡା ଗଛକୁ କମ୍ ଦୂରତାରେ ଲଗାନ୍ତୁ | ଏହି ଭଳି ଭାବରେ ଲଙ୍କା ଚାଷ କରିଲେ କ୍ଷତି ହେବାର ଆଶଙ୍କା କମ ରହିଥାଏ |

ରାଗ ଲଙ୍କା, ଭୂତ ଜୋଲକିଆ !

ଲଙ୍କା ଚାଷ ବିଷୟରେ ଜାଣିଛନ୍ତି କି ??

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)